୬ ଦେଶରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ବାଂଲାଦେଶ ଫେରିବାକୁ ନିର୍ଦ୍ଦେଶ; ଆକ୍ସନରେ ଅନ୍ତରୀଣ ସରକାର
ଢାକା: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ଅନ୍ୟ ବିଚାରପତିମାନେ ଇସ୍ତଫା ଦେଇଛନ୍ତି । ନ୍ୟାୟଧୀଶଙ୍କ ପରେ ଏବେ ବିଭିନ୍ନ ରାଷ୍ଟ୍ରରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତଙ୍କ ପାଳି । ହାଇ-କମିଶନଙ୍କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ୬ ଦେଶରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତଙ୍କୁ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶେଖ୍ ହସିନା ସରକାରଙ୍କ ଦ୍ବାରା ନିଯୁକ୍ତି କରାଯାଇଥିବାରୁ ସେମାନଙ୍କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବିଶେଷ କରି ଆମେରିକା, ଋଷ୍, ସାଉଦି ଆରବ, ଜାପାନ, ଜର୍ମାନୀ, ୟୁଏସ ଏବଂ ମାଳଦୀପରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତଙ୍କୁ ବାଂଲାଦେଶ ସରକାର ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓ୍ବାଶିଂଟନରେ ନିଯୁକ୍ତ ଥିବା ମହମ୍ମଦ ଇରାନ, ମସ୍କୋରେ ଅବସ୍ଥାପିତ ଥିବା କାମରୁଲ ହସନ, ରିୟାଧର ଜାଭେଦ ପଟଓ୍ବାରୀ, ଟୋକିଓର ଶହାବୁଦ୍ଦିନ ଅହମ୍ମଦ, ବର୍ଲିନର ମୁଶାରଫ୍ ହୁସେନ ଭୁଇୟାନ, ଆବୁଧାବୀର ଅବୁ ଜାଫର ଏବଂ ମାଲେରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରିୟର ଆଡମିରଲ ଏସଏମ ଅବୁଲ କଲାମ ଆଜାଦଙ୍କୁ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଟଓ୍ବାରେ ଥିବା ବାଂଲାଦେଶ କାଉନସିଲର ଅପର୍ଣ୍ଣା ରାଣୀ ପଲ ଏବଂ କାଉନସିଲର ମୋ
ଢାକା: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ଅନ୍ୟ ବିଚାରପତିମାନେ ଇସ୍ତଫା ଦେଇଛନ୍ତି । ନ୍ୟାୟଧୀଶଙ୍କ ପରେ ଏବେ ବିଭିନ୍ନ ରାଷ୍ଟ୍ରରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତଙ୍କ ପାଳି । ହାଇ-କମିଶନଙ୍କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ୬ ଦେଶରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତଙ୍କୁ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶେଖ୍ ହସିନା ସରକାରଙ୍କ ଦ୍ବାରା ନିଯୁକ୍ତି କରାଯାଇଥିବାରୁ ସେମାନଙ୍କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲୁଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବିଶେଷ କରି ଆମେରିକା, ଋଷ୍, ସାଉଦି ଆରବ, ଜାପାନ, ଜର୍ମାନୀ, ୟୁଏସ ଏବଂ ମାଳଦୀପରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତଙ୍କୁ ବାଂଲାଦେଶ ସରକାର ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓ୍ବାଶିଂଟନରେ ନିଯୁକ୍ତ ଥିବା ମହମ୍ମଦ ଇରାନ, ମସ୍କୋରେ ଅବସ୍ଥାପିତ ଥିବା କାମରୁଲ ହସନ, ରିୟାଧର ଜାଭେଦ ପଟଓ୍ବାରୀ, ଟୋକିଓର ଶହାବୁଦ୍ଦିନ ଅହମ୍ମଦ, ବର୍ଲିନର ମୁଶାରଫ୍ ହୁସେନ ଭୁଇୟାନ, ଆବୁଧାବୀର ଅବୁ ଜାଫର ଏବଂ ମାଲେରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରିୟର ଆଡମିରଲ ଏସଏମ ଅବୁଲ କଲାମ ଆଜାଦଙ୍କୁ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଟଓ୍ବାରେ ଥିବା ବାଂଲାଦେଶ କାଉନସିଲର ଅପର୍ଣ୍ଣା ରାଣୀ ପଲ ଏବଂ କାଉନସିଲର ମୋବାଶବିରା ପରଜାନ ମିଥିଲାଙ୍କୁ ଦେଶକୁ ଫେରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବାଂଲାଦେଶରେ ଏବେ ନୂଆ ଅନ୍ତରୀଣ ସରକାର ଗଠନ ହୋଇଛି । ଏହା ପୂର୍ବରୁ ଦେଶରେ ସଂରକ୍ଷଣକୁ ନେଇ ହିଂସା ଜାରି ରହିଥିଲା । ଆନ୍ଦୋଳନକାରୀ ମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବାସଭବନକୁ କବଜା କରିଥିଲେ । ଫଳରେ ଶେଖ୍ ହସିନା ସରକାର ବାଧ୍ୟ ହୋଇ ଇସ୍ତଫା ଦେଇଥିଲା । ...