ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲାପାଳ ଓ ୨୦୨୧ ବ୍ୟାଚର IAS ଅଫିସର ଧୀମାନ ଚକ୍‌ମାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ରବିବାର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା। ଏହି ଘଟଣାରେ ମଙ୍ଗଳବାର ରାଜ୍ୟ ସରକାର […] The post ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲାପାଳ ଓ ୨୦୨୧ ବ୍ୟାଚର IAS ଅଫିସର ଧୀମାନ ଚକ୍‌ମାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ରବିବାର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା। ଏହି ଘଟଣାରେ ମଙ୍ଗଳବାର ରାଜ୍ୟ ସରକାର ମୋହନ ଚରଣ ମାଝୀ କାର୍ଯ୍ୟନୁଷ୍ଠାନ ନେଇ ଉପଜିଲାପାଳ ଚକମାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଯାହାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

୨୦୨୧ ବ୍ୟାଚ୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମାନ ଚକମା ଧର୍ମଗଡ଼ରେ ଗତ ୨୦୨୪ ଜାନୁୟାରୀରୁ ଉପଜିଲାପାଳ ଭାବେ ଅବସ୍ଥାପିତ ଥିଲେ। ହେଲେ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ସେଠାରେ ଜେରା କରାଯାଇଥିଲା।

ଏହି ସମୟରେ ସେ ଜବତ ଟଙ୍କାର ସଠିକ ଉତ୍ତର ଦେଇ ପାରି ନ ଥିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ଜିଲା ମୁଖ୍ୟ ଜେଲ (କାରଗାରା)କୁ ପଠା ଯାଇଥିଲା। ଗତ ଦୁଇଦିନ ତଳେ ଧର୍ମଗଡ ଉପଖଣ୍ଡର ସବ ମାଜିଷ୍ଟ୍ରେଟ ଥିବା ଯୁବ ଆଇଏଏସ୍‌ ଅଫିସର ଧିମାନ ଚକମା ଏବେ କିନ୍ତୁ ଭବାନୀପାଟଣା ଜେଲରେ ବିଚାରାଧିନ ଅଭିଯୁକ୍ତ ।

The post ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.