ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା ୭ଟାରୁ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଛି। ପୂର୍ବରୁ ସମାଧାନ ପାଇଁ ବୈଠକରେ ମାନସ ମନ୍ଥନ ଚାଲିଛି।ଲକ୍ଷ୍ମୀ ବସ ଚଳାଚଳକୁ ଘରୋଇ ବସ ମାଲିକ ସଂଘର ବିରୋଧ କରୁଛି। ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍‌ ମାଲିକ ସଂଘ ପକ୍ଷରୁ […] The post ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ appeared first on Dharitri Odia News.

ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା ୭ଟାରୁ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଛି। ପୂର୍ବରୁ ସମାଧାନ ପାଇଁ ବୈଠକରେ ମାନସ ମନ୍ଥନ ଚାଲିଛି।ଲକ୍ଷ୍ମୀ ବସ ଚଳାଚଳକୁ ଘରୋଇ ବସ ମାଲିକ ସଂଘର ବିରୋଧ କରୁଛି।

ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସା ୬ଟାରୁ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରଖିବା ଲାଗି ଡାକରା ଦିଆଯାଇ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ଲାଗି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ବସ୍‌ ମାଲିକ ସଂଘକୁ ଡକାଯାଇଛି। ୧୪ ଜିଲାର ୨୫ ଘରୋଇ ବସ୍‌ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ମନ୍ତ୍ରୀଙ୍କ ତରଫରୁ ବୈଠକ ପରେ କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ କୁମାର ରଥ କହିଛନ୍ତି, ସୋମବାର ସକାଳ ୯ଟା ସମୟରେ ବ୍ରହ୍ମପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହିତ ବୈଠକ ରହିଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକପ୍ରକାର ଜଣାପଡ଼ିଛି।
ବସ୍‌ ମାଲିକ ସଂଘ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର-୧ ଅର୍ଥାତ୍‌ ଗ୍ରାମପଞ୍ଚାୟତରୁ ବ୍ଲକ୍‌ ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲିଥିଲା। ପ୍ରତିବାଦ ପରେ ଏହା କିଛି ଦିନ ବନ୍ଦ ରହିଥିଲା। ତେବେ ପୁଣି ଟାୟାର-୨ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ୍‌ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ପୂର୍ବ ସରକାରଙ୍କ ଯୋଜନା ବଦଳିନି ବୋଲି ବସ୍‌ ମାଲିକ ସଂଘ କହିଛନ୍ତି। ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ appeared first on Dharitri Odia News.