୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି । ଅରବିନ୍ଦ ଖାନ୍ନାଙ୍କୁ ଏମ୍ବ୍ରାୟର ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ତଲବ କରାଯାଇଛି । ୨୦୦୮ ମସିହାରେ ବ୍ରାଜିଲ ଫାର୍ମ ପକ୍ଷରେ DRDO ସହିତ ତିନୋଟି ବିମାନର ଚୁକ୍ତି କରିବା ପାଇଁ ୫.୭୬ ମିଲିୟନ ଆମେରିକୀୟ ଡଲାରର […] The post ୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି appeared first on KNews Odisha.

୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି
ed22

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି । ଅରବିନ୍ଦ ଖାନ୍ନାଙ୍କୁ ଏମ୍ବ୍ରାୟର ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ତଲବ କରାଯାଇଛି ।

୨୦୦୮ ମସିହାରେ ବ୍ରାଜିଲ ଫାର୍ମ ପକ୍ଷରେ DRDO ସହିତ ତିନୋଟି ବିମାନର ଚୁକ୍ତି କରିବା ପାଇଁ ୫.୭୬ ମିଲିୟନ ଆମେରିକୀୟ ଡଲାରର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଇଡି ୨୦୨୦ରେ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ସିବିଆଇ ୨୦୨୩ ଜୁନ୍‌ରେ ଅସ୍ତ୍ର ଡିଲର ଅରବିନ୍ଦ ଖାନ୍ନା, ଓକିଲ ଗୌତମ ଖେତାନ ଓ ବ୍ୟବସାୟୀ ଅନୁପ ଗୁପ୍ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ନିକଟରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ଚାର୍ଜସିଟରେ ଏଜେନ୍ସି ଆଇପିସି ଧାରା ୧୨୦ବି ଲାଗୁ କରିଛି ।

ତେବେ ଅଭିଯୋଗରେ ଉଲ୍ଲେଖ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରତିରକ୍ଷା ପରାମର୍ଶଦାତା ତଥା ଅରବିନ୍ଦ ଖାନ୍ନାଙ୍କ ବାପା ବିପିନ ଖାନ୍ନା ମଧ୍ୟ ସାମିଲ ଥିଲେ, ଯାହାଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଦିଆଯାଇଥିଲା ।

The post ୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି appeared first on KNews Odisha.