୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ’ ପାଳିତ ହୋଇଯାଇଛି। ଏପରିକି ଏହାର ଫାଉଣ୍ଡେଶନ୍‌ ଡେ ସହିତ ସିଏ ବୃତ୍ତିର ନିର୍ଭୀତା,ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସେହିଭଳି ଏହାର ୭୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହିତାଧିକାରୀମାନଙ୍କୁ ମୂଲ୍ୟଯୁକ୍ତ ସେବା ଯୋଗାଇବାରେ ଆକାଉଣ୍ଟାସି ଫଙ୍କସନ୍‌ ଏକ ରଣନୀତିକ ଭୂମିକା […] The post ୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ appeared first on Dharitri Odia News.

୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ’ ପାଳିତ ହୋଇଯାଇଛି। ଏପରିକି ଏହାର ଫାଉଣ୍ଡେଶନ୍‌ ଡେ ସହିତ ସିଏ ବୃତ୍ତିର ନିର୍ଭୀତା,ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସେହିଭଳି ଏହାର ୭୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହିତାଧିକାରୀମାନଙ୍କୁ ମୂଲ୍ୟଯୁକ୍ତ ସେବା ଯୋଗାଇବାରେ ଆକାଉଣ୍ଟାସି ଫଙ୍କସନ୍‌ ଏକ ରଣନୀତିକ ଭୂମିକା ଗ୍ରହଣ କରିବା ସହ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥାଏ। ଏପରିକି ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ସ୍ଥାପିତ ବୃତ୍ତିର ପରମ୍ପରାର ଏକ ଅଂଶ ଭାବେ ଆମେ ସିଏ ଦିବସ ପାଳନ କରୁଛୁ। ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀସ୍ଥିତ ଆଇସିଏଆଇ ଭବନ ଠାରେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ ପତାକା ଉତ୍ତୋଳନ କରି ଆଇସିଏଆଇ ଭବନରୁ ଷ୍ଟୁଆର୍ଟ ସ୍କୁଲ୍‌ ପର୍ଯ୍ୟନ୍ତ ଏକ ୱାକାଥନ ଅନୁଷ୍ଠିତ ହୋଇଥିଲାବେଳେ ବୃକ୍ଷରୋପଣ ଏବଂ ସ୍ବଚ୍ଛତା ଡ୍ରାଇଭ୍‌ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ମାଗଣା ସ୍ବାସ୍ଥ୍ୟପରୀକ୍ଷା, ଚକ୍ଷୁ, ଡେଣ୍ଟାଲ୍‌ ପରୀକ୍ଷା ଓ ଡାଇବେଟିସ୍‌ ସ୍କ୍ରିନିଂ କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଡା. ମୋହନଙ୍କ ଡାୟାବେଟିଜ୍‌ ବିଶେଷତା କେନ୍ଦ୍ର, ସେଣ୍ଟର୍‌ ଫର୍‌ ସାଇଟ୍‌ ଏବଂ ଆମ ଓଡ଼ିଶା ସହିତ ମିଳିତ ଭାବେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଦିନକୁ ସ୍ମରଣ କରିବା ପାଇଁ ସଦସ୍ୟ ଓ ଛାତ୍ରମାନଙ୍କ ପାଇଁ ଓର୍କ-ଲାଇଫ୍‌ ବାଲାନ୍ସ ବିଷୟରେ ଏକ ଦିନିକିଆ କର୍ମଶାଳର ମଧ୍ୟ ଆୟୋଜନ କରାଯାଇଥିଲ। ଏହି ଅବସରରେ ଓଡିଶାର ଆଡିଶନାଲ୍‌ ପୋଲିସ ଡି.ଜି ସିଏ ରାଧା କିଶନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ, ଶାଖାର ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ତଥା ଶାଖା ଉପାଧ୍ୟକ୍ଷ ସିଏ ମହେନ୍ଦ୍ର ସାହୁ ଏବଂ ସଚିବ ସିଏ ଗୌତମ ଲେଙ୍କା ଅଂଶ ଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମକୁ ସିଏ ଶାଶ୍ୱତ ତ୍ରିପାଠୀ, କୋଷାଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ,ପୂର୍ବତନ ଅଧ୍ୟକ୍ଷ ସିଏ ରଞ୍ଜନ କୁମାର ପୃଷ୍ଟି, ପୂର୍ବତନ ଅଧ୍ୟକ୍ଷ ସିଏ ଗଗନ ବିହାରୀ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।

The post ୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ appeared first on Dharitri Odia News.