୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର ସମସ୍ୟା ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ନାଉଗାଁ ତହସିଲ କାର୍ଯ୍ୟାଳୟରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟ ବାହାରେ ପାରାଦୀପ ପୋର୍ଟ ସହାୟତାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ଥା କରାଯାଇଥିଲା। ସେହିପରି କାର୍ଯ୍ୟାଳୟ ମଧ୍ୟରେ […] The post ୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ appeared first on Dharitri Odia News.

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର ସମସ୍ୟା ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ନାଉଗାଁ ତହସିଲ କାର୍ଯ୍ୟାଳୟରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି।
ଏହି କାର୍ଯ୍ୟାଳୟ ବାହାରେ ପାରାଦୀପ ପୋର୍ଟ ସହାୟତାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ଥା କରାଯାଇଥିଲା। ସେହିପରି କାର୍ଯ୍ୟାଳୟ ମଧ୍ୟରେ ଏକ ଆକ୍ୱାଗାର୍ଡ ଲଗାଯାଇଥିଲା। ତହସିଲ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ହୋଇଥିବାବେଳେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକର ୧୬ ପଞ୍ଚାୟତର ଜନସାଧାରଣ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି। ଜନସାଧାରଣ ସୁବିଧାରେ ପାନୀୟ ଜଳ ପାଇବା ଉଦ୍ଦେଶ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଏବେ ଗ୍ରୀଷ୍ମ ପ୍ରବାହ ସମୟରେ ଅଧିକ ପାନୀୟ ଜଳ ଆବଶ୍ୟକ ହେଉଥିବାବେଳେ ଉକ୍ତ ୨ଟି ଯାକ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୬ ମାସ ହେବ ଅଚଳ ହୋଇଯାଇଛି। ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମିରଞ୍ଜନ ଦାସଙ୍କ କହିବା ମୁତାବକ, ଉକ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ତହସିଲ କାର୍ଯ୍ୟାଳୟର। କିନ୍ତୁ ତହସିଲ୍‌ ପ୍ରଶାସନ ପକ୍ଷରୁ ଠିକ୍‌ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଜନସାଧାରଣ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ବହୁ ସମୟ ଅପେକ୍ଷା କରୁଥିବାବେଳେ ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି। ଏନେଇ ତୁରନ୍ତ ଉକ୍ତ ପାନୀୟ ଜଳ ପ୍ରକଳ୍ପ ଦ୍ୱୟକୁ କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ତହସିଲଦାର ଶୁଭାଶିଷ ପରିଡାଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଉଠାଇ ନ ଥିଲେ।

The post ୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ appeared first on Dharitri Odia News.