୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’

ମହାକାଳପଡ଼ା,୨୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମା’ଟିଏ ଚାହେଁ ମୋ ପରିବାର ପିଲାମାନେ ଭଲରେ ରୁହନ୍ତୁ। ମା’ଙ୍କ ଆଶୀର୍ବାଦ ପିଲାମାନଙ୍କ ପାଖରେ ଥାଏ। ହେଲେ ମା’ ବୟସର ଅପରାହ୍ନରେ ପହଞ୍ଚତ୍ଲା ବେଳେ ସାହାର ଦେବା ପରିବର୍ତ୍ତେ ଝିଅ ଓ ପୁଅ ଭୁଲି ଯାଉଛନ୍ତି। ନିଜ ସ୍ବାମୀ ଆରପାରିକୁ ଚାଲିଗଲା ପରେ ମା’ର ଭରସା କେହି ନାହାନ୍ତି। ମା’ ନିଜ ପିଲାମାନଙ୍କୁ ବଢ଼େଇ କୁଢ଼େଇ ବଡ଼ ମଣିଷ କରି ବିବାହ ଦେବା ପରେ ସେମାନେ ଘର ସଂସାର କରି ପରିବାର […] The post ୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’ appeared first on Dharitri Odia News.

୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’

ମହାକାଳପଡ଼ା,୨୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମା’ଟିଏ ଚାହେଁ ମୋ ପରିବାର ପିଲାମାନେ ଭଲରେ ରୁହନ୍ତୁ। ମା’ଙ୍କ ଆଶୀର୍ବାଦ ପିଲାମାନଙ୍କ ପାଖରେ ଥାଏ। ହେଲେ ମା’ ବୟସର ଅପରାହ୍ନରେ ପହଞ୍ଚତ୍ଲା ବେଳେ ସାହାର ଦେବା ପରିବର୍ତ୍ତେ ଝିଅ ଓ ପୁଅ ଭୁଲି ଯାଉଛନ୍ତି। ନିଜ ସ୍ବାମୀ ଆରପାରିକୁ ଚାଲିଗଲା ପରେ ମା’ର ଭରସା କେହି ନାହାନ୍ତି। ମା’ ନିଜ ପିଲାମାନଙ୍କୁ ବଢ଼େଇ କୁଢ଼େଇ ବଡ଼ ମଣିଷ କରି ବିବାହ ଦେବା ପରେ ସେମାନେ ଘର ସଂସାର କରି ପରିବାର ସହିତ ଭଲରେ ଦିନ କାଟୁଛନ୍ତି। ହେଲେ ଜନ୍ମ ଦେଇଥିବା ମା’ଙ୍କୁ ଭୁଲି ଯାଉଛନ୍ତି। ଅନେକ ମା’ବାପା ପରିବାରରେ ଅବହେଳିତ ହୋଇ ବୃଦ୍ଧାଶ୍ରମରେ ଶେଷ ସମୟ କାଟୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତର ଖରିଅଣ୍ଟା ଗ୍ରାମର ଗୌରୀ ପଲାଇ (୮୦)ଙ୍କ କ୍ଷେତ୍ରରେ। ସ୍ବାମୀ ଆରପାରିକୁ ଚାଲିଗଲା ପରେ ଗୌରୀ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି। ନିଜ ଜନ୍ମ କଲା ୬ ପୁଅ ବିବାହ କରିବା ପରେ ମା’ଙ୍କୁ ସାତପର କରି ଦେଇଛନ୍ତି। ମା’ ବାଧ୍ୟ ହୋଇ ପଡ଼ିଶା ଘରୁ ମାଗିଯାଚି ପେଟ ପୋଷୁଛନ୍ତି। ମା’ ଗୌରୀଙ୍କ କହିବା କଥା ୬ ପୁଅଙ୍କୁ ଜନ୍ମ ଦେଇଛି। ବଡ଼ ହେବା ପରେ ମା’ଙ୍କୁ ଆଉ ପଚାରିଲେ ନାହିଁ। ସାହି ପଡ଼ିଶା, ଗଁାରୁ ମାଗି ଯାଚି ଆଣି ଶାଗ ପଖାଳ ଖାଇ ଜୀବନ ବଞ୍ଚାଇଛି। ଝଡ଼ବର୍ଷା, ବାତ୍ୟାରୁ ଜୀବନ ରକ୍ଷା ପାଇଁ ଘର ଖଣ୍ଡେ ନିମନ୍ତେ ପଡ଼ିଶାଙ୍କୁ ଡାକି ଖୁଣ୍ଟ ପୋତି ୪ ଖଣ୍ଡ ଆଜବେଷ୍ଟସ ପକାଇଛି। ଚାରିପଟେ ଜରି ପାଲ ଘେରାଇଛି। ଧୀରେ ଧୀରେ ମାଟି ଚକଟି କାନ୍ଥ ଏବେ ଦେଉଛି। କେତେବେଳେ ଜୀବନ ଯିବ କିଏ କହିବ। କିଛିମାସ ପୂର୍ବରୁ ପୁଅମାନେ ପଚାରୁ ନ ଥିବରୁ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲି। ହେଲେ କିଛି ନ୍ୟାୟ ମିଳିଲା ନାହିଁ ବୋଲି ଗୌରୀ କହିଛନ୍ତି। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ବୃଦ୍ଧାବୃଦ୍ଧ ମା’ବାପାଙ୍କୁ ଝିଅପୁଅମାନେ ନ ପୋଷିଲେ ତାଙ୍କର ଭୂସମ୍ପତ୍ତି ପାଇବାରୁ ବଞ୍ଚିତ ରହିବେ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଏଠାରେ ପ୍ରଶାସନ ଜଣେ ବୃଦ୍ଧାଙ୍କ ଅଭିଯୋଗକୁ ଗ୍ରହଣ କରି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଖରିଅଣ୍ଟା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି କିଶୋର ଚନ୍ଦ୍ର ତରାଇଙ୍କୁ ପଚାରିବାରେ ପୁଅମାନଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

The post ୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’ appeared first on Dharitri Odia News.