୬୦ ଦିନରେ ୪୮ ଲକ୍ଷ ବିବାହ, ୫.୯ ଲକ୍ଷ କୋଟି ଟଙ୍କାର କାରବାର ଅନୁମାନ, ଅର୍ଥନୀତିକୁ ମିଳିବ ନୂଆ ଗତି

ନୂଆଦିଲ୍ଲୀ: ଚଳିତ ବର୍ଷର ବିବାହ ଋତୁ ଭାରତୀୟ ଅର୍ଥନୀତିର ଉଡାଣକୁ ଏକ ନୂଆ ଗତି ଦେବ । କନ୍‌ଫଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଦାବି କରିଛି ଯେ ଚଳିତ ବର୍ଷ କେବଳ ୬୦ ଦିନରେ ଅର୍ଥାତ୍ ନଭେମ୍ୱର-ଡିସେମ୍ୱରରେ ୪୮ ଲକ୍ଷ ବିବାହ ହେବା ଅନୁମାନ ରହିଛି । ଏହା ଜରିଆରେ ୫.୯ ଲକ୍ଷ କୋଟି ଟଙ୍କା ବ୍ୟବସାୟ ହେବ । କେବଳ ଦିଲ୍ଲୀରେ ୪.୫ ଲକ୍ଷ ବିବାହରୁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଅନୁମାନ ରହିଛି । ବିବାହ ସମାରୋହରେ ବିଦେଶୀ ସାମଗ୍ରୀ ତୁଳନାରେ ଭାରତୀୟ ସାମଗ୍ରୀର ଚାହିଦା ଅଧିକ ରହିବ । ସାରା ଦେଶର ବ୍ୟବସାୟୀ ବର୍ଗ ଆଗାମୀ ବିବାହ ଋତୁରେ ଅଦ୍ଭୂତପୂର୍ବ ବ୍ୟବସାୟିକ ବୃଦ୍ଧି ଦେଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଗ୍ ୱେଡିଂ ସିଜିନ୍ ନଭେମ୍ୱର ୧୨ରୁ ଆରମ୍ଭ ହେଉଛି ।କ୍ୟାଟ୍‌ର ରାଷ୍ଟ୍ରୀୟ ମହାସଚିବ ଏବଂ ଦିଲ୍ଲୀ ଚାନ୍ଦିନୀ ଚୌକରୁ ସାଂସଦ ପ୍ରବୀଣ ଖଣ୍ଡେଲୱାଲା କହିଛନ୍ତି, ଏକ ଅଧ୍ୟୟନ ଅନୁସାରେ ବିବାହ ଋତୁରେ ରିଟେଲ ସେକ୍ଟର (ଯେଉଁଥିରେ ବସ୍ତୁ ଏବଂ ସେବା ଉଭୟ ସାମିଲ ରହିଛି)ରୁ ୫.୯ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଅନୁମାନ ରହିଛି । ସାରା ଦେଶରେ ଅନୁମାନିକ ୪୮ ଲକ୍ଷ ବିବାହ ସହ ଏହି ସିଜିନ ଏକ ପ୍ରମୁଖ ଆର୍ଥିକ ବୃଦ୍ଧିର ଶୋପାନ ହେବ । ଗତ ବର୍ଷ ୩୫ ଲକ୍ଷ ବିବାହ ସହ ମୋଟ ବ୍ୟବସାୟ ୪.୨୫ ଲକ୍ଷ କୋଟି ଟଙ୍କା ରହିଥିଲା । ଚଳିତ ବର୍ଷ ଶୁଭ ବିବାହ ତିଥି ସଂଖ୍ୟାରେ ବୃଦ୍ଧି ଯୋଗୁଁ ବ୍ୟବସାୟରେ

୬୦ ଦିନରେ ୪୮ ଲକ୍ଷ ବିବାହ, ୫.୯ ଲକ୍ଷ କୋଟି ଟଙ୍କାର କାରବାର ଅନୁମାନ, ଅର୍ଥନୀତିକୁ ମିଳିବ ନୂଆ ଗତି

ନୂଆଦିଲ୍ଲୀ: ଚଳିତ ବର୍ଷର ବିବାହ ଋତୁ ଭାରତୀୟ ଅର୍ଥନୀତିର ଉଡାଣକୁ ଏକ ନୂଆ ଗତି ଦେବ । କନ୍‌ଫଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଦାବି କରିଛି ଯେ ଚଳିତ ବର୍ଷ କେବଳ ୬୦ ଦିନରେ ଅର୍ଥାତ୍ ନଭେମ୍ୱର-ଡିସେମ୍ୱରରେ ୪୮ ଲକ୍ଷ ବିବାହ ହେବା ଅନୁମାନ ରହିଛି । ଏହା ଜରିଆରେ ୫.୯ ଲକ୍ଷ କୋଟି ଟଙ୍କା ବ୍ୟବସାୟ ହେବ । କେବଳ ଦିଲ୍ଲୀରେ ୪.୫ ଲକ୍ଷ ବିବାହରୁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଅନୁମାନ ରହିଛି । ବିବାହ ସମାରୋହରେ ବିଦେଶୀ ସାମଗ୍ରୀ ତୁଳନାରେ ଭାରତୀୟ ସାମଗ୍ରୀର ଚାହିଦା ଅଧିକ ରହିବ । ସାରା ଦେଶର ବ୍ୟବସାୟୀ ବର୍ଗ ଆଗାମୀ ବିବାହ ଋତୁରେ ଅଦ୍ଭୂତପୂର୍ବ ବ୍ୟବସାୟିକ ବୃଦ୍ଧି ଦେଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଗ୍ ୱେଡିଂ ସିଜିନ୍ ନଭେମ୍ୱର ୧୨ରୁ ଆରମ୍ଭ ହେଉଛି ।

କ୍ୟାଟ୍‌ର ରାଷ୍ଟ୍ରୀୟ ମହାସଚିବ ଏବଂ ଦିଲ୍ଲୀ ଚାନ୍ଦିନୀ ଚୌକରୁ ସାଂସଦ ପ୍ରବୀଣ ଖଣ୍ଡେଲୱାଲା କହିଛନ୍ତି, ଏକ ଅଧ୍ୟୟନ ଅନୁସାରେ ବିବାହ ଋତୁରେ ରିଟେଲ ସେକ୍ଟର (ଯେଉଁଥିରେ ବସ୍ତୁ ଏବଂ ସେବା ଉଭୟ ସାମିଲ ରହିଛି)ରୁ ୫.୯ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଅନୁମାନ ରହିଛି । ସାରା ଦେଶରେ ଅନୁମାନିକ ୪୮ ଲକ୍ଷ ବିବାହ ସହ ଏହି ସିଜିନ ଏକ ପ୍ରମୁଖ ଆର୍ଥିକ ବୃଦ୍ଧିର ଶୋପାନ ହେବ । ଗତ ବର୍ଷ ୩୫ ଲକ୍ଷ ବିବାହ ସହ ମୋଟ ବ୍ୟବସାୟ ୪.୨୫ ଲକ୍ଷ କୋଟି ଟଙ୍କା ରହିଥିଲା । ଚଳିତ ବର୍ଷ ଶୁଭ ବିବାହ ତିଥି ସଂଖ୍ୟାରେ ବୃଦ୍ଧି ଯୋଗୁଁ ବ୍ୟବସାୟରେ ମଧ୍ୟରେ ଉଲ୍ଲେଖନୀୟ ବୃଦ୍ଧିର ସମ୍ଭାବନା ରହିଛି । ୨୦୨୩ରେ ୧୧ ତୁଳନାରେ ଚଳିତ ବର୍ଷ ୧୮ଟି ଶୁଭ ତିଥି କାରଣରୁ ବ୍ୟବସାୟ ଅଧିକ ବଢିବ । 

ଅନୁମାନ ଅନୁସାରେ ୧୦ ଲକ୍ଷ ବିବାହ ଏପରି ରହିବ, ଯେଉଁଠାରେ ପ୍ରତି ବିବାହ ପାଇଁ ବଜେଟ୍ ପ୍ରାୟ ୩ ଲକ୍ଷ ଟଙ୍କା ରହିବ । ୧୦ ଲକ୍ଷ ବିବାହ ଏପରି ରହିବ, ଯାହାର ବଜେଟ୍ ୬ ଲକ୍ଷ ଟଙ୍କା ରହିବ । ସେହିପରି ୧୦ ଲକ୍ଷ ବିବାହ ଏପରି ରହିବ, ଯେଉଁଥିରେ ପ୍ରତ୍ୟେକ ବିବାହ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୭ ଲକ୍ଷ ଏପରି ବିବାହ ହେବ, ଯେଉଁଥିରେ ବଜେଟ୍ ୨୫ ଲକ୍ଷ ଟଙ୍କା ଯାଏ ରହିପାରେ । ସେହିପରି ୫୦ ଲକ୍ଷ ଟଙ୍କା ବଜେଟ୍ ଥିବା ପ୍ରାୟ ୫୦ ହଜାର ବିବାହ ଆୟୋଜନ ହୋଇପାରେ । ଏହା ବ୍ୟତୀତ ୧ କୋଟି ଟଙ୍କା ବଜେଟ୍ ଥିବା ପ୍ରାୟ ୫୦ ହଜାର ବିବାହ ଏହି ୱେଡିଂ ସିଜିନରେ ହୋଇପାରେ ।

କ୍ୟାଟ୍ ଅନୁସାରେ ବିବାହ ଖର୍ଚ୍ଚରେ ସାଧାରଣତଃ ସାମଗ୍ରୀ ଏବଂ ସେବା ମଧ୍ୟରେ ବିଭାଜିତ ଥାଏ । ସାମଗ୍ରୀ କ୍ଷେତ୍ରରେ ପୋଷାକ ଉପରେ ୧୦%, ଅଳଙ୍କାର ଉପରେ ୧୫%, ଇଲେକ୍ଟ୍ରୋନିକ୍ସ ଏବଂ ଖାଉଟି ସାମଗ୍ରୀ ଉପରେ ୫%, ମିଠେଇ ପାଇଁ ୫%, ତେଜରାତି ଏବଂ ପରିବା ୫%, ଉପହାର ବସ୍ତୁ ୪% ଏବଂ ଅନ୍ୟ ସାମଗ୍ରୀ ଉପରେ ୬% ଖର୍ଚ୍ଚ ହେବ । ବିବାହ ସ୍ଥଳ ପାଇଁ ୫%, ଇଭେଣ୍ଟ ମ୍ୟାନେଜମେଣ୍ଟ ଉପରେ ୫%, ଟେଣ୍ଟ ଡେକୋରେସନ ଉପରେ ୧୨%, ଖାଦ୍ୟପେୟ ଉପରେ ୧୦%, ଫୁଲ ଏବଂ ସାଜ୍ଜସଜ୍ଜା ଉପରେ ୪%, ପରିବହନ ଏବଂ କ୍ୟାବ୍ ଉପରେ ୩%, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ୨%, ବ୍ୟାଣ୍ଡ ଉପରେ ୩%, ଲାଇଟ୍ ଆଣ୍ଡ ସାଉଣ୍ଡ ଉପରେ ୩% ଖର୍ଚ୍ଚ ଅନୁମାନ ରହିଛି ।