PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…
ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି କୃଷକମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନଙ୍କର ୨ ହେକ୍ଟର ପର୍ଯ୍ୟନ୍ତ ଜମି ଅଛି। ଏହି ଟଙ୍କା ସିଧାସଳଖ ଡିବିଟି ସ୍ଥାନାନ୍ତର ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। ଅଦ୍ୟାବଧି କେନ୍ଦ୍ର ସରକାର ଏହି ଯୋଜନାର ୧୫ଟି କିସ୍ତି […] The post PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି କୃଷକମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନଙ୍କର ୨ ହେକ୍ଟର ପର୍ଯ୍ୟନ୍ତ ଜମି ଅଛି। ଏହି ଟଙ୍କା ସିଧାସଳଖ ଡିବିଟି ସ୍ଥାନାନ୍ତର ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। ଅଦ୍ୟାବଧି କେନ୍ଦ୍ର ସରକାର ଏହି ଯୋଜନାର ୧୫ଟି କିସ୍ତି ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ୧୬ ତମ କିସ୍ତି ଦେବାକୁ ଯାଉଛନ୍ତି।
ନିୟମ ଅନୁଯାୟୀ, ଏହାର ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ ହେବ। ଏପରି ପରିସ୍ଥିତିରେ ଅନୁମାନ କରାଯାଏ ଯେ ଏହି ରାଶି ସମ୍ପର୍କରେ ବିଜ୍ଞପ୍ତି ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚର ପ୍ରଥମ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ଫେବୃଆରୀ ୨୫ ରୁ ମାର୍ଚ୍ଚ ୧୫ ସୁଦ୍ଧା ଏହା ରିଲିଜ ହେବାର ଆଶା ରହିଛି। ଯଦିଓ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ସରକାରୀ ନିଶ୍ଚିତତା ଦିଆଯାଇ ନାହିଁ। ତାରିଖ ସମ୍ବନ୍ଧରେ ସରକାର ଏପର୍ଯ୍ୟନ୍ତ ସୂଚନା ଦେଇ ନାହାନ୍ତି।
ଅନିୟମିତତା ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି eKYC। ନିୟମ ଅନୁଯାୟୀ, ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ eKYC ପାଇବା ବାଧ୍ୟତାମୂଳକ କରାଯାଇଛି, ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। eKYC ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ ଏହି ତିନୋଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ।
The post PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା… appeared first on Dharitri Odia News.