୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ
ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜିଲାପାଳ ଓ ଏସପି ବରୁଣ ଗୁଣ୍ଟୁପାଲି ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେl ରିଜର୍ଭ ପୋଲିସ, ଏନସିସି, ସ୍କାଉଟ ସମେତ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ୩୫ଟି ଦଳ ପରେଡ ପ୍ରଦର୍ଶନ କରିଥିଲେ। ଛାତ୍ରୀଛାତ୍ରମାନଙ୍କ […] The post ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ appeared first on Dharitri Odia News.
ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜିଲାପାଳ ଓ ଏସପି ବରୁଣ ଗୁଣ୍ଟୁପାଲି ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେl ରିଜର୍ଭ ପୋଲିସ, ଏନସିସି, ସ୍କାଉଟ ସମେତ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ୩୫ଟି ଦଳ ପରେଡ ପ୍ରଦର୍ଶନ କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା l ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଓ ପରେଡ, ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଦଳ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ଏସପି ବିଜୟ ରଞ୍ଜନ କେରକେଟା, ଡିଆଇବି, ଡିଏସପି କମଳ ଲୋଚନ ଭୂୟାଁ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆ, ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l
The post ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ appeared first on Dharitri Odia News.