୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର
ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ LTR ଶିକ୍ଷକ ନିଯୁକ୍ତି ପାଇବେ। ତେବେ କେଉଁ ତାରିଖରେ ଆବେଦନ କରାଯିବ ସେ ସମ୍ପର୍କିତ କୌଣସି ସୂଚନା ମିଳି ନଥିଲା ବେଳେ ଖୁବଶୀଘ୍ର ଆବେଦନ ପାଇଁ […] The post ୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର appeared first on Dharitri Odia News.
ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ LTR ଶିକ୍ଷକ ନିଯୁକ୍ତି ପାଇବେ। ତେବେ କେଉଁ ତାରିଖରେ ଆବେଦନ କରାଯିବ ସେ ସମ୍ପର୍କିତ କୌଣସି ସୂଚନା ମିଳି ନଥିଲା ବେଳେ ଖୁବଶୀଘ୍ର ଆବେଦନ ପାଇଁ ତାରିଖ ଆସିପାରେ।
ମୋଟ ପଦବୀ: ୬୦୨୫ ଟି ପୋଷ୍ଟ।
ଟିଜିଟି କଳା: ୧୯୮୪ ପୋଷ୍ଟ।
ଟିଜିଟି ବିଜ୍ଞାନ (ପିସିଏମ): ୧୦୨୦ ପୋଷ୍ଟ।
ଟିଜିଟି ବିଜ୍ଞାନ (ସିବିଜେଡ୍): ୮୮୦ ପୋଷ୍ଟ।
ହିନ୍ଦୀ ଶିକ୍ଷକ: ୭୧୧ ପୋଷ୍ଟ।
ଶାସ୍ତ୍ରୀୟ (ସଂସ୍କୃତ) ଶିକ୍ଷକ: ୭୨୯ ଟି ପୋଷ୍ଟ।
ତେଲୁଗୁ ଶିକ୍ଷକ: ୬ ଟି ପୋଷ୍ଟ।
ଉର୍ଦ୍ଦୁ ଶିକ୍ଷକ: ୧୪ ଟି ପୋଷ୍ଟ।
ଶାରୀରିକ ଶିକ୍ଷା ଶିକ୍ଷକ: ୬୮୧ ଟି ପୋଷ୍ଟ।
ବୟସ ସୀମା: ଜାନୁଆରୀ ୧, ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଜରୁରୀ।
ଅନ୍ୟାନ୍ୟ ବିବରଣୀ: ବିଜ୍ଞପ୍ତି ଅନୁଯାୟୀ, ଏହି ବିଜ୍ଞାପନ ସାମୟିକ ଭାବରେ ଏକ ସୂଚନା ଅଟେ। ଶିକ୍ଷାଗତ ଯୋଗ୍ୟତା, ସିଲାବସ୍, ଯୋଜନା ଏବଂ ପରୀକ୍ଷାର ଢାଞ୍ଚା ସମ୍ବନ୍ଧୀୟ ବିବରଣୀଗୁଡିକ ବିସ୍ତୃତ ବିଜ୍ଞାପନରେ ପ୍ରକାଶ ପାଇବ।
The post ୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର appeared first on Dharitri Odia News.