୬ OASଙ୍କୁ ପିଏସ, OSD ଭାବେ ନିଯୁକ୍ତି ଦେଲେ ମୋହନ ସରକାର
ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି। ୬ ଜଣ ରାଜ୍ୟ ପ୍ରଶାସନିକ ଅଧିକାରୀ(ଓଏଏସ)ଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ରବିବାର ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏଡିଏମ ଓଏଏ ପୀତାମ୍ବର ସାମଲଙ୍କୁ ବୟନ ଶିଳ୍ପ ମନ୍ତ୍ରୀଙ୍କ ପିଏସ ଭାବେ ନିଯୁକ୍ତ ଦିଆଯାଇଛି। ବୌଦ୍ଧର ଏଡିଏମ ଓଏଏସ ଦିଲ୍ଲୀପ ମହାପାତ୍ରଙ୍କୁ ଶ୍ରମ ମନ୍ତ୍ରୀଙ୍କ ପିଏସ ଭାବେ ଅବସ୍ଥାପିତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମଧୁସୂଦନ ବେହେରାଙ୍କୁ ଯୋଗାଣ ମନ୍ତ୍ରୀଙ୍କ ପିଏସ ଭାବେ ନିଯୁକ୍ତ ମିଳିଛି।Also read: ସେବାଶ୍ରମରୁ ପିଲାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ନିରାଶ ହୋଇ ଫେରିଲେ ଶିଶୁ ସୁରକ୍ଷା ଅଧିକାରୀସେହିପରି କୋର୍ଦ୍ଧା ଜିଲ୍ଲା ପରିଷଦର ସିଡିଓ କମ ଇଓ ପଦରେ ଥିବା ଓଏଏସ ବାଦଲ ମହାନ୍ତିଙ୍କୁ ଏମଏସଏମଇ ମନ୍ତ୍ରୀଙ୍କ ପିଏସ ପଦରେ ନିଯୁକ୍ତ ଦିଆଯାଇଛି। କ୍ରୀଡ଼ା ଓ ଯୁବ ବିଭାଗରରେ କାର୍ଯ୍ୟରତ ସିଦ୍ଧାର୍ଥ ସାହୁଙ୍କୁ ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆଶିଷ ଭୋଇଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀଙ୍କ ଓଏସଡି ଭାବରେ ନିଯୁକ୍ତ କରାଯାଇଛି।
ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି। ୬ ଜଣ ରାଜ୍ୟ ପ୍ରଶାସନିକ ଅଧିକାରୀ(ଓଏଏସ)ଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ରବିବାର ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ଏଡିଏମ ଓଏଏ ପୀତାମ୍ବର ସାମଲଙ୍କୁ ବୟନ ଶିଳ୍ପ ମନ୍ତ୍ରୀଙ୍କ ପିଏସ ଭାବେ ନିଯୁକ୍ତ ଦିଆଯାଇଛି। ବୌଦ୍ଧର ଏଡିଏମ ଓଏଏସ ଦିଲ୍ଲୀପ ମହାପାତ୍ରଙ୍କୁ ଶ୍ରମ ମନ୍ତ୍ରୀଙ୍କ ପିଏସ ଭାବେ ଅବସ୍ଥାପିତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମଧୁସୂଦନ ବେହେରାଙ୍କୁ ଯୋଗାଣ ମନ୍ତ୍ରୀଙ୍କ ପିଏସ ଭାବେ ନିଯୁକ୍ତ ମିଳିଛି।
Also read: ସେବାଶ୍ରମରୁ ପିଲାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ନିରାଶ ହୋଇ ଫେରିଲେ ଶିଶୁ ସୁରକ୍ଷା ଅଧିକାରୀ
ସେହିପରି କୋର୍ଦ୍ଧା ଜିଲ୍ଲା ପରିଷଦର ସିଡିଓ କମ ଇଓ ପଦରେ ଥିବା ଓଏଏସ ବାଦଲ ମହାନ୍ତିଙ୍କୁ ଏମଏସଏମଇ ମନ୍ତ୍ରୀଙ୍କ ପିଏସ ପଦରେ ନିଯୁକ୍ତ ଦିଆଯାଇଛି। କ୍ରୀଡ଼ା ଓ ଯୁବ ବିଭାଗରରେ କାର୍ଯ୍ୟରତ ସିଦ୍ଧାର୍ଥ ସାହୁଙ୍କୁ ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆଶିଷ ଭୋଇଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀଙ୍କ ଓଏସଡି ଭାବରେ ନିଯୁକ୍ତ କରାଯାଇଛି।