୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ
ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର ଭୁଶୁଡ଼ିବା, ରାସ୍ତା ଭୁଶୁଡ଼ିବା ଏବଂ ସୁନାମିର ଚେତାବନୀ ଦିଆଯାଇଥିଲା। ତେବେ ବର୍ତ୍ତମାନ ‘ମେଜର ସୁନାମି ଚେତାବନୀ’କୁ’ ସୁନାମି ଚେତାବନୀ’କୁ ଡାଉନଗ୍ରେଡ କରାଯାଇଛି। ସୁନାମି ରେକର୍ଡ ହୋଇଥିବାରୁ ବାସିନ୍ଦାଙ୍କୁ ସେମାନଙ୍କ ଘର ଛାଡିବାକୁ କୁହାଯାଇଛି। ଜାପାନ ସାଗର […] The post ୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ appeared first on Dharitri Odia News.
ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର ଭୁଶୁଡ଼ିବା, ରାସ୍ତା ଭୁଶୁଡ଼ିବା ଏବଂ ସୁନାମିର ଚେତାବନୀ ଦିଆଯାଇଥିଲା।
ତେବେ ବର୍ତ୍ତମାନ ‘ମେଜର ସୁନାମି ଚେତାବନୀ’କୁ’ ସୁନାମି ଚେତାବନୀ’କୁ ଡାଉନଗ୍ରେଡ କରାଯାଇଛି। ସୁନାମି ରେକର୍ଡ ହୋଇଥିବାରୁ ବାସିନ୍ଦାଙ୍କୁ ସେମାନଙ୍କ ଘର ଛାଡିବାକୁ କୁହାଯାଇଛି।
ଜାପାନ ସାଗର ନିକଟରେ ରହୁଥିବା ହଜାର ହଜାର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଭୂକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଲୋକମାନେ ଅସୁବିଧାରେ ଅଛନ୍ତି ଏବଂ ବହୁତ ଭୟଭୀତ ଅଛନ୍ତି। ସ୍ଥାନୀୟ ସମୟ ପ୍ରାୟ ୪ଟା ଠାରୁ କେନ୍ଦ୍ରୀୟ ଜାପାନରେ ଡଜନେ ଛୋଟ ଭୂକମ୍ପ ଅନୁଭୂତ ହୋଇଛି ଏବଂ ଏହା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଇଶିକାୱା ନୋଟୋ ଅଞ୍ଚଳର ୱାଜିମା ଠାରୁ ୩୦କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ୩୭.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୩୭.୨ ଡିଗ୍ରୀ ପୂର୍ବ ଦ୍ରାଘିମା ଥିଲା। ଏହି ଅଞ୍ଚଳରେ ବଡ଼ ଭୂକମ୍ପ ହେବାର ଆଶଙ୍କା ରହିଛି। ପାଣିପାଗ ଏଜେନ୍ସି ଅନୁଯାୟୀ ଏହାର ଗଭୀରତା ବହୁତ କମ ଥିଲା।
ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନୋଟୋ ଉପଦ୍ୱୀପରେ ନାନାଓରେ ଦୁଇ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ହନସୁ ଦ୍ୱୀପରେ ଥିବା ଉପକୂଳବର୍ତ୍ତୀ ଇଶିକାୱା ପ୍ରିଫେକ୍ଟରର ୱାଜିମାରେ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକାରେ ଅତି କମରେ ଅନ୍ୟ ୬ଜଣ ଫସି ରହିଥିବା କୁହାଯାଉଛି। ଏହି ଭୂକମ୍ପ ପରେ ସହରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନ୍ୟାନ୍ୟ ପୌରସଂସ୍ଥାରେ ଘର ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳିଛି।
The post ୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ appeared first on Dharitri Odia News.