କଂଗ୍ରେସ ନେତାଙ୍କ ବୟାନକୁ ଖଣ୍ଡନ କଲେ ପହଲଗାମ ପୀଡ଼ିତଙ୍କ ପତ୍ନୀ, ଜାଣନ୍ତୁ କହିଲେ କ’ଣ?
ପୁଣେ ୨୯।୪: ମହାରାଷ୍ଟ୍ର କଂଗ୍ରେସ ନେତା ବିଜୟ ବଡେଟିୱାରଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେ ପହଲଗାମ ଗୁଳିକାଣ୍ଡରେ ଆତଙ୍କବାଦୀ ଧାର୍ମ ପଚାରି ଗୁଳି କରିଥିବା ନେଇ ହେଉଥିବା ଦାବିର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଏପ୍ରିଲ ୨୨ ତାରିଖର ଏହି ଘଟଣାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ସନ୍ତୋଷ ଜଗଦାଲେଙ୍କ ପତ୍ନୀ ପ୍ରଗତି ଜଗଦାଲେ ନେତାମାନଙ୍କୁ ଏହି ବିପର୍ଯ୍ୟୟର ରାଜନୀତିକରଣ ନ କରିବାକୁ ନିବେଦନ କରିଛନ୍ତି। ପୁଣେ ବାସିନ୍ଦା ପ୍ରଗତି ଜଗଦାଲେ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ‘ଦୟାକରି ଏହି ଘଟଣାର ରାଜନୀତିକରଣ କରନ୍ତୁ ନାହିଁ ଓ ଆମ ଭାବନା ସହିତ ଖେଳନ୍ତୁ ନାହିଁ’। ଘଟଣାସ୍ଥଳରେ ମୁଁ ଉପସ୍ଥିତ ଥିଲି, ମୁଁ ଜାଣିଛି ଆତଙ୍କବାଦୀମାନେ ଗୁଳି କରିବା ପୂର୍ବରୁ କ’ଣ କହିଥିଲେ। ଆକ୍ରମଣ କାଳରେ ସେମାନଙ୍କ ବୟାନକୁ ଆମେ ପ୍ରଥମରୁ କହି ଆସୁଛୁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଗତି ଜଗଦାଲେ ଯିଏ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ସହ ଜୀବିତ ମଧ୍ୟ ଅଛନ୍ତି କହିଛନ୍ତି ଯେ ଆତଙ୍କବାଦୀ ହତ୍ୟା କରିବା ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟରେ ଆସିଥିଲେ ଓ ସେମାନେ ଅତ୍ୟନ୍ତ ବର୍ବରତାର ସହ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ସେ କହିଛନ୍ତି ଆତଙ୍କବାଦକୁ ଆମେ ସାମ୍ନା କରିଛୁ, ଆମେ ସେମାନଙ୍କ ଘୃଣାର ଶବ୍ଦ ଶୁଣିଛୁ। ଏଣୁ ମାନବୀୟ ଆଧାରରେ ସବୁ ରାଜନେତାଙ୍କୁ ନିବେଦନ କରୁଛୁ ଆମ ଭାବନା ସହ ଖେଳନ୍ତୁ ନାହିଁ। ଜଗଦା
ପୁଣେ ୨୯।୪: ମହାରାଷ୍ଟ୍ର କଂଗ୍ରେସ ନେତା ବିଜୟ ବଡେଟିୱାରଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେ ପହଲଗାମ ଗୁଳିକାଣ୍ଡରେ ଆତଙ୍କବାଦୀ ଧାର୍ମ ପଚାରି ଗୁଳି କରିଥିବା ନେଇ ହେଉଥିବା ଦାବିର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଏପ୍ରିଲ ୨୨ ତାରିଖର ଏହି ଘଟଣାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ସନ୍ତୋଷ ଜଗଦାଲେଙ୍କ ପତ୍ନୀ ପ୍ରଗତି ଜଗଦାଲେ ନେତାମାନଙ୍କୁ ଏହି ବିପର୍ଯ୍ୟୟର ରାଜନୀତିକରଣ ନ କରିବାକୁ ନିବେଦନ କରିଛନ୍ତି।
ପୁଣେ ବାସିନ୍ଦା ପ୍ରଗତି ଜଗଦାଲେ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ‘ଦୟାକରି ଏହି ଘଟଣାର ରାଜନୀତିକରଣ କରନ୍ତୁ ନାହିଁ ଓ ଆମ ଭାବନା ସହିତ ଖେଳନ୍ତୁ ନାହିଁ’। ଘଟଣାସ୍ଥଳରେ ମୁଁ ଉପସ୍ଥିତ ଥିଲି, ମୁଁ ଜାଣିଛି ଆତଙ୍କବାଦୀମାନେ ଗୁଳି କରିବା ପୂର୍ବରୁ କ’ଣ କହିଥିଲେ। ଆକ୍ରମଣ କାଳରେ ସେମାନଙ୍କ ବୟାନକୁ ଆମେ ପ୍ରଥମରୁ କହି ଆସୁଛୁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଗତି ଜଗଦାଲେ ଯିଏ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ସହ ଜୀବିତ ମଧ୍ୟ ଅଛନ୍ତି କହିଛନ୍ତି ଯେ ଆତଙ୍କବାଦୀ ହତ୍ୟା କରିବା ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟରେ ଆସିଥିଲେ ଓ ସେମାନେ ଅତ୍ୟନ୍ତ ବର୍ବରତାର ସହ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି।
ସେ କହିଛନ୍ତି ଆତଙ୍କବାଦକୁ ଆମେ ସାମ୍ନା କରିଛୁ, ଆମେ ସେମାନଙ୍କ ଘୃଣାର ଶବ୍ଦ ଶୁଣିଛୁ। ଏଣୁ ମାନବୀୟ ଆଧାରରେ ସବୁ ରାଜନେତାଙ୍କୁ ନିବେଦନ କରୁଛୁ ଆମ ଭାବନା ସହ ଖେଳନ୍ତୁ ନାହିଁ। ଜଗଦାଲେ କହିଛନ୍ତି ଯେ ଜୀବିତ ବଞ୍ଚିଯାଇଥିବା ଲୋକେ ଏହି ଆତଙ୍କବାଦୀ ଆକ୍ରମଣର ଭୟାବହତାକୁ ପ୍ରତ୍ୟକ୍ଷ ଅନୁଭବ କରିଛୁ ଓ ଆକ୍ରମଣକାରୀଙ୍କ କଥା ଶୁଣିଛୁ। ସେ କହିଛନ୍ତି ଯେ ଆତଙ୍କବାଦୀମାନେ ଅଣ ମୁସଲମାନଙ୍କୁ ଟାର୍ଗେଟ୍ କରିଥିଲେ। ଜଗଦାଲେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ଆମେ ଏବେବି ଭୟଭୀତ ଅଛୁ। ଯେତେବେଳେ ବି ଆଖି ପତା ପଡୁଛି ଜଣେ ଆତଙ୍କବାଦୀ ରାଇଫଲ ଧରି ଛିଡା ହୋଇଥିବା ଦେଖାଯାଉଛି, ମୁଁ ଠିକ୍ ରେ ସୋଇ ମଧ୍ୟ ପାରୁନି।
ସେ କହିଛନ୍ତି ଯେ ଏବେ ମୁଁ ଆଶା କରୁଛି ସରକାରୀ ସହାୟତାରେ ଝିଅ ଆଶାଭରୀ ପୁଣି ଥରେ ଜୀବନକୁ ଗଢିପାରିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଙ୍ଗଳବାର ମହାରାଷ୍ଟ୍ର ସରକାର ଗତ ମଙ୍ଗଳବାର ପହଲଗାମ ଆତଙ୍କାବଦୀ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ରାଜ୍ୟର ୬ ଜଣଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ଏହା ସହିତ ମୃତ ପର୍ଯ୍ୟଟକଙ୍କ ପରିଜନଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।
କ’ଣ କହିଥିଲେ ବିଜୟ ବଡେଟିୱାର?
ସୋମବାର ଗଣମାଧ୍ୟମ ସହ ଆଲୋଚନାରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ବିଜୟ ବଡେଟିୱାର କହିଥିଲେ ଯେ ‘ମୁଁ ଜାଣିବାକୁ ପାଇଛି ଆତଙ୍କବାଦୀ ପ୍ରଥମେ ଧର୍ମ ବୁଝିଥିଲେ ଓ ଲୋକଙ୍କୁ ହତ୍ୟା କରିଥିଲେ। କ’ଣ ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ଥିଲା ସେମାନେ ଲୋକଙ୍କ କାନରେ ଫୁସଫୁସ କରି କିଛି କହିଥିଲେ?ଏହା ବାସ୍ତବରେ ବିବାଦୀୟ ତେବେ କିଛି ଲୋକେ ଦାବି କରୁଛନ୍ତି ଏପରି ହୋଇଛି, ହେଲେ ଆଉ କେତେକ ଅସ୍ୱୀକାର କରିଛନ୍ତି’।
ବଡେଟିୱାରଙ୍କ ଏପରି ଟିପ୍ପଣୀ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି କରିଛି, ଯାହାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ସହିତ କ୍ଷମତାସୀନ ମେଣ୍ଟର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ତାଙ୍କର ଏପରି ବୟାନ ସେହି ଲୋକଙ୍କ ଘାରେ ଲୁଣ ପକାଇବା ପରି ହୋଇଛି ଯେଉଁମାନେ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶ କହିଛନ୍ତି।