୭୦ ହଜାର ବିରୋଧୀ ନେତା ଧରିଛନ୍ତି ପଦ୍ମ, ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିର ବଡ଼ ଦାବି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଚାଲିଥିବା ମିଶ୍ରଣରେ ୭୦ ହଜାର ଲୋକ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ମିଶ୍ରଣ ପର୍ବ ଲଗାତାର ଜାରି ରହିଛି । ବିଜେପି ବିରୋଧୀ ଦଳଗୁଡିକର ୫୦୦ରୁ ଅଧିକ ବଡ଼ ନେତାଙ୍କୁ ମଧ୍ୟ ପାର୍ଟିର ସଦସ୍ୟତା ଦେଇଛି । ପତ୍ରିକାର ରିପୋର୍ଟ ଅନୁସାରେ ବିଜେପି ଜଏନିଂ କମିଟିର ସଦସ୍ୟ ବ୍ରଜ ବାହାଦୁର ଉପାଧ୍ୟୟ ଦାବି କରିଛନ୍ତି ଯେ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ଅନ୍ୟ ଦଳରୁ ପ୍ରାୟ ୭୦ ହଜାର ନେତା ବିଜେପିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୫୩୦ ନେତା ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରୀୟ ଅଛନ୍ତି ।ବ୍ରଜ ବାହାଦୁର ଉପାଧ୍ୟୟ କହିଛନ୍ତି ଯେ ବିଜେପିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ସବୁଠୁ ଅଧିକ ଏସପି ଏବଂ କଂଗ୍ରେସରୁ ଅଛନ୍ତି । ଅନ୍ୟ ସାମାଜିକ ସଂଗଠନ, ଅବସରପ୍ରାପ୍ତ କର୍ମଚାରୀ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ବିଜେପି ଦୁଇ ମାସ ପୂର୍ବେ ମିଶ୍ରଣ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ବିଧାନସଭାଠୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରର ନେତାଙ୍କୁ ବିଜେପି ସହ ଆଣିବା ପାଇଁ ରଣନୀତି କରାଯାଇଥିଲା ।ପାର୍ଟି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠକଙ୍କୁ ଏହି କମିଟିର ଅଧ୍ୟକ୍ଷ କରିଛି । ଅନ୍ୟପଟେ ରାଜ୍ୟସଭା ସାଂସଦ ଅମରପାଲ ମୌର୍ଯ୍ୟ ଏବଂ ପ୍ରଦେଶ ଉପାଧ୍ୟକ୍ଷ ବ୍ରଜ ବାହାଦୁରଙ୍କୁ କମିଟିର ସଦସ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଚାଲିଥିବା ମିଶ୍ରଣରେ ୭୦ ହଜାର ଲୋକ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ମିଶ୍ରଣ ପର୍ବ ଲଗାତାର ଜାରି ରହିଛି । ବିଜେପି ବିରୋଧୀ ଦଳଗୁଡିକର ୫୦୦ରୁ ଅଧିକ ବଡ଼ ନେତାଙ୍କୁ ମଧ୍ୟ ପାର୍ଟିର ସଦସ୍ୟତା ଦେଇଛି । ପତ୍ରିକାର ରିପୋର୍ଟ ଅନୁସାରେ ବିଜେପି ଜଏନିଂ କମିଟିର ସଦସ୍ୟ ବ୍ରଜ ବାହାଦୁର ଉପାଧ୍ୟୟ ଦାବି କରିଛନ୍ତି ଯେ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ଅନ୍ୟ ଦଳରୁ ପ୍ରାୟ ୭୦ ହଜାର ନେତା ବିଜେପିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୫୩୦ ନେତା ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରୀୟ ଅଛନ୍ତି ।
ବ୍ରଜ ବାହାଦୁର ଉପାଧ୍ୟୟ କହିଛନ୍ତି ଯେ ବିଜେପିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ସବୁଠୁ ଅଧିକ ଏସପି ଏବଂ କଂଗ୍ରେସରୁ ଅଛନ୍ତି । ଅନ୍ୟ ସାମାଜିକ ସଂଗଠନ, ଅବସରପ୍ରାପ୍ତ କର୍ମଚାରୀ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ବିଜେପି ଦୁଇ ମାସ ପୂର୍ବେ ମିଶ୍ରଣ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ବିଧାନସଭାଠୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରର ନେତାଙ୍କୁ ବିଜେପି ସହ ଆଣିବା ପାଇଁ ରଣନୀତି କରାଯାଇଥିଲା ।
ପାର୍ଟି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠକଙ୍କୁ ଏହି କମିଟିର ଅଧ୍ୟକ୍ଷ କରିଛି । ଅନ୍ୟପଟେ ରାଜ୍ୟସଭା ସାଂସଦ ଅମରପାଲ ମୌର୍ଯ୍ୟ ଏବଂ ପ୍ରଦେଶ ଉପାଧ୍ୟକ୍ଷ ବ୍ରଜ ବାହାଦୁରଙ୍କୁ କମିଟିର ସଦସ୍ୟ କରାଯାଇଛି । ବ୍ରଜ ବାହାଦୁର କହିଛନ୍ତି ଯେ ପାର୍ଟିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ବିରୋଧୀ ନେତାଙ୍କ ଆବେଦନ ମିଳିଛି । ସବୁ ଆବେଦନର ଲଗାତାର ସ୍କ୍ରିନିଂ କରାଯାଉଛି । ଜିଲ୍ଲା, କ୍ଷେତ୍ର ଏବଂ ପ୍ରଦେଶ ସ୍ତରରେ ଅନୁମତି ପରେ ସେମାନଙ୍କୁ ପାର୍ଟିରେ ସାମିଲ କରାଯାଉଛି ।
ସେ କହିଛନ୍ତି ଯେ ଏବେ ସୁଦ୍ଧା ୮୦ରୁ ଅଧିକ ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ମନ୍ତ୍ରୀ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହାସହ ବିଏସପିର ବର୍ତ୍ତମାନର ସାଂସଦ ରିତେଶ ପାଣ୍ଡେ, ସଙ୍ଗୀତା ଆଜାଜ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିସାରିଛନ୍ତି ।