୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’
ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ୪ଟା ସମୟରେ ‘ଖେର୍ସେଲ’ର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ‘ଖେର୍ସେଲ’କୁ ୬୫ ବର୍ଷ ବୟସ ହେଉଥିଲା। ମୃତ୍ୟୁପରେ ହାତୀର ମାହୁନ୍ତ ହେମଚନ୍ଦ୍ର ଭୁଏ, ହାତୀର ଯତ୍ନ ନେଉଥିବା […] The post ୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’ appeared first on Dharitri Odia News.
ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ୪ଟା ସମୟରେ ‘ଖେର୍ସେଲ’ର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ‘ଖେର୍ସେଲ’କୁ ୬୫ ବର୍ଷ ବୟସ ହେଉଥିଲା।
ମୃତ୍ୟୁପରେ ହାତୀର ମାହୁନ୍ତ ହେମଚନ୍ଦ୍ର ଭୁଏ, ହାତୀର ଯତ୍ନ ନେଉଥିବା ସମସ୍ତ କର୍ମଚାରୀ, ପଶୁ ଚିକିତ୍ସକ, ପ୍ରାଣୀ ସ୍ବାସ୍ଥ୍ୟସେବୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ‘ଖେର୍ସେଲ’ର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହାବାଦ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ ‘ଖେର୍ସେଲ’ ରହୁଥିବା ସ୍ଥାନ ତାର ମରଶରୀରକୁ ସମାଧି ଦିଆଯାଇଛି। ଏହାସହ ’ଖେର୍ସେଲ’ର ସମାଧୀସ୍ଥଳରେ ଏକ ସ୍ମୃତି ଫଳକ ଲଗାଯାଇଛି।
ସୂଚନାଯୋଗ୍ୟ ଯେ, ୧୯୯୮ରେ ବଲାଙ୍ଗୀରର ରିଜର୍ଭ ଜଙ୍ଗଲରୁ ‘ଖେର୍ସେଲ’କୁ ହୀରାକୁଦ ଡେବ୍ରିଗଡ଼ ଅଭୟାରଣ୍ୟକୁ ଅଣାଯାଇଥିଲା। ‘ଖେର୍ସେଲ’ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କୁ ମାରିଥିଲା। ଫଳରେ ବନ ବିଭାଗ ପକ୍ଷରୁ ତାକୁ କିଛିଦିନ ସଙ୍ଗରୋଧରେ ରଖାଯାଇଥିଲା। ପରେ ସେ ଶାନ୍ତ ହେବା ପରେ ମାହୁନ୍ତ ଭୁଏଙ୍କ ତତ୍ତ୍ୱାବଧାନରେ ଜଙ୍ଗଲରେ ବିଚରଣ ପାଇଁ ଛଡ଼ା ଯାଇଥିଲା। ମାତ୍ର ତା ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଥିଲା। ଗତ ୨୦୦୫ର ୨୦୦୯ ମସିହା ମଧ୍ୟରେ ଏଠାରୁ ଖସିଯିବାକୁ ଏକାଧିକବାର ବିଫଳ ଚେଷ୍ଟା କରିଥିଲା। ୨୦୧୮-୧୯ ପରେ ଅଭୟାରଣ୍ୟ ମଧ୍ୟରେ ବିଚାର କରୁଥିଲା।
ମାତ୍ର ଗତ ୫-୬ ମାସ ହେଲା ତାର ଦୃଷ୍ଟିଶକ୍ତି କ୍ଷୀଣ ହେବାସହ ମାଂସପେଶୀରେ ଯନ୍ତ୍ରଣା ହେତୁ ତାର ଗତିବିଧି ଧୀର ହୋଇ ଯାଇଥିଲା। ଏପରିକି ଖାଇବା ଓ ଚାଲିବା ଧିର ହୋଇ ଯାଇଥିଲା। ଡେବ୍ରିଗଡ ଅଭୟାରଣ୍ୟରେ ସ୍ନାନାଦି ପାଇଁ ଜଳଭଣ୍ଡାର ନିକଟକୁ ଯିବା ପର୍ଯ୍ୟନ୍ତ ‘ଖେର୍ସେଲ’ର ଗତିବିଧି ସୀମିତ ରହିଥିଲା। ମାତ୍ର ଗତ ଅଗଷ୍ଟ ୨୩ ତାରିଖରୁ ସେ ଆଉ ଛିଡ଼ା ହୋଇ ନ ପାରି ଶୋଇ ରହିଲା। ଅଗଷ୍ଟ ୨୪ ତାରିଖରେ ‘ଖେର୍ସେଲ’ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ପ୍ରାଣୀ ଚିକିତ୍ସାଳୟର ଡାକ୍ତରଙ୍କ ସହ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ସେଠାରେ ପହଞ୍ଚି ଭୁବନେଶ୍ୱର ପ୍ରାଣୀ ଚିକିତ୍ସା କେନ୍ଦ୍ରର ପଶୁ ଚିକିତ୍ସିକା ଡା. ଇନ୍ଦ୍ରାଣୀ ନାଥଙ୍କ ପରାମର୍ଶ ଅନୁସାରେ ତାର ଚିକିତ୍ସା ଆରମ୍ଭ କରିଥିଲେ।
The post ୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’ appeared first on Dharitri Odia News.