୬୬୨ ବର୍ଗ ମହାବିଦ୍ୟାଳୟ ସଂଘର କୃତଜ୍ଞତା ଜ୍ଞାପନ
ସମ୍ବଲପୁର: ସମ୍ବଲପୁର ଜିଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଆଭାଷି ବୈଠକ ଜିଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ରାଜ୍ୟ ସଂଘର ଡାକରାରେ ଗତ ୧୪ ତାରିଖରେ ଭୂବନେଶ୍ୱରଠାରେ ରାଜ୍ୟସ୍ତରୀୟ ଆୟୋଜିତ ମହାସମାବେଶ ଓ ଆନ୍ଦୋଳନ ଉପରେ ଚର୍ଚ୍ଚା ହୋଇଥିଲା। ସଂଘର ଉପଦେଷ୍ଟା ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ସହିତ ରାଜ୍ୟ ସଂଘର […]

ସମ୍ବଲପୁର: ସମ୍ବଲପୁର ଜିଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଆଭାଷି ବୈଠକ ଜିଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ରାଜ୍ୟ ସଂଘର ଡାକରାରେ ଗତ ୧୪ ତାରିଖରେ ଭୂବନେଶ୍ୱରଠାରେ ରାଜ୍ୟସ୍ତରୀୟ ଆୟୋଜିତ ମହାସମାବେଶ ଓ ଆନ୍ଦୋଳନ ଉପରେ ଚର୍ଚ୍ଚା ହୋଇଥିଲା। ସଂଘର ଉପଦେଷ୍ଟା ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ସହିତ ରାଜ୍ୟ ସଂଘର ନଅ ଜଣ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥା ଉଚ୍ଚ ଶିକ୍ଷା ସଚିବଙ୍କୁ ସାକ୍ଷତ କରି ତାଙ୍କ ଦାବି ଉପସ୍ଥାପନ କରି ଆଲୋଚନା କରିଥିଲେ। ସେହିଭଳି ସମ୍ବଲପୁର ବିଧାୟକ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଗାନ୍ଧି ମାର୍ଗ ସ୍ଥିତ ଆନ୍ଦୋଳନ ସ୍ଥଳିକୁ ଯାଇ ଆନ୍ଦୋଳନରତ କର୍ମଚାରୀ ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ଆନ୍ଦୋଳନର ଯଥାର୍ଥତା ଓ ସଙ୍ଘଠନ ଦାବି ଗୁଡିକ ପ୍ରତି ତାଙ୍କ ସହମତି ପ୍ରଦାନ କରିବା ସହ ଆନ୍ଦୋଳନ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ସରକାରଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବାରୁ ସଂଘ ଆନ୍ଦୋଳନକୁ ସ୍ଥଗିତ କରିବା ସହ ଆଗାମୀ ପରୀକ୍ଷା ଓ ମୂଲ୍ୟାଙ୍କନ କାର୍ଯ୍ୟରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ।