ରାତି ପାହିଲେ ହୋଇଥାନ୍ତା ବାହାଘର, ବନ୍ଦ କଲା ଶିଶୁ ସୁରକ୍ଷା ବିଭାଗ
କୋରାପୁଟ: ଦିନକ ପରେ ହୋଇଥାନ୍ତା ବାହାଘର। ଧୁମଧାମରେ ଚାଲିଥିଲା ବାହାଘର ପ୍ରସ୍ତୁତି। ବାଜୁଥିଲା ବାଜା। ବନ୍ଧା ହୋଇଥିଲା ଟେଣ୍ଟ। ଏତିକିବେଳେ ଖବର ଆସିଲା ବାହା ହେଉଥିବା ଝିଅ ନାବାଳିକା। ଶେଷରେ ବାହାଘରକୁ ବନ୍ଦ କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ ମାଳି ମରୁଆ ଗ୍ରାମରେ ଦେଖିବାକୁ ମିଳିଛି। ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏକ ଟିମ୍ ସହ ପୋଲିସ ସହାୟତାରେ ପହଞ୍ଚିଥିଲେ ଗାଁକୁ। ପୋଲିସକୁ ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ। ବିବାହ ବନ୍ଦ କରିବା ସହ ଉଭୟ ପୁଅ ସହ ନାବାଳିକା ଝିଅ ଏବଂ ପରିବାରକୁ ଆଣିଥିଲେ କୋରାପୁଟ ଶିଶୁ ସୁରକ୍ଷା ବିଭାଗ କାର୍ଯ୍ୟାଳୟ। ଉଭୟ ପରିବାରକୁ କାଉନସିଲ କରିବା ସହ ବେଆଇନ ବିବାହ କରିବାକୁ ମନା କରିଥିଲେ ଅଧିକାରୀ। ବାଲ୍ୟ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ଟେଣ୍ଟ ହାଉସ, ବ୍ୟାଣ୍ଡ ପାର୍ଟି, ରୋଷେୟା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।
କୋରାପୁଟ: ଦିନକ ପରେ ହୋଇଥାନ୍ତା ବାହାଘର। ଧୁମଧାମରେ ଚାଲିଥିଲା ବାହାଘର ପ୍ରସ୍ତୁତି। ବାଜୁଥିଲା ବାଜା। ବନ୍ଧା ହୋଇଥିଲା ଟେଣ୍ଟ। ଏତିକିବେଳେ ଖବର ଆସିଲା ବାହା ହେଉଥିବା ଝିଅ ନାବାଳିକା। ଶେଷରେ ବାହାଘରକୁ ବନ୍ଦ କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ। ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ ମାଳି ମରୁଆ ଗ୍ରାମରେ ଦେଖିବାକୁ ମିଳିଛି।
ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏକ ଟିମ୍ ସହ ପୋଲିସ ସହାୟତାରେ ପହଞ୍ଚିଥିଲେ ଗାଁକୁ। ପୋଲିସକୁ ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ।
ବିବାହ ବନ୍ଦ କରିବା ସହ ଉଭୟ ପୁଅ ସହ ନାବାଳିକା ଝିଅ ଏବଂ ପରିବାରକୁ ଆଣିଥିଲେ କୋରାପୁଟ ଶିଶୁ ସୁରକ୍ଷା ବିଭାଗ କାର୍ଯ୍ୟାଳୟ। ଉଭୟ ପରିବାରକୁ କାଉନସିଲ କରିବା ସହ ବେଆଇନ ବିବାହ କରିବାକୁ ମନା କରିଥିଲେ ଅଧିକାରୀ। ବାଲ୍ୟ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ଟେଣ୍ଟ ହାଉସ, ବ୍ୟାଣ୍ଡ ପାର୍ଟି, ରୋଷେୟା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।