୬୦ ଫୁଟ ପାଣି ତଳେ ବି ହେବ ଭୋଟ ଗ୍ରହଣ? Video ଜାରି କଲେ ନିର୍ବାଚନ ଆୟୋଗ
ଚେନ୍ନାଇ ୧୨।୪: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଭୋଟ ଦାନ ନିମନ୍ତେ ଭୋଟରଙ୍କୁ ସଚେତନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସବୁମନ୍ତେ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ସୋସାଇଟି ଇତ୍ୟାଦିରେ ଭୋଟଦାନ ନିମନ୍ତେ ଜନସଚେତନା ଅଭିଯାନ ଚଳାଯିବା ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ହେଲେ ପ୍ରଥମ ଥର ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାଣିର ୬୦ ଫୁଟ ତଳେ ଭୋଟ ଦାନ ନିମନ୍ତେ ଲୋକଙ୍କୁ ସଚେତନ କରାଯାଇଛି। ଭୋଟରଙ୍କୁ ସଚେତନ କରିବା ପାଇଁ ଚେନ୍ନାଇର ସ୍କୁବା ଡାଇଭର କମ୍ୟୁନିଟିର ଲୋକେ ପାଣି ତଳକୁ ଓହ୍ଲାଇ ଯାଇଛନ୍ତି। ଚେନ୍ନାଇର ନିଲାଂକରାଇରେ ସ୍କୁବା ବୁଡାଳିମାନେ ସମୁଦ୍ର ତଳକୁ ଯାଇ ଭୋଟ ଦାନର ପୁରା ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଛନ୍ତି। ନିର୍ବାଚନ ଆୟୋଗ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ଏହା ଏବେ ଭାଇରାଲ ହେଉଛି। ଏକ୍ସରେ ଭିଡିଓ ଜାରି କରି ନିର୍ବାଚନ ଆୟୋଗ ଉଲ୍ଲେଖ କରିଛନ୍ତି ଯେ ଏହା ଏକ ଅନନ୍ୟ ମତଦାତା ସଚେତନତା କାର୍ଯ୍ୟକ୍ରମ। #WATCH | Election Commission of India tweets "In a unique voter awareness initiative, scuba divers in Chennai dove into the sea, enacting the voting process sixty feet underwater in Neelankarai."(Source: ECI) pic.twitter.com/flnD09EPMf— ANI (@ANI) April 12, 2024ଏଥିରେ ଚେନ୍ନ
ଚେନ୍ନାଇ ୧୨।୪: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଭୋଟ ଦାନ ନିମନ୍ତେ ଭୋଟରଙ୍କୁ ସଚେତନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସବୁମନ୍ତେ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ସୋସାଇଟି ଇତ୍ୟାଦିରେ ଭୋଟଦାନ ନିମନ୍ତେ ଜନସଚେତନା ଅଭିଯାନ ଚଳାଯିବା ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ହେଲେ ପ୍ରଥମ ଥର ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାଣିର ୬୦ ଫୁଟ ତଳେ ଭୋଟ ଦାନ ନିମନ୍ତେ ଲୋକଙ୍କୁ ସଚେତନ କରାଯାଇଛି।
ଭୋଟରଙ୍କୁ ସଚେତନ କରିବା ପାଇଁ ଚେନ୍ନାଇର ସ୍କୁବା ଡାଇଭର କମ୍ୟୁନିଟିର ଲୋକେ ପାଣି ତଳକୁ ଓହ୍ଲାଇ ଯାଇଛନ୍ତି। ଚେନ୍ନାଇର ନିଲାଂକରାଇରେ ସ୍କୁବା ବୁଡାଳିମାନେ ସମୁଦ୍ର ତଳକୁ ଯାଇ ଭୋଟ ଦାନର ପୁରା ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଛନ୍ତି। ନିର୍ବାଚନ ଆୟୋଗ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ଏହା ଏବେ ଭାଇରାଲ ହେଉଛି। ଏକ୍ସରେ ଭିଡିଓ ଜାରି କରି ନିର୍ବାଚନ ଆୟୋଗ ଉଲ୍ଲେଖ କରିଛନ୍ତି ଯେ ଏହା ଏକ ଅନନ୍ୟ ମତଦାତା ସଚେତନତା କାର୍ଯ୍ୟକ୍ରମ।
#WATCH | Election Commission of India tweets "In a unique voter awareness initiative, scuba divers in Chennai dove into the sea, enacting the voting process sixty feet underwater in Neelankarai."
(Source: ECI) pic.twitter.com/flnD09EPMf— ANI (@ANI) April 12, 2024
ଏଥିରେ ଚେନ୍ନାଇର ସ୍କୁବା ଡାଇଭରମାନେ ନିଲାଂକରାଇରେ ୬୦ ଫୁଟ ପାଣି ତଳେ ବୁଡି ମତଦାନ ପ୍ରକ୍ରିୟାକୁ ସଫଳ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏପ୍ରିଲ ୧୯ ତାରିଖରୁ ଅଷ୍ଟାଦଶ ଲୋକସଭା ନିମନ୍ତେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହାର ଫଳାଫଳ ୪ ଜୁନରେ ଘୋଷଣା ହେବ। ସପ୍ତଦଶ ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଜୁନ ୧୬ରେ ଶେଷ ହେବ। ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନ ୧୯ ଏପ୍ରିଲରେ ହେବ।
ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ। ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଏପ୍ରିଲ ୧୯ ତାରିକ ଦିନ ଭୋଟଗ୍ରହଣ ହେବ। ସେହିପରି ଆନ୍ଧ୍ରପ୍ରଦେଶରେ ମେ ୧୩ ତାରିଖରେ ହେବାକୁ ଥିବା ବେଳେ ଓଡ଼ିଶାରେ ନିର୍ବାଚନ ୧୩ ମେ, ୨୦ ମେ, ୨୫ ମେ ଓ ୧ ଜୁନରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।