ବ୍ରହ୍ମପୁର ମହାନଗର ନିଗମ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ଚୋରି, ଥାନାରେ ଏତଲା

ବ୍ରହ୍ମପୁର: ବେଶ୍‌ କିଛି ଦିନ ହେବ ବ୍ରହ୍ମପୁର ମହାନଗର ନିଗମ ଚର୍ଚ୍ଚାରେ ରହିଛି । ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଘଟଣା ହେଉକି କି’ ବୈଠକ ବେଳେ ହୋହାଲ୍ଲା କିମ୍ବା ପୁଣି ମଶା ତେଲ କିଣାରେ ଦୁର୍ନୀତି ଅଭିଯୋଗ ଘଟଣାକୁ ନେଇ ବିବାଦରେ ରହିଆସିଛି ବିଇ.ଏମସି। ହେଲେ ଏବେ ବିଇ.ଏମସି କାର୍ଯ୍ୟାଳୟ ପରିସରରେ ଥିବା ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ଚୋରିକୁ ନେଇ ଚର୍ଚ୍ଚା। କାର୍ଯ୍ୟାଳୟରୁ କିଛି ଜିନିଷ ପତ୍ର ସହ ଫାଇଲ ଚୋରି ହୋଇଥିବା ସନ୍ଦେହରେ ବିଭାଗୀୟ ଅଧିକାରୀ, ଟାଉନ ଥାନାରେ ଏତଲା ଦେଇଛନ୍ତି। ଅବଶ୍ୟ ପ୍ରକୃତରେ କଣ ଚୋରି ହୋଇଛି ସେନେଇ କିଛି ଜଣାପଡ଼ିନାହିଁ। ହେଲେ ଫାଇଲ ଚୋରି ହୋଇଥିବା ସନ୍ଦେହ କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।ତେବେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଭିଜୁଆଲକୁ ଯାଞ୍ଚ ପରିସରକୁ ନେଇଛି। ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରାଯାଇଥିବା କହିଛନ୍ତି ଏସପି।କେଉଁ ଫାଇଲ ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ଭାବେ ଅଭିଯୋଗ ହୋଇନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଏସପି କହିଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ଚୋରି, ଥାନାରେ ଏତଲା

ବ୍ରହ୍ମପୁର: ବେଶ୍‌ କିଛି ଦିନ ହେବ ବ୍ରହ୍ମପୁର ମହାନଗର ନିଗମ ଚର୍ଚ୍ଚାରେ ରହିଛି । ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଘଟଣା ହେଉକି କି’ ବୈଠକ ବେଳେ ହୋହାଲ୍ଲା କିମ୍ବା ପୁଣି ମଶା ତେଲ କିଣାରେ ଦୁର୍ନୀତି ଅଭିଯୋଗ ଘଟଣାକୁ ନେଇ ବିବାଦରେ ରହିଆସିଛି ବିଇ.ଏମସି। 

ହେଲେ ଏବେ ବିଇ.ଏମସି କାର୍ଯ୍ୟାଳୟ ପରିସରରେ ଥିବା ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ଚୋରିକୁ ନେଇ ଚର୍ଚ୍ଚା। କାର୍ଯ୍ୟାଳୟରୁ କିଛି ଜିନିଷ ପତ୍ର ସହ ଫାଇଲ ଚୋରି ହୋଇଥିବା ସନ୍ଦେହରେ ବିଭାଗୀୟ ଅଧିକାରୀ, ଟାଉନ ଥାନାରେ ଏତଲା ଦେଇଛନ୍ତି। ଅବଶ୍ୟ ପ୍ରକୃତରେ କଣ ଚୋରି ହୋଇଛି ସେନେଇ କିଛି ଜଣାପଡ଼ିନାହିଁ। ହେଲେ ଫାଇଲ ଚୋରି ହୋଇଥିବା ସନ୍ଦେହ କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।

ତେବେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଭିଜୁଆଲକୁ ଯାଞ୍ଚ ପରିସରକୁ ନେଇଛି। ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରାଯାଇଥିବା କହିଛନ୍ତି ଏସପି।କେଉଁ ଫାଇଲ ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ଭାବେ ଅଭିଯୋଗ ହୋଇନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଏସପି କହିଛନ୍ତି।