ଦୁବାଇରେ ବିରାଟଙ୍କୁ ମିଳିବ ଅନୁଷ୍କାଙ୍କ ସପୋର୍ଟ, ୩୦୦ତମ ଦିନିକିଆ ମ୍ୟାଚ ଖେଳି ରଚିବେ ଇତିହାସ
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଟିମ୍ ଇଣ୍ଡିଆ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ସହିତ ମୁହାଁମୁହିଁ ହେବ । ବିରାଟ କୋହଲି ଦିନିକିଆ କ୍ୟାରିଅରର ୩୦୦ ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଆଉ ବିରାଟଙ୍କ ମ୍ୟାଚ ଦେଖିବା ଆଉ ଟିମର ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ଦୁବାଇ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବାକୁ ଦୁବାଇ ପହଞ୍ଚିଛନ୍ତି । କେବଳ ଅନୁଷ୍କା ନୁହନ୍ତି, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି […] The post ଦୁବାଇରେ ବିରାଟଙ୍କୁ ମିଳିବ ଅନୁଷ୍କାଙ୍କ ସପୋର୍ଟ, ୩୦୦ତମ ଦିନିକିଆ ମ୍ୟାଚ ଖେଳି ରଚିବେ ଇତିହାସ appeared first on KNews Odisha.

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଟିମ୍ ଇଣ୍ଡିଆ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ସହିତ ମୁହାଁମୁହିଁ ହେବ । ବିରାଟ କୋହଲି ଦିନିକିଆ କ୍ୟାରିଅରର ୩୦୦ ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଆଉ ବିରାଟଙ୍କ ମ୍ୟାଚ ଦେଖିବା ଆଉ ଟିମର ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ଦୁବାଇ ପହଞ୍ଚିଛନ୍ତି ।
ଅନୁଷ୍କା ଶର୍ମା ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବାକୁ ଦୁବାଇ ପହଞ୍ଚିଛନ୍ତି । କେବଳ ଅନୁଷ୍କା ନୁହନ୍ତି, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ମଧ୍ୟ ମ୍ୟାଚ ଦେଖିବାକୁ ଦୁବାଇରେ ପହଞ୍ଚିଛନ୍ତି । ବିରାଟ ୩୦୦ ତମ ମ୍ୟାଚ ଖେଳି ଇତିହାସ ରଚିବେ । ଏପର୍ଯ୍ୟନ୍ତ ମାତ୍ର ୬ ଜଣ ଭାରତୀୟ ଖେଳାଳି ୩୦୦ କିମ୍ବା ୩୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । ବିରାଟ କୋହଲି ଏଭଳି ଖେଳିଥିବା ୭ ନଂ ଏବଂ ଦୁନିଆର ୨୨ ତମ ଖେଳାଳି ହେବେ । ବିରାଟ ଏପର୍ଯ୍ୟନ୍ତ ୨୯୯ ଦିନିକିଆ ମ୍ୟାଚ ଖେଳି ୫୮.୨୦ ପ୍ରତିଶତରେ ୧୪,୦୮୫ ରନ୍ କରିଛନ୍ତି ।
ବିରାଟ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ । ସେହିପରି ଆଜିର ମ୍ୟାଚରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
ସମ୍ଭାବ୍ୟ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ ।
ସୂଚନାଯୋଗ୍ୟ, କିଛି ସପ୍ତାହ ପୂର୍ବରୁ ବିସିସିଆଇ କିଛି କଡ଼ା ନିୟମ କରିଥିଲା । ନିୟମ ଅନୁସାରେ ଟିମ ବିଦେଶ ଟୁରରେ ଖେଳାଳି ନିଜ ପରିବାରକୁ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ରଖିପାରିବ । ବିଦେଶ ଟୁର ୪୫ ଦିନରୁ ଅଧିକ ହେଲେ, ଖେଳାଳି ତାଙ୍କ ପରିବାରକୁ କେବଳ ୧୪ ଦିନ ପର୍ଯ୍ୟନ୍ତ ରଖିପାରିବ । ହେଲେ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ମାତ୍ର ୩ ସପ୍ତାହ ଯାଏଁ ଚାଲିବ, ତେଣୁ କୌଣସି ଖେଳାଳି ନିଜ ପରିବାର ଲୋକଙ୍କୁ ଦୁବାଇ ନେଇପାରିବେ ନାହିଁ ।
Also Read : ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଟିମରେ ହୋଇପାରେ ଏମିତି ପରିବର୍ତ୍ତନ
The post ଦୁବାଇରେ ବିରାଟଙ୍କୁ ମିଳିବ ଅନୁଷ୍କାଙ୍କ ସପୋର୍ଟ, ୩୦୦ତମ ଦିନିକିଆ ମ୍ୟାଚ ଖେଳି ରଚିବେ ଇତିହାସ appeared first on KNews Odisha.