ଜଣେ ଜିଲାପାଳ, ଦୁଇ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୩: ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ଓଡ଼ିଶାର ଜଣେ ଜିଲାପାଳ ଏବଂ ୨ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଏବଂ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ ଢେଙ୍କାନାଳ ଜିଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ହୋଇଛି। ଏଥିସହିତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର କିଛି ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଛୋଟ ଉଦୟପୁର ଏବଂ ଅହମ୍ମଦାବାଦ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଇସି। ସେହିପରି ପଞ୍ଜାବର […] The post ଜଣେ ଜିଲାପାଳ, ଦୁଇ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ appeared first on Dharitri Odia News.

ଜଣେ ଜିଲାପାଳ, ଦୁଇ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୩: ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ଓଡ଼ିଶାର ଜଣେ ଜିଲାପାଳ ଏବଂ ୨ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଏବଂ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ ଢେଙ୍କାନାଳ ଜିଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ହୋଇଛି।

ଏଥିସହିତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର କିଛି ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଛୋଟ ଉଦୟପୁର ଏବଂ ଅହମ୍ମଦାବାଦ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଇସି। ସେହିପରି ପଞ୍ଜାବର ପଠାନକୋଟ, ଫଜିଲିକା, ଜଳନ୍ଧର ଏବଂ ମାଲେରକୋଟା ଏସ୍‌ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗର ପୂର୍ବମେଦିନପୁର, ଝରଗ୍ରାମ, ପୂର୍ବ ବର୍ଦ୍ଧମାନ ଏବଂ ବୀରଭୂମ ଜିଲାର ଜିଲାପାଳ ବଦଳି ହୋଇଛନ୍ତି।

The post ଜଣେ ଜିଲାପାଳ, ଦୁଇ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ appeared first on Dharitri Odia News.