ମେଣ୍ଟ ସସ୍‌ପେନ୍ସ: ମନମୋହନଙ୍କ ୟୁ-ଟର୍ଣ୍ଣ, ଦେବୀ ଉଠେଇଲେନି କଥା

ଭୁବନେଶ୍ୱର: ମେଣ୍ଟ ନାଟକରେ ଏଯାଏଁ ଜବନୀକା ପଡ଼ିଲାନି । ମାସେରୁ ଅଧିକ ଦିନ ହେବ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଜାରି ରହିଥିବା ଚର୍ଚ୍ଚାରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ବି ଆହୁରି ଅନିଶ୍ଚିତ ହୋଇଛି । ବିଶେଷକରି ନିର୍ବାଚନ ଘୋଷଣାକୁ ମାତ୍ର କିଛି ଦିନ ଥିବା ଆଶା ବେଳେ ଗୁରୁବାର (ମାର୍ଚ୍ଚ ୧୪) ମେଣ୍ଟ ଚର୍ଚ୍ଚା ଏକ ନାଟକୀୟ ଢଙ୍ଗରେ ଆହୁରି ସସପେନ୍ସ ସୃଷ୍ଟି କରିଛି । ବିଶେଷ କରି ରାଜ୍ୟ ବିଜେପି ସଭାପତିଙ୍କ ଭିନ୍ନ ଭିନ୍ନ ବୟାନ ସାଙ୍ଗକୁ ବିଜେଡିର ବହୁ ପ୍ରତୀକ୍ଷିତ ବୈଠକ ପରେ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ମପାଚୁପା କଥା ମେଣ୍ଟ ଆଶଂକାରେ ଅନେକ ପ୍ରଶ୍ନବାଚୀ ଲଗାଇ ଦେଇଛି ।ତିନି ଦିନ ରହଣୀ ପରେ ଦିଲ୍ଲୀରୁ ଫେରିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ସକାଳେ ପ୍ରଥମେ କହିଲେ ବିଜେପି ଏକାକୀ ସରକାର ଗଢିବ । ଏକ୍ସ ପୋଷ୍ଟରେ ଲେଖିଲେ, ଦଳ ଏକାକୀ ଲଢିବ ଏବଂ ସରକାର ଗଢିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ସହ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଜନସମର୍ଥନର ଦାବି ବି ରେଖିଲେ । ତାଙ୍କ କଥାକୁ ଭୁବନେଶ୍ୱର ସାଂସଦ ବି ଦୋହରାଇଲେ । କିନ୍ତୁ ଏମିକି କହିବାର କିଛି ଘଣ୍ଟା ପରେ ମେଣ୍ଟକୁ ଅସ୍ୱୀକାର କରୁଥିବା ମନମୋହନ କହିଲେ ଦଳର କେନ୍ଦ୍ରୀୟ ନେତୃତ୍ୱ ଯାହା ନିର୍ଦ୍ଦେଶ ଦେବ ତାହା ରାଜ୍ୟ ଶାଖା ମାନିବ । ଅର୍ଥାତ୍ କେଉଁଠି ନାଁ କେଉଁଠି ମନମୋହନଙ୍କ ଉପରେ ଚାପ ଥିବା ଆଶଂକା କଲେ ରାଜନୀତିକ ପର୍ଯ

ମେଣ୍ଟ ସସ୍‌ପେନ୍ସ: ମନମୋହନଙ୍କ ୟୁ-ଟର୍ଣ୍ଣ, ଦେବୀ ଉଠେଇଲେନି କଥା

ଭୁବନେଶ୍ୱର: ମେଣ୍ଟ ନାଟକରେ ଏଯାଏଁ ଜବନୀକା ପଡ଼ିଲାନି । ମାସେରୁ ଅଧିକ ଦିନ ହେବ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଜାରି ରହିଥିବା ଚର୍ଚ୍ଚାରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ବି ଆହୁରି ଅନିଶ୍ଚିତ ହୋଇଛି । ବିଶେଷକରି ନିର୍ବାଚନ ଘୋଷଣାକୁ ମାତ୍ର କିଛି ଦିନ ଥିବା ଆଶା ବେଳେ ଗୁରୁବାର (ମାର୍ଚ୍ଚ ୧୪) ମେଣ୍ଟ ଚର୍ଚ୍ଚା ଏକ ନାଟକୀୟ ଢଙ୍ଗରେ ଆହୁରି ସସପେନ୍ସ ସୃଷ୍ଟି କରିଛି । ବିଶେଷ କରି ରାଜ୍ୟ ବିଜେପି ସଭାପତିଙ୍କ ଭିନ୍ନ ଭିନ୍ନ ବୟାନ ସାଙ୍ଗକୁ ବିଜେଡିର ବହୁ ପ୍ରତୀକ୍ଷିତ ବୈଠକ ପରେ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ମପାଚୁପା କଥା ମେଣ୍ଟ ଆଶଂକାରେ ଅନେକ ପ୍ରଶ୍ନବାଚୀ ଲଗାଇ ଦେଇଛି ।


ତିନି ଦିନ ରହଣୀ ପରେ ଦିଲ୍ଲୀରୁ ଫେରିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ସକାଳେ ପ୍ରଥମେ କହିଲେ ବିଜେପି ଏକାକୀ ସରକାର ଗଢିବ । ଏକ୍ସ ପୋଷ୍ଟରେ ଲେଖିଲେ, ଦଳ ଏକାକୀ ଲଢିବ ଏବଂ ସରକାର ଗଢିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ସହ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଜନସମର୍ଥନର ଦାବି ବି ରେଖିଲେ । ତାଙ୍କ କଥାକୁ ଭୁବନେଶ୍ୱର ସାଂସଦ ବି ଦୋହରାଇଲେ । କିନ୍ତୁ ଏମିକି କହିବାର କିଛି ଘଣ୍ଟା ପରେ ମେଣ୍ଟକୁ ଅସ୍ୱୀକାର କରୁଥିବା ମନମୋହନ କହିଲେ ଦଳର କେନ୍ଦ୍ରୀୟ ନେତୃତ୍ୱ ଯାହା ନିର୍ଦ୍ଦେଶ ଦେବ ତାହା ରାଜ୍ୟ ଶାଖା ମାନିବ । ଅର୍ଥାତ୍ କେଉଁଠି ନାଁ କେଉଁଠି ମନମୋହନଙ୍କ ଉପରେ ଚାପ ଥିବା ଆଶଂକା କଲେ ରାଜନୀତିକ ପର୍ଯ୍ୟବେକ୍ଷକ । ମନମୋହନ ପୂରା ୟୁ-ଟର୍ଣ୍ଣ ନେଲେ । ଏକାକୀ ଲଢିବୁ ସରକାର ଗଢିବୁ କହୁଥିବା ମନମୋହନ ନିଜ ଏକ୍ସ ପୋଷ୍ଟ ବି ଡିଲିଟ୍ କରିଦେଲେ । ଫଳରେ ମନମୋହନ ଚାପରେ କଥା ବଦଳାଇଥିବା ଚର୍ଚ୍ଚା ସାଙ୍ଗକୁ ପୁଣି ମେଣ୍ଟ ଚର୍ଚ୍ଚା ଉଠିଲା ।


ଏପଟେ ଅପରାହ୍ମରେ ନବୀନ ନିବାସରେ ବୈଠକ ପାଇଁ ଏକାଠି ହେଲେ ଦଳର ବରିଷ୍ଠ ନେତାଏ । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଡାକରା ପାଇ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସହ ବହୁ ବରିଷ୍ଠ ନେତା ଏବଂ ଜିଲ୍ଲା ସଂଗଠନର ଦାୟିତ୍ୱରେ ଥିବା ନେତାଏ ବି ଏକାଠି ହେଲେ । ଦୁଇ ଡଜନରୁ ଅଧିକ ନେତା ନବୀନ ନିବାସ ପହଞ୍ଚି ବୈଠକରେ ସାମିଲ ହୋଇଥିଲେ । ପ୍ରାୟ ୨ ଘଣ୍ଟା ବୈଠକ ଚାଲିଲା । କିନ୍ତୁ ବୈଠକ ଶେଷରେ ବରିଷ୍ଠ ନେତାଏ ବାହାରକୁ ଆସିଲେ । ଦଳର ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ କହିଲେ, ଦଳ ସୁପ୍ରିମୋଙ୍କ ସହ ନେତାମାନେ ସାଂଗଠନିକ ପ୍ରସଙ୍ଗ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି । ନେତାଏ ସେମାନଙ୍କ ରିପୋର୍ଟ ଦେଇଛନ୍ତି । ନିର୍ବାଚନ ଓ ଦଳର ସଂଗଠନ ତଥା ଅନ୍ୟାନ୍ୟ ବିଷୟରେ ସବିଶେଷ ଆଲୋଚନା ହୋଇଛି । ସଭାପତି ଜିଲ୍ଲା ସଂଗଠନର ନେତାଙ୍କ ସହ ସମସ୍ତଙ୍କ କଥା ଶୁଣିଛନ୍ତି ଏବଂ ପରାମର୍ଶ ଦେଇଛନ୍ତି । ଏତିକି କହିବା ବେଳେ ସେ ମେଣ୍ଟ ବିଷୟରେ କିଛି ବି କହି ନାହାନ୍ତି । ପୁଣି ଥରେ ବିଜେଡି ମେଣ୍ଟ ନେଇ ନିରବ ରହିଛି । ମେଣ୍ଟ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଜାଣିବାକୁ ଚାହୁଁଥିବା ଗଣମାଧ୍ୟମ ନିରାଶ ହୋଇଛି । ସମର୍ଥନ କିମ୍ୱା ଅସ୍ୱୀକାର ତ' ପର କଥା ମେଣ୍ଟର ନାଁ ବି ନେଇ ନାହାନ୍ତି ଦେବୀ ମିଶ୍ର ।

ଦୁଇ ଦଳର ଏପରି ବୟାନ ଏବଂ ନିରବତା ନେଇ ରାଜନୀତିକ ପର୍ଯ୍ୟବେକ୍ଷକମାନେ ଏବେ ତର୍ଜମା ଆରମ୍ଭ କରିଛନ୍ତି । ମନମୋହନଙ୍କ ବୟାନବାଜିକୁ ନାଟକ ସହ ତୁଳନା କରାଯାଉଥିବା ବେଳେ ମେଣ୍ଟ ସମ୍ପର୍କରେ ନିରବତା ବିଜେଡିର ସୁଚିନ୍ତିତ ରଣନୀତିର ସଂକେତ ଦେଉଛି । ମନମୋହନଙ୍କ ୟୁ-ଟର୍ଣ୍ଣ ମେଣ୍ଟ ସମ୍ଭାବନାରେ ଫୁଲଷ୍ଟପ୍ ପଡ଼ିନଥିବା ଦର୍ଶାଉଛି । ଏପଟେ ସାଂଗଠନିକ ଆଲୋଚନା ଏବଂ ଜିଲ୍ଲାୱାରି ରିପୋର୍ଟ କହି ମେଣ୍ଟ ପ୍ରତି ଦଳ ଆଗ୍ରହୀ ନଥିବା ବିଜେଡି ସୂଚେଇବାକୁ ଚେଷ୍ଟା କରୁଛି । ସଂଖ୍ୟା ଅଧିକ ଥିବାରୁ ଦଳ ଜନତାଙ୍କ ବଳରେ ବଳିଆନ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ । ମନମୋହନ ବିଜେପିର ସରକାରର ହେବ କହୁଥିବା ବେଳେ, ନିରବ ରହି ବିଜେଡି ଦେଖାଇବାକୁ ଚାହୁଁଛି ଯେ ଷଷ୍ଠ ଥର କ୍ଷମତାକୁ ଆସିବା ନେଇ ଦଳ ଦୃଢ ଆଶାବାଦୀ । ମେଣ୍ଟ ପ୍ରସଙ୍ଗରେ ନିରବ ରହି ବିଜେଡି ଏହା ମଧ୍ୟ ଦେଖାଇବାକୁ ଚେଷ୍ଟା କରୁଛି ଯେ ମେଣ୍ଟ ହେଉ ବା ନହେଉ ସେଥିରେ ଦଳ ପାଇଁ କୌଣସି ଫରକ ନାହିଁ । ଏପରିକି ମେଣ୍ଟ ଖବର ଗଣମାଧ୍ୟମର ମନ ଗଢା ଖବର ବୋଲି ମଧ୍ୟ ପ୍ରମାଣିତ କରାଯାଇପାରେ । ଯାହା ବି ହେଉ ରାଜ୍ୟସଭା ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ, ବିଜେପି ସହ କୌଣସି ବି ଦଳ ପ୍ରାର୍ଥୀ ଘୋଷଣା ନହେବା ଇତ୍ୟାଦି ଘଟଣାରୁ ମେଣ୍ଟ ସମ୍ଭାବନା ଏବେ ବି ଜୀବିତ ଥିବା ଚର୍ଚ୍ଚା ହେଉଛି । ତଥାପି ଅପେକ୍ଷା । ହୁଏତ ଆଗାମୀ ୨୪ ଘଣ୍ଟା ବା ଶନିବାର ସୁଦ୍ଧା ମେଣ୍ଟ ପ୍ରଶ୍ନର ଚୂଡ଼ାନ୍ତ ଉତ୍ତରଟି ମିଳିଯାଇପାରେ ।