୧୪ରୁ ଜମିବ ଜୁନାଗଡ଼ ମହୋତ୍ସବ

ଜୁନାଗଡ଼, ୩ା୨(ସୁନୀଳ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆଠାରେ ଫେବୃଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ମହୋତ୍ସବ ପାଳନ କରାଯିବ। ଏହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ହିମାଂଶୁ ବରାଡ଼, ଈଶ୍ୱର ପୂଜାରୀ, ଅଶୋକ ପଟ୍ଟନାୟକ, ଲଳିତ ଅଗ୍ରୱାଲ, ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ କମିଟିର […] The post ୧୪ରୁ ଜମିବ ଜୁନାଗଡ଼ ମହୋତ୍ସବ appeared first on Dharitri Odia News.

୧୪ରୁ ଜମିବ ଜୁନାଗଡ଼ ମହୋତ୍ସବ

ଜୁନାଗଡ଼, ୩ା୨(ସୁନୀଳ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆଠାରେ ଫେବୃଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ମହୋତ୍ସବ ପାଳନ କରାଯିବ। ଏହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

କମିଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ହିମାଂଶୁ ବରାଡ଼, ଈଶ୍ୱର ପୂଜାରୀ, ଅଶୋକ ପଟ୍ଟନାୟକ, ଲଳିତ ଅଗ୍ରୱାଲ, ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ କମିଟିର ମିଡିଆ ଅଧ୍ୟକ୍ଷ ସନ୍ତୋଷ କୁମାର ସିଂହଦେଓ ସଭା ପରିଚଳନା କରିଥିଲେ। ଜୁନାଗଡ଼ର ଐତିହ୍ୟ, ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମହୋତ୍ସବ ଯେଭଳି ସୁଚାରୁରୂପେ ପାଳନ ହେବ ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ମହୋତ୍ସବକୁ ସଫଳ କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

The post ୧୪ରୁ ଜମିବ ଜୁନାଗଡ଼ ମହୋତ୍ସବ appeared first on Dharitri Odia News.