୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍- କାର୍ ମୁଁହାମୁହିଁ ଧକ୍କା, ଦୁଇ ମୃତ

ଖୋର୍ଦ୍ଧା : ୫୭ନ ଜାତୀୟ ରାଜପଥର ବେଗୁନିଆ ପିଚୁକୁଳି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହ କାର୍ ମୁଁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନାଅନୁସାରେ ଭୁବନେଶ୍ୱରରୁ ବିଶାଖା ନାମକ ଯାତ୍ରୀବାହୀ ବସ୍ ଭୋରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦେଇ ନୟାଗଡ଼ ଅଭିମୁଖେ […]

୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍- କାର୍ ମୁଁହାମୁହିଁ ଧକ୍କା, ଦୁଇ ମୃତ
Fatal road accident on National Highway No 57: Bus-car collision, two dead

ଖୋର୍ଦ୍ଧା : ୫୭ନ ଜାତୀୟ ରାଜପଥର ବେଗୁନିଆ ପିଚୁକୁଳି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହ କାର୍ ମୁଁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନାଅନୁସାରେ ଭୁବନେଶ୍ୱରରୁ ବିଶାଖା ନାମକ ଯାତ୍ରୀବାହୀ ବସ୍ ଭୋରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦେଇ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାରୁତି ସେଲେରିଓ କାର୍ ସହ ମୁଁହାମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ କାରରେ ଥିବା ଜଣେ ମହିଳା ଓ ପୁରୁଷ କାର ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ସେପଟେ ଦୁର୍ଘଟଣାଗ୍ରସ୍ତ ବସଟି ରାସ୍ତାକଡ଼କୁ ପଶି ଯାଇଥିବା ବେଳେ ବସରେ ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।