ଲଦାଖରେ ଗଠନ ହେବ ନୂଆ ୫ ଜିଲ୍ଲା; କେନ୍ଦ୍ର ଶାସିତ ପ୍ରଦେଶକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି

ନୂଆଦିଲ୍ଲୀ,୨୬/୦୮: ଲଦାଖର କେନ୍ଦ୍ରଶାସିତ ପ୍ରଦେଶରେ ଗଠନ ହେବ ୫ ନୂଆ ଜିଲ୍ଲା । ଜାମ୍ମୁ-କାଶ୍ମୀର ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପିତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂତନ ଜିଲ୍ଲା ଗଠନ ହେଲେ ଲଦାଖ ଲୋକେ ଉପକୃତ ହେବେ । ଏହାଛଡ଼ା ସୌରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ। 'ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଲଦାଖକୁ ବିକଶିତ ତଥା ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ଜିଲ୍ଲାଗୁଡ଼ିକରେ ଜାସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ରହିବ ।୨୦୧୯ ମସିହାରେ, ଲଦାଖ ଜାମ୍ମୁ କାଶ୍ମୀରରୁ ଅଲଗା ହୋଇ ଏହାକୁ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ପରିଗଣିତ କରାଯାଇଥିଲା। ସେହି ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ୍ ଦୁଇଟି ଜିଲ୍ଲା ଥିଲା - ଲେହ ଏବଂ କାର୍ଗିଲ୍। ବର୍ତ୍ତମାନ ଲଦାଖରେ ଆଉ ପାଞ୍ଚଟି ନୂତନ ଜିଲ୍ଲା ଜାସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ସାମିଲ୍ ରହିଛି । ଲଦାଖରେ ୫ ଜିଲ୍ଲା ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, '

ଲଦାଖରେ ଗଠନ ହେବ ନୂଆ ୫ ଜିଲ୍ଲା; କେନ୍ଦ୍ର ଶାସିତ ପ୍ରଦେଶକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି

ନୂଆଦିଲ୍ଲୀ,୨୬/୦୮: ଲଦାଖର କେନ୍ଦ୍ରଶାସିତ ପ୍ରଦେଶରେ ଗଠନ ହେବ ୫ ନୂଆ ଜିଲ୍ଲା । ଜାମ୍ମୁ-କାଶ୍ମୀର ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପିତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂତନ ଜିଲ୍ଲା ଗଠନ ହେଲେ ଲଦାଖ ଲୋକେ ଉପକୃତ ହେବେ । ଏହାଛଡ଼ା ସୌରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ। 'ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଲଦାଖକୁ ବିକଶିତ ତଥା ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ଜିଲ୍ଲାଗୁଡ଼ିକରେ ଜାସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ରହିବ ।

୨୦୧୯ ମସିହାରେ, ଲଦାଖ ଜାମ୍ମୁ କାଶ୍ମୀରରୁ ଅଲଗା ହୋଇ ଏହାକୁ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ପରିଗଣିତ କରାଯାଇଥିଲା। ସେହି ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ୍ ଦୁଇଟି ଜିଲ୍ଲା ଥିଲା - ଲେହ ଏବଂ କାର୍ଗିଲ୍। ବର୍ତ୍ତମାନ ଲଦାଖରେ ଆଉ ପାଞ୍ଚଟି ନୂତନ ଜିଲ୍ଲା ଜାସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ସାମିଲ୍ ରହିଛି । ଲଦାଖରେ ୫ ଜିଲ୍ଲା ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ ଉନ୍ନତ ଶାସନ ଏବଂ ସମୃଦ୍ଧତା ଦିଗରେ ଏକ ପଦକ୍ଷେପ। ଲୋକଙ୍କ ସେବା ଏବଂ ସୁଯୋଗକୁ ନିକଟତର କରି ଜାନସ୍କର, ଦ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ। ଏହା ସହିତ ପିଏମ୍ ମୋଦି ସେଠାକାର ଲୋକଙ୍କୁ ଅଭିନନ୍ଦନ ଜଣାଇଥନ୍ତି ।               

ଉଲ୍ଲେଖଯୋଗ୍ୟ ଯେ, ୧୯୭୯ ରେ, ଲଦାଖକୁ କାର୍ଗିଲ ଏବଂ ଲେହ ଜିଲ୍ଲାରେ ବିଭକ୍ତ କରାଯାଇଥିଲା। ୧୯୮୯ ରେ ବୌଦ୍ଧ ଏବଂ ମୁସଲମାନମାନଙ୍କ ମଧ୍ୟରେ ଦଙ୍ଗା ହୋଇଥିଲା। ୧୯୯୦ ଦଶକରେ ଲଦାଖକୁ କାଶ୍ମୀର ଶାସନରୁ ମୁକ୍ତ କରିବା ପାଇଁ ଲଦାଖ ଅଟୋନମସ୍‌ ହିଲ ଡେଭଲପମେଣ୍ଟ କାଉନସିଲ୍‌ ଗଠନ କରାଯାଇଥିଲା ଏବଂ ୫ ଅଗଷ୍ଟ ୨୦୧୯ରେ ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଲଦାଖ ଭାରତର ସବୁଠାରୁ କମ୍ ଜନବହୁଳ ଅଞ୍ଚଳ ଅଟେ। ରଣନୀତି ଏବଂ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଚୀନ୍ ଏବଂ ପାକିସ୍ଥାନ ସୀମାବର୍ତ୍ତୀ ଲଦାଖକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଲଦାଖ ପୂର୍ବରେ ତିବ୍ଦତ, ଦକ୍ଷିଣରେ ଲାହୌଲ ଏବଂ ସ୍ପିତି, ପଶ୍ଚିମରେ ଜାମ୍ମୁ କାଶ୍ମୀର ଏବଂ ବଲୁଚିସ୍ତାନ ଏବଂ ଉତ୍ତରରେ ଜିନଜିୟାଙ୍ଗର ଟ୍ରାନ୍ସ କୁନଲୁନ୍ ସୀମା ଅବସ୍ଥିତ।