ଘରେ କୁଲର ରଖିଛନ୍ତି କି ? ଜାଣନ୍ତୁ ଏହାକୁ ରଖିବାର ୭ଟି ନିୟମ, ନଚେତ୍ ହୋଇପାରେ କ୍ଷତି !

ନୂଆଦିଲ୍ଲୀ ୦୫।୦୮: ପ୍ରାୟ ସମସ୍ତଙ୍କ ଘରେ ରହିଥିବ କୁଲର । କିନ୍ତୁ ଜାଣନ୍ତି କି ଏହାକୁ ରଖିବାର ଅନେକ ନିୟମ ରହିଛି । ଯଦି ଏହାକୁ ଠିକ୍ରେ ନରଖନ୍ତି ତେବେ ଅନେକ ଅସୁବିଧାର ହୋଇପାରନ୍ତି ସମ୍ମୁଖୀନ । ଆସନ୍ତୁ ଜାଣିବା... କୁଲରକୁ ସବୁବେଳେ ଏକ ସୁରକ୍ଷିତ ପ୍ଲଗ ଏବଂ ସକେଟରେ ଲଗାନ୍ତୁ । ଢିଲା କିମ୍ବା ଭଙ୍ଗା ସକେଟ୍ ବ୍ୟବହାର କରନ୍ତୁ ନାହିଁ । କୁଲରର ପାୱାର୍ ଲାଇନ୍ରେ ସଠିକ୍ ଆର୍ଥିଙ୍ଗ୍ ଅଛି କି ନାହିଁ ଚେକ୍ କରନ୍ତି । ନଚେତ୍ କରେଣ୍ଟ ଲାଗିବାର ଆଶଙ୍କା ରହିଥାଏ । କୁଲରରେ ପାଣି ଭରିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ପାଣି ମୋଟର କିମ୍ବା ବୈଦ୍ୟୁତିକ ଅଂଶରେ ନପହଞ୍ଚେ । ଏହାବ୍ୟତୀତ ପାଣିର ସଠିକ୍ ସ୍ତର ବଜାୟ ରଖନ୍ତି । କୁଲରକୁ ସବୁବେଳେ ଶୁଖିଲା ଏବଂ ସମତଳ ସ୍ଥାନରେ ରଖନ୍ତୁ । ପାଣି ଥିବା ସ୍ଥାନଠାରୁ କୁଲରକୁ ଦୂରେଇ ରଖନ୍ତୁ । ସମୟ ସମୟରେ କୁଲରର ଇଲେକ୍ଟିକ୍ ତାର ଏବଂ କନେକ୍ସନ୍କୁ ଚେକ୍ କରନ୍ତୁ । ଯଦି କୌଣସି ତାର କଟିଯାଏ  କିମ୍ବା ନଷ୍ଟ ହୋଇଯାଏ, ତେବେ ତୁରନ୍ତ ଏହାକୁ ବଦଳାନ୍ତୁ  । କୁଲର ସହିତ ଅନ୍ୟ ଭାରୀ ଉପକରଣକୁ ଗୋଟିଏ ସକେଟ୍ରେ ଲଗାନ୍ତୁନି । ଏପରି କରିବା ଦ୍ବାରା ସକେଟ ଉପରେ ଓଭରଲୋଡ୍ ପଡିପାରେ ଏବଂ ସର୍ଟସର୍କିଟ୍ର ବିପଦ ବଢିପାରେ । କୁଲରକୁ ସଫା କରିବା କିମ୍ବା ପାଣି ଭରିବା ପୂର୍ବରୁ ସବୁବେଳେ କୁଲରକୁ ବନ୍ଦ କରନ୍ତୁ  । ଏପରି କରିବା ଦ୍ବାରା ଦୁର୍ଘଟଣାକୁ ରୋକା ଯାଇପାରିବ ।

ଘରେ କୁଲର ରଖିଛନ୍ତି କି ?  ଜାଣନ୍ତୁ ଏହାକୁ ରଖିବାର ୭ଟି ନିୟମ, ନଚେତ୍ ହୋଇପାରେ କ୍ଷତି !

ନୂଆଦିଲ୍ଲୀ ୦୫।୦୮: ପ୍ରାୟ ସମସ୍ତଙ୍କ ଘରେ ରହିଥିବ କୁଲର । କିନ୍ତୁ ଜାଣନ୍ତି କି ଏହାକୁ ରଖିବାର ଅନେକ ନିୟମ ରହିଛି । ଯଦି ଏହାକୁ ଠିକ୍ରେ ନରଖନ୍ତି ତେବେ ଅନେକ ଅସୁବିଧାର ହୋଇପାରନ୍ତି ସମ୍ମୁଖୀନ । ଆସନ୍ତୁ ଜାଣିବା... 

କୁଲରକୁ ସବୁବେଳେ ଏକ ସୁରକ୍ଷିତ ପ୍ଲଗ ଏବଂ ସକେଟରେ ଲଗାନ୍ତୁ । ଢିଲା କିମ୍ବା ଭଙ୍ଗା ସକେଟ୍ ବ୍ୟବହାର କରନ୍ତୁ ନାହିଁ । କୁଲରର ପାୱାର୍ ଲାଇନ୍ରେ ସଠିକ୍ ଆର୍ଥିଙ୍ଗ୍ ଅଛି କି ନାହିଁ ଚେକ୍ କରନ୍ତି । ନଚେତ୍ କରେଣ୍ଟ ଲାଗିବାର ଆଶଙ୍କା ରହିଥାଏ । 

କୁଲରରେ ପାଣି ଭରିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ପାଣି ମୋଟର କିମ୍ବା ବୈଦ୍ୟୁତିକ ଅଂଶରେ ନପହଞ୍ଚେ । ଏହାବ୍ୟତୀତ ପାଣିର ସଠିକ୍ ସ୍ତର ବଜାୟ ରଖନ୍ତି । କୁଲରକୁ ସବୁବେଳେ ଶୁଖିଲା ଏବଂ ସମତଳ ସ୍ଥାନରେ ରଖନ୍ତୁ । ପାଣି ଥିବା ସ୍ଥାନଠାରୁ କୁଲରକୁ ଦୂରେଇ ରଖନ୍ତୁ । 

ସମୟ ସମୟରେ କୁଲରର ଇଲେକ୍ଟିକ୍ ତାର ଏବଂ କନେକ୍ସନ୍କୁ ଚେକ୍ କରନ୍ତୁ । ଯଦି କୌଣସି ତାର କଟିଯାଏ  କିମ୍ବା ନଷ୍ଟ ହୋଇଯାଏ, ତେବେ ତୁରନ୍ତ ଏହାକୁ ବଦଳାନ୍ତୁ  । କୁଲର ସହିତ ଅନ୍ୟ ଭାରୀ ଉପକରଣକୁ ଗୋଟିଏ ସକେଟ୍ରେ ଲଗାନ୍ତୁନି । 

ଏପରି କରିବା ଦ୍ବାରା ସକେଟ ଉପରେ ଓଭରଲୋଡ୍ ପଡିପାରେ ଏବଂ ସର୍ଟସର୍କିଟ୍ର ବିପଦ ବଢିପାରେ । କୁଲରକୁ ସଫା କରିବା କିମ୍ବା ପାଣି ଭରିବା ପୂର୍ବରୁ ସବୁବେଳେ କୁଲରକୁ ବନ୍ଦ କରନ୍ତୁ  । ଏପରି କରିବା ଦ୍ବାରା ଦୁର୍ଘଟଣାକୁ ରୋକା ଯାଇପାରିବ ।