ଯୋଗୀସର୍ଡ଼ାରେ ଉତ୍ତେଜନା: ଏସ୍ଡିପିଓ, ଆଇଆଇସିଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଲୋଇସିଂହା,୨୬।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଯୋଗୀସର୍ଡ଼ା ଗ୍ରାମରେ ଏକ ଦୋକାନ ଗୃହ ପୋଡ଼ି ଘଟଣାରେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ସନ୍ଧ୍ୟାରେ ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା ପାଇଁ ଗାଁକୁ ଆସିଥିବା ଏସ୍ଡିପିଓ ପ୍ରଦୀପ ସାହୁ ଓ ଆଇଆଇସି ଯାଜ୍ଞସିନୀ ନାୟକ, ଅନୀତା ପଧାନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବା ଦାବିରେ ଗ୍ରାମର […] The post ଯୋଗୀସର୍ଡ଼ାରେ ଉତ୍ତେଜନା: ଏସ୍ଡିପିଓ, ଆଇଆଇସିଙ୍କୁ ଅଟକ ରଖିଲେ ଗ୍ରାମବାସୀ appeared first on Dharitri Odia News.
ଲୋଇସିଂହା,୨୬।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଯୋଗୀସର୍ଡ଼ା ଗ୍ରାମରେ ଏକ ଦୋକାନ ଗୃହ ପୋଡ଼ି ଘଟଣାରେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ସନ୍ଧ୍ୟାରେ ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା ପାଇଁ ଗାଁକୁ ଆସିଥିବା ଏସ୍ଡିପିଓ ପ୍ରଦୀପ ସାହୁ ଓ ଆଇଆଇସି ଯାଜ୍ଞସିନୀ ନାୟକ, ଅନୀତା ପଧାନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବା ଦାବିରେ ଗ୍ରାମର ମହିଳା ଓ ପୁରୁଷ ମନ୍ଦିର ଛକରେ ଯୋଗୀସର୍ଡା -ବାଦିବାହାଲ ରାସ୍ତାରେ ଗଛ ପକାଇ ଏସ୍ଡିପିଓଙ୍କ ଗାଡ଼ି ଆଗରେ ମହିଳାମାନେ ବସି ପ୍ରତିବାଦ ଜାରି ରଖିଛନ୍ତି। ଏନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଛକପଞ୍ଝା ଲାଗି ରହିଛି।
ପ୍ରକାଶ ଯେ, ଗ୍ରାମର ଯୋଗେଶ୍ୱର ପୀଠ ବିକାଶ ଓ ସୌନ୍ଦର୍ଯ୍ୟ କାମ ପାଇଁ ରାଜ୍ୟ ସରକାର ପ୍ରାୟ ୪ କୋଟି ଅନୁଦାନ ଦେଇଛନ୍ତି। ହେଲେ ଧାର୍ଯ୍ୟ ସମୟ ଗଡ଼ି ଯାଇଥିଲେ ସୁଦ୍ଧା ଜବରଦଖଲ ଯୋଗୁ କର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଗ୍ରାମବାସୀ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନିଜେ ହାତକୁ ନେଇଥିଲେ। ଦୋକାନୀଙ୍କ ପ୍ରତିବାଦ ଯୋଗୁ ଜବର୍ଦଖଲ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଶନିବାର ସନ୍ଧ୍ୟାରେ ଗ୍ରାମର ତ୍ରିନାଥ ସାହୁ ତାଙ୍କ ଦୋକାନକୁ ଗ୍ରାମବାସୀ ପୋଡ଼ି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଅପ୍ରୀତିକର ଘଟଣାକୁ ଏଡାଇବା ପାଇ ପୋଲିସ ଫୋର୍ସ ଗାଁରେ ମୁତୟନ କରାଯାଇଛି। ଅପରପକ୍ଷେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ପ୍ରତିପକ୍ଷର ୩ଜଣଙ୍କୁ ଉଠାଇ ନେଇଥିବା ଜଣାପଡିଛି।
The post ଯୋଗୀସର୍ଡ଼ାରେ ଉତ୍ତେଜନା: ଏସ୍ଡିପିଓ, ଆଇଆଇସିଙ୍କୁ ଅଟକ ରଖିଲେ ଗ୍ରାମବାସୀ appeared first on Dharitri Odia News.