୬୦ ଦିନ ପରେ ଆଉ ଭାରତରେ ରହିପାରିବେନି: ବିଦେଶୀ ଓକିଲଙ୍କ ପ୍ରବେଶ ପାଇଁ କଡ଼ା ହେଲା ନିୟମ
ନୂଆଦିଲ୍ଲୀ: ନିଜ ନିଜର ମହକିଲଙ୍କର ମାମଲା ପରିଚାଳନା ପାଇଁ ଭାରତ ଆସୁଥିବା ବିଦେଶୀ ଓକିଲମାନଙ୍କୁ ଏବେ ଆସିବା ପୂର୍ବରୁ ଦେଶର ବାର କାଉନସିଲକୁ ଜଣାଇବାକୁ ପଡିବ। କେବଳ ସେତିକି ନୁହେଁ, ଏବଂ କିଛି କ୍ଲାଏଣ୍ଟମାନଙ୍କର ବିବରଣୀ ମଧ୍ୟ ପ୍ରକାଶ କରିବାକୁ ପଡ଼ିବ। ଚଳିତ ସପ୍ତାହରେ ଏହି ନୂଆ ନିୟମ ଲାଗୁ କରାଯାଇଛି। ଏହି ନୂଆ ନିୟମ ୨୦୨୩ ମସିହାରେ ହୋଇଥିବା ନିୟମର ଅଂଶବିଶେଷ। ଯେଉଁଥିରେ ବିଦେଶୀ ଆଇନ ଫାର୍ମଗୁଡ଼ିକୁ ଭାରତୀୟ କାର୍ଯ୍ୟାଳୟ ଖୋଲିବା ଏବଂ M&A ଏବଂ କର୍ପୋରେଟ୍ ଆଇନ ଭଳି କ୍ଷେତ୍ରରେ ଅଣ-ମକଦ୍ଦମାମୂଳକ, ବିଦେଶୀ କିମ୍ବା ଆନ୍ତର୍ଜାତୀୟ ଆଇନରେ ପରାମର୍ଶ ଦେବା ପାଇଁ ଅନୁମତି ଦେବାକୁ ଆଇନ ରଖାଯାଇଛି। ଏହା ପୂର୍ବରୁ, ଭାରତରେ କେବଳ ବିଦେଶୀ ଓକିଲମାନଙ୍କ ପାଇଁ ଏକ ଫ୍ଲାଏ-ଇନ୍ ଏବଂ ଫ୍ଲାଏ-ଆଉଟ୍ ସିଷ୍ଟମକୁ ଅନୁମତି ଦିଆଯାଉଥିଲା। କିନ୍ତୁ ଯେଉଁ ବିଦେଶୀ ଓକିଲମାନେ ଭାରତରେ କାର୍ଯ୍ୟାଳୟ ଖୋଲନ୍ତି ନାହିଁ ଏବଂ କାମ ପାଇଁ ଏମିତି ଉଡ଼ାଣ ଜାରି ରଖିବାକୁ ଚାହାଁନ୍ତି, ସେମାନଙ୍କୁ ଏବେ କଠୋର ନିୟମର ସମ୍ମୁଖୀନ ହେବାକୁ ପଡ଼ିବ। ଯଥା ଏମାନେ କ୍ଲାଏଣ୍ଟଙ୍କ ନାମ ଏବଂ ଯୋଗାଯୋଗ ସୂଚନା ପ୍ରକାଶ କରୁଥିବା ଏକ ଘୋଷଣାପତ୍ର ପୂରଣ କରିବେ। ଏହି ନୂଆ ନିୟମରେ ଓକିଲମାନେ ୧୨ ମାସର ଅବଧିରେ ୬୦ ଦିନରୁ ଅଧିକ ସମୟ ପାଇଁ ଭାରତରେ ରହିପାରିବେ ନାହିଁ ବୋଲି ପୁନଃ ଦୋହରାଯାଇଛି।ନିୟମରେ ଆହୁରି କୁହାଯାଇଛି “ଯେକୌଣସି ବିଦେଶୀ ଓକିଲ କିମ୍ବା ଆ
ନୂଆଦିଲ୍ଲୀ: ନିଜ ନିଜର ମହକିଲଙ୍କର ମାମଲା ପରିଚାଳନା ପାଇଁ ଭାରତ ଆସୁଥିବା ବିଦେଶୀ ଓକିଲମାନଙ୍କୁ ଏବେ ଆସିବା ପୂର୍ବରୁ ଦେଶର ବାର କାଉନସିଲକୁ ଜଣାଇବାକୁ ପଡିବ। କେବଳ ସେତିକି ନୁହେଁ, ଏବଂ କିଛି କ୍ଲାଏଣ୍ଟମାନଙ୍କର ବିବରଣୀ ମଧ୍ୟ ପ୍ରକାଶ କରିବାକୁ ପଡ଼ିବ। ଚଳିତ ସପ୍ତାହରେ ଏହି ନୂଆ ନିୟମ ଲାଗୁ କରାଯାଇଛି।
ଏହି ନୂଆ ନିୟମ ୨୦୨୩ ମସିହାରେ ହୋଇଥିବା ନିୟମର ଅଂଶବିଶେଷ। ଯେଉଁଥିରେ ବିଦେଶୀ ଆଇନ ଫାର୍ମଗୁଡ଼ିକୁ ଭାରତୀୟ କାର୍ଯ୍ୟାଳୟ ଖୋଲିବା ଏବଂ M&A ଏବଂ କର୍ପୋରେଟ୍ ଆଇନ ଭଳି କ୍ଷେତ୍ରରେ ଅଣ-ମକଦ୍ଦମାମୂଳକ, ବିଦେଶୀ କିମ୍ବା ଆନ୍ତର୍ଜାତୀୟ ଆଇନରେ ପରାମର୍ଶ ଦେବା ପାଇଁ ଅନୁମତି ଦେବାକୁ ଆଇନ ରଖାଯାଇଛି। ଏହା ପୂର୍ବରୁ, ଭାରତରେ କେବଳ ବିଦେଶୀ ଓକିଲମାନଙ୍କ ପାଇଁ ଏକ ଫ୍ଲାଏ-ଇନ୍ ଏବଂ ଫ୍ଲାଏ-ଆଉଟ୍ ସିଷ୍ଟମକୁ ଅନୁମତି ଦିଆଯାଉଥିଲା।
କିନ୍ତୁ ଯେଉଁ ବିଦେଶୀ ଓକିଲମାନେ ଭାରତରେ କାର୍ଯ୍ୟାଳୟ ଖୋଲନ୍ତି ନାହିଁ ଏବଂ କାମ ପାଇଁ ଏମିତି ଉଡ଼ାଣ ଜାରି ରଖିବାକୁ ଚାହାଁନ୍ତି, ସେମାନଙ୍କୁ ଏବେ କଠୋର ନିୟମର ସମ୍ମୁଖୀନ ହେବାକୁ ପଡ଼ିବ। ଯଥା ଏମାନେ କ୍ଲାଏଣ୍ଟଙ୍କ ନାମ ଏବଂ ଯୋଗାଯୋଗ ସୂଚନା ପ୍ରକାଶ କରୁଥିବା ଏକ ଘୋଷଣାପତ୍ର ପୂରଣ କରିବେ।
ଏହି ନୂଆ ନିୟମରେ ଓକିଲମାନେ ୧୨ ମାସର ଅବଧିରେ ୬୦ ଦିନରୁ ଅଧିକ ସମୟ ପାଇଁ ଭାରତରେ ରହିପାରିବେ ନାହିଁ ବୋଲି ପୁନଃ ଦୋହରାଯାଇଛି।
ନିୟମରେ ଆହୁରି କୁହାଯାଇଛି “ଯେକୌଣସି ବିଦେଶୀ ଓକିଲ କିମ୍ବା ଆଇନ ଫାର୍ମ ଭାରତରେ ପହଞ୍ଚିବା ପୂର୍ବରୁ ଭାରତୀୟ ବାର ପରିଷଦକୁ ସୂଚିତ କରିବାକୁ ବାଧ୍ୟ ହେବେ ଏବଂ କାର୍ଯ୍ୟର ବିବରଣୀ ଏବଂ ଭାରତରେ ତାଙ୍କର ରହଣିର ଅବଧି ବିଷୟରେ ମଧ୍ୟ ଅବଗତ କରାଇବେ।”