୫୯ ବର୍ଷରେ ତୃତୀୟ ବିବାହ କରିବେ ଅମୀର ଖାନ, କହିଲେ- ମୋତେ ପାର୍ଟନର୍ ଦରକାର
ମୁମ୍ଵାଇ ୨୮।୦୮: ମିଷ୍ଟର୍ପରଫେକ୍ଟନିଷ୍ଟ ଅମୀର ଖାନ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଲାଇମ୍ଲାଇଟ୍ ଠାରୁ ଦୂରରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହେଉଥିବା ଦେଖିବାକୁ ମିଳେ। ନିକଟରେ ଅମୀର ଖାନ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ନିକଟତର ହୋଇଛନ୍ତି। ଛାଡପତ୍ର ସତ୍ତ୍ୱେ ତାଙ୍କର ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ କିଛି ଖୁଲାସା କରିଛନ୍ତି।ଏକ ‘ପୋଡ୍କାଷ୍ଟ’ ରେ, ଅମୀରଙ୍କ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, “ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ନାହିଁ। ମତେ ଏବେ ପାର୍ଟନର୍ ଦରକାର। ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ ମୁଁ । ମୁଁ ରୀନା ଏବଂ କିରଣଙ୍କ ସହ ନିକଟତର । ଆମେ ଗୋଟିଏ ପରିବାର । ହେଲେ ମୋର ନିଜ ଜୀବନ ଉପରେ ବିଶ୍ୱାସ କରେ ନାହିଁ, ତେବେ ମୁଁ କିପରି ଅନ୍ୟର ଜୀବନ ଉପରେ ବିଶ୍ୱାସ କରିପାରିବି? ଯଦି ବିବାହ ଭଲ ହୁଏ ତେବେ ଏହା ଦୁଇ ଜଣଙ୍କ ଉପରେ ନିର୍ଭର କରେ।”ଅମୀରଙ୍କୁ ଆହୁରି ପଚରାଯାଇଥିଲା କି ସେ ତୃତୀୟ ଥର ବିବାହ କରିବାକୁ ଚିନ୍ତା କରୁଛନ୍ତି କି
ମୁମ୍ଵାଇ ୨୮।୦୮: ମିଷ୍ଟର୍ପରଫେକ୍ଟନିଷ୍ଟ ଅମୀର ଖାନ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଲାଇମ୍ଲାଇଟ୍ ଠାରୁ ଦୂରରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହେଉଥିବା ଦେଖିବାକୁ ମିଳେ। ନିକଟରେ ଅମୀର ଖାନ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ନିକଟତର ହୋଇଛନ୍ତି। ଛାଡପତ୍ର ସତ୍ତ୍ୱେ ତାଙ୍କର ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ କିଛି ଖୁଲାସା କରିଛନ୍ତି।
ଏକ ‘ପୋଡ୍କାଷ୍ଟ’ ରେ, ଅମୀରଙ୍କ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, “ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ନାହିଁ। ମତେ ଏବେ ପାର୍ଟନର୍ ଦରକାର। ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ ମୁଁ । ମୁଁ ରୀନା ଏବଂ କିରଣଙ୍କ ସହ ନିକଟତର । ଆମେ ଗୋଟିଏ ପରିବାର । ହେଲେ ମୋର ନିଜ ଜୀବନ ଉପରେ ବିଶ୍ୱାସ କରେ ନାହିଁ, ତେବେ ମୁଁ କିପରି ଅନ୍ୟର ଜୀବନ ଉପରେ ବିଶ୍ୱାସ କରିପାରିବି? ଯଦି ବିବାହ ଭଲ ହୁଏ ତେବେ ଏହା ଦୁଇ ଜଣଙ୍କ ଉପରେ ନିର୍ଭର କରେ।”
ଅମୀରଙ୍କୁ ଆହୁରି ପଚରାଯାଇଥିଲା କି ସେ ତୃତୀୟ ଥର ବିବାହ କରିବାକୁ ଚିନ୍ତା କରୁଛନ୍ତି କି? ଏହାର ଉତ୍ତରରେ ଅଭିନେତା କହିଛନ୍ତି, “ମୋର ବୟସ ୫୯, ଏବେ ମୁଁ କେମିତି ବିବାହ କରିବି? ମୋ ଜୀବନରେ ଏବେ ବହୁତ ସାରା ସମ୍ପର୍କ ଅଛି । ମୋର ପିଲାଛୁଆ ଅଛନ୍ତି, ମୋର ଭାଇ ଓ ଭଉଣୀମାନେ ଅଛନ୍ତି। ଯେଉଁମାନେ ମୋର ଅତି ନିକଟତର ସେମାନଙ୍କ ସହିତ ମୁଁ ବହୁତ ଖୁସି ଅଛି। ମୁଁ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରୁଛି।”