୬କିମି ମିନି ମାରାଥାନରେ ପୋଲମା ବିଦ୍ୟାଳୟର ଛାତ୍ରୀ ପ୍ରଥମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ୬କିମି ମିନି ମାରାଥାନରେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫେବୃୟାରୀ ମାସ ୧୪ତାରିଖରେ ପୁଲବାମା ସହିଦ ଦିବସ ଅବସରରେ ଜେକେ ଫିଟିନେସ ହପ ପକ୍ଷରୁ ମିନି ମାରାଥାନ ପ୍ରତିଯୋଗିତା କରାଯାଇଥିଲା। ଜେକେ ପୁର ଠାରୁ ସିଲଟିଗୁଡା ପର୍ଯ୍ୟନ୍ତ ୬କିମି ଦୂରତା ପର୍ଯ୍ୟନ୍ତ ମିନି ମାରାଥାନ କରଯାଇଥିଲା। ସେଥିରେ ପଲମା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଲଳିତା ତିଆକା  (ପ୍ରଥମ) […]

୬କିମି ମିନି ମାରାଥାନରେ ପୋଲମା ବିଦ୍ୟାଳୟର ଛାତ୍ରୀ ପ୍ରଥମ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ୬କିମି ମିନି ମାରାଥାନରେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫେବୃୟାରୀ ମାସ ୧୪ତାରିଖରେ ପୁଲବାମା ସହିଦ ଦିବସ ଅବସରରେ ଜେକେ ଫିଟିନେସ ହପ ପକ୍ଷରୁ ମିନି ମାରାଥାନ ପ୍ରତିଯୋଗିତା କରାଯାଇଥିଲା। ଜେକେ ପୁର ଠାରୁ ସିଲଟିଗୁଡା ପର୍ଯ୍ୟନ୍ତ ୬କିମି ଦୂରତା ପର୍ଯ୍ୟନ୍ତ ମିନି ମାରାଥାନ କରଯାଇଥିଲା। ସେଥିରେ ପଲମା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଲଳିତା ତିଆକା  (ପ୍ରଥମ) ଓ ମୌସୁମୀ ମାଝୀ (ତୃତୀୟ) ସ୍ଥାନ ଅଧିକାର କରିଥିବାରୁ ଅତିଥୀଙ୍କ ଦ୍ୱାରା ପ୍ରମାଣପତ୍ର ସହ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି।