୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି

ଥୁଆମୁଳ ରାମପୁର,୨୪।୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ସହ ବିକାଶ କରାଯିବ କହି ବର୍ଷ ପରେ ବର୍ଷ ଉକ୍ତ ଅଞ୍ଚଳକୁ ଠକିବାରେ ଲାଗିଛି l ଖଣି ଖନନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା l ଏନେଇ ଅନେକ ଥର ଅଞ୍ଚଳର ବେକାର ଯୁବତୀଯୁବକ ପ୍ରତିବାଦ କରିଆସୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବା […] The post ୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି appeared first on Dharitri Odia News.

୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି

ଥୁଆମୁଳ ରାମପୁର,୨୪।୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ସହ ବିକାଶ କରାଯିବ କହି ବର୍ଷ ପରେ ବର୍ଷ ଉକ୍ତ ଅଞ୍ଚଳକୁ ଠକିବାରେ ଲାଗିଛି l ଖଣି ଖନନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା l ଏନେଇ ଅନେକ ଥର ଅଞ୍ଚଳର ବେକାର ଯୁବତୀଯୁବକ ପ୍ରତିବାଦ କରିଆସୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବା ବଦଳରେ ମିଛ କେସ କରି ଜେଲର ଭୟ ଦେଖାଉଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ମାଳିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନରଫାସ, ଦୂର୍ମୁସି ଓ ସୂର୍ଯ୍ୟଗଡ ଆଦି ଅଞ୍ଚଳର ଜନସାଧାରଣ ଏବଂ ଜନପ୍ରତିନିଧି କମ୍ପାନୀ ପକ୍ଷରୁ ଚାଲିଥିବା ବ୍ଲାଷ୍ଟିଂକୁ ପ୍ରତିବାଦ କରି ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମରେ କିଛି ଦିନ ବ୍ଲାଷ୍ଟିଂ କାମ ସ୍ଥଗିତ ରହିଥିଲା l ପରେ ପୁଣି ଆରମ୍ଭ ହେବା ସମୟରେ ପୁଣି ବିରୋଧ କରିବାରୁ କମ୍ପାନୀ ସୁରକ୍ଷା କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା l ଏହାକୁ ଭିତ୍ତି କରି କିଛି ଲୋକଙ୍କୁ ମିଥ୍ୟା କେସରେ ଜେଲ ବି ଯିବାକୁ ପଡ଼ିଥିଲା l

ଏନେଇ ସୂର୍ଯ୍ୟଗଡ ଗ୍ରାମର ୪୦ ରୁ ୫୦ ବେକାର ଯୁବକ ରାଜ୍ୟ କଂଗ୍ରେସ ପିସିସି ଭକ୍ତ ଚରଣ ଦାସଙ୍କୁ ସାକ୍ଷାତ କରି ଏକ ଲିଖିତ ଗୁହାରି କରିଥିବା ଜଣାପଡିଛି l ସେମାନଙ୍କ ଅଭିଯୋଗ ଅନୁସାରେ, ସୁର୍ଯ୍ୟଗଡ ଗ୍ରାମର ୫୦ ଜଣ ଯୁବକ ଉତ୍କଳ ଆଲୁମିନା କମ୍ପାନୀକୁ ଯାଇ ବାରମ୍ବାର ଗୁହାରୀ କଲେ କୌଣସି ଗୁହାରି ଶୁଣିଲେ ନାହିଁ, ତେଣୁ ମାଇନ୍ସ ଉପରକୁ ଯାଇ ଆନ୍ଦୋଳନ କଲୁ। କାର୍ଯ୍ୟରତ କର୍ମଚାରୀମାନେ ବୁଝାଯିବ ବୋଲି ପ୍ରତିଶ୍ରୁତି ଦେଲେ ଓ ବେକାର ୩୦ ଜଣ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବି କହି କୌଣସି ନିଯୁକ୍ତି ଦେଲେ ନାହିଁ l
ଚାକିରି ନାଁରେ ନିଜର ଜମିବାଡି ବନ୍ଧା ପକାଇ ବୁଲି ବୁଲି ଖର୍ଚ୍ଚାନ୍ତ ହୋଇ ସାରିଲୁଣି। ଏପରି ବର୍ଷ ବର୍ଷ ମାସ ମାସ ଧରି ଚାକିରି ଆଶାରେ ରହି ବହୁତ ହଇରାଣ ହୋଇ ସାରିଛୁ। ଏହାକୁ ଦୃଷ୍ଟିରେ ରଖି ଆପଣ ଆମ୍ଭ ଗରିବ ଘରର ପିଲାମାନଙ୍କ ନିମନ୍ତେ ସହଯୋଗର ହାତ ବଢ଼ିବାରେ ସହଯୋଗ କରି କମ୍ପାନୀରେ ଚାକିରି କରିବା ପାଇଁ ଆମ୍ଭମାନଙ୍କୁ ସହଯୋଗ କରନ୍ତୁ ବୋଲି ସୂର୍ଯ୍ୟଗଡ ଗ୍ରାମର ଯୁବକ ପିସିସି ସଭାପତି ଶ୍ରୀ ଦାସଙ୍କୁ ଲେଖିତ ଭାବରେ ଗୁହାରି କରିଥିବା ଜଣାପଡ଼ିଛି। ଯୁବକଙ୍କ ଅଭିଯୋଗ ଆକାରରେ ଶ୍ରୀ ଦାସ ସଙ୍ଗେ ସଙ୍ଗ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଉକ୍ତ ଘଟଣା ଉପରେ ଅବଗତ କରାଇବା ସହ ଯଦି ଆଗାମୀ ୭ ଦିନ ମଧ୍ୟରେ ଏମାନଙ୍କ ଚାକିରି ବ୍ୟବସ୍ଥା ନ କରାଯାଏ ତେବେ ମୁଁ ମଧ୍ୟ ସେମାନଙ୍କ ସହ ଆନ୍ଦୋଳନରେ ବସିବି ସେ କହିଛନ୍ତି।

The post ୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି appeared first on Dharitri Odia News.