୬ମାସ ହେଲାଣି କର୍କଟ ରୋଗରେ ପୀଡ଼ିତ ଭେଣ୍ଡିଆ ପୁଅ: ଜୀବନ ସହ ଲଢ଼େଇ କରୁଛନ୍ତି ବରୀର ୨୪ ବର୍ଷର ଚିନ୍ମୟ ସିଂ
କନକ ବ୍ୟୁରୋ: ୬ମାସ ହେଲାଣି କର୍କଟ ରୋଗରେ ପୀଡ଼ିତ ଭେଣ୍ଡିଆ ପୁଅ। ଜୀବନ ସହ ଲଢ଼େଇ କରୁଛନ୍ତି ୨୪ ବର୍ଷର ଚିନ୍ମୟ। ଚିକିତ୍ସା ପାଇଁ ମାଆ ପାଖରେ ଅର୍ଥବଳ ନାହିଁ। ନିରୁପାୟ ହୋଇ ମହାଦେବଙ୍କ ପାଖରେ ଶରଣ ପଶିଛନ୍ତି ଜନ୍ମଦାତ୍ରୀ । ଯାଜପୁର ବରୀରୁ ଆସିଛି ଏପରି ଅଭାବନୀୟ ଚିତ୍ର। ସ୍ୱାମୀ ସିନା ହାତ ଛାଡ଼ିଦେଲେ, ପୁଅ କେବେ ପର କରିବନି। ବଡ଼ ହୋଇ ଦୁଃଖ ଦୂର କରିବ। ବାର୍ଦ୍ଧକ୍ୟ ସମୟରେ ସାହାରା ସାଜିବ। ଏମିତି ଅନେକ ଆଶା ନେଇ ପୁଅକୁ ବଡ଼ କରିଥିଲେ ମାଆ। ହେଲେ ଏବେ ସବୁ ଆଶା ମଉଳି ଯାଇଛି। ପୁଅ ଏବେ କ୍ୟାନ୍ସର ପୀଡ଼ିତ। ଜୀବନ ସହ ଜୁଝି ହେଉଛନ୍ତି ୨୪ ବର୍ଷୀୟ ଚିନ୍ମୟ ସିଂ। ଭେଣ୍ଡିଆ ପୁଅର ଯନ୍ତ୍ରଣା ଦେଖି ମାଆ ସହିପାରୁନି କି କିଛି କରିପାରୁନି। କାରଣ ମମତାକୁ ବଞ୍ଚେଇବା ପାଇଁ ମା' ଗୋଡ଼ରେ ଅର୍ଥାଭାବର ଶିକୁଳି ପଡ଼ିଛି। ବରୀ ବ୍ଲକ୍ ଅନ୍ତର୍ଗତ ନେଉଳା ଗାଁର ଚିନ୍ମୟ ସିଂ। ମା' ପ୍ରଭାତୀ ସିଂଙ୍କ ଆଶା, ଭରସା ସବୁ କିଛି। ସ୍କୁଲରେ ବାସନ ମାଜି ପୁଅକୁ ପାଠ ପଢ଼ାଇଛନ୍ତି। ଚିନ୍ମୟ +୨ ବିଜ୍ଞାନରେ ପାସ କରିବା ପରେ ଏକ ସୋ-ରୁମ୍ରେ ମ୍ୟାନେଜର ଭାବେ କାମ କରୁଥିଲେ। ହେଲେ ଏବେ କ୍ୟାନସ ତାଙ୍କୁ ଘରେ ପକେଇ ଦେଇଛି। ଗୋଟି ବୋଲି ପୁଅକୁ ବିଛଣାରେ ଦେଖି ମା'ର ଛାତି ଫାଟିଯାଉଛି। ଏ ମେଡିକାଲରୁ ସେ ମେଡିକାଲ ପାଗିଳି ପରି ବୁଲୁଛନ୍ତି। ଚିନ୍ମୟଙ୍କ ଚିକିତ୍ସା ପାଇଁ ଲକ୍ଷଲକ୍ଷ ଟଙ୍କା ଆବଶ୍ୟକ। ଯେଉଁଠି ଦାନା ଗଣ୍ଡାଏ ପାଇଁ ପ୍ରତିଦିନ ସଂଘର୍ଷ

କନକ ବ୍ୟୁରୋ: ୬ମାସ ହେଲାଣି କର୍କଟ ରୋଗରେ ପୀଡ଼ିତ ଭେଣ୍ଡିଆ ପୁଅ। ଜୀବନ ସହ ଲଢ଼େଇ କରୁଛନ୍ତି ୨୪ ବର୍ଷର ଚିନ୍ମୟ। ଚିକିତ୍ସା ପାଇଁ ମାଆ ପାଖରେ ଅର୍ଥବଳ ନାହିଁ। ନିରୁପାୟ ହୋଇ ମହାଦେବଙ୍କ ପାଖରେ ଶରଣ ପଶିଛନ୍ତି ଜନ୍ମଦାତ୍ରୀ । ଯାଜପୁର ବରୀରୁ ଆସିଛି ଏପରି ଅଭାବନୀୟ ଚିତ୍ର।
ସ୍ୱାମୀ ସିନା ହାତ ଛାଡ଼ିଦେଲେ, ପୁଅ କେବେ ପର କରିବନି। ବଡ଼ ହୋଇ ଦୁଃଖ ଦୂର କରିବ। ବାର୍ଦ୍ଧକ୍ୟ ସମୟରେ ସାହାରା ସାଜିବ। ଏମିତି ଅନେକ ଆଶା ନେଇ ପୁଅକୁ ବଡ଼ କରିଥିଲେ ମାଆ। ହେଲେ ଏବେ ସବୁ ଆଶା ମଉଳି ଯାଇଛି। ପୁଅ ଏବେ କ୍ୟାନ୍ସର ପୀଡ଼ିତ। ଜୀବନ ସହ ଜୁଝି ହେଉଛନ୍ତି ୨୪ ବର୍ଷୀୟ ଚିନ୍ମୟ ସିଂ। ଭେଣ୍ଡିଆ ପୁଅର ଯନ୍ତ୍ରଣା ଦେଖି ମାଆ ସହିପାରୁନି କି କିଛି କରିପାରୁନି। କାରଣ ମମତାକୁ ବଞ୍ଚେଇବା ପାଇଁ ମା' ଗୋଡ଼ରେ ଅର୍ଥାଭାବର ଶିକୁଳି ପଡ଼ିଛି।
ବରୀ ବ୍ଲକ୍ ଅନ୍ତର୍ଗତ ନେଉଳା ଗାଁର ଚିନ୍ମୟ ସିଂ। ମା' ପ୍ରଭାତୀ ସିଂଙ୍କ ଆଶା, ଭରସା ସବୁ କିଛି। ସ୍କୁଲରେ ବାସନ ମାଜି ପୁଅକୁ ପାଠ ପଢ଼ାଇଛନ୍ତି। ଚିନ୍ମୟ +୨ ବିଜ୍ଞାନରେ ପାସ କରିବା ପରେ ଏକ ସୋ-ରୁମ୍ରେ ମ୍ୟାନେଜର ଭାବେ କାମ କରୁଥିଲେ। ହେଲେ ଏବେ କ୍ୟାନସ ତାଙ୍କୁ ଘରେ ପକେଇ ଦେଇଛି। ଗୋଟି ବୋଲି ପୁଅକୁ ବିଛଣାରେ ଦେଖି ମା'ର ଛାତି ଫାଟିଯାଉଛି। ଏ ମେଡିକାଲରୁ ସେ ମେଡିକାଲ ପାଗିଳି ପରି ବୁଲୁଛନ୍ତି।
ଚିନ୍ମୟଙ୍କ ଚିକିତ୍ସା ପାଇଁ ଲକ୍ଷଲକ୍ଷ ଟଙ୍କା ଆବଶ୍ୟକ। ଯେଉଁଠି ଦାନା ଗଣ୍ଡାଏ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼େ ସେଠି କ୍ୟାନ୍ସର ଭଳି ରୋଗର ବ୍ୟୟବହୁଳ ଚିକିତ୍ସା କରିବା ସହଜ ନୁହେଁ। ଏଥିପାଇଁ ସରକାରୀ ଓ ବେସରକାରୀ ସୂତ୍ରରୁ ସହଯୋଗ ଲୋଡ଼ା । ଯାଜପୁର ବରୀରୁ ପ୍ରଶାନ୍ତ ଦ୍ବିବେଦୀଙ୍କ ରିପୋର୍ଟ, କନକ ନ୍ୟୁଜ।
ଚିନ୍ମୟ ସିଂ, କ୍ୟାନ୍ସର ପୀଡ଼ିତ
ଘର- ବରୀ ବ୍ଲକ ନେଉଳା ଗାଁ
ଜିଲ୍ଲା- ଯାଜପୁର
ଫୋନ୍ ପେ ନଂ- ୮୧୧୮୦୩୯୫୨୨