୭୬ତମ ସାଧାରଣତନ୍ତ୍ର ଦିବସ; ଦିଲ୍ଲୀ ଜଗିବେ ୭୦ କମ୍ପାନି ଫୋର୍ସ ଏବଂ ୧୫ ହଜାର ପୋଲିସକର୍ମୀ
ନୂଆଦିଲ୍ଲୀ: ରବିବାର ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ସମାରୋହ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମାରୋହରେ ଦେଶ-ବିଦେଶର ବହୁ ନେତା ଏବଂ ବିଶିଷ୍ଟ ଅତିଥି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହାକୁ ସଫଳ ପରିଚାଳନା ପାଇଁ ଦିଲ୍ଲୀରେ ଆଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ- ଏନସିଆର ଡ୍ରୋନ୍ ଏବଂ କ୍ୟାମେରା ନଜରରେ ରହିବ । ଏହାର ପରିଚାଳନା ପାଇଁ ସାଉବର ବିଶେଷଜ୍ଞ ନିୟୋଜିତ ହେବେ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ମଲ୍ଟିଲେଭଲ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚେକିଂ-ବ୍ଲକିଂ ଏବଂ ଛାନଭୀନ ପାଇଁ ୬ ସ୍ତରୀୟ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ମଲ୍ଟିଲେଭଲ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ନୂଆଦିଲ୍ଲୀରେ ହଜାରରୁ ଅଧିକ ସ୍ଥାନରେ ସିସିଟିଭି କ୍ୟାମେରା ଇନଷ୍ଟଲ୍ କରାଯାଇଛି । ଯେଉଁଥିରେ ଫେସ୍ ଡିଟେକ୍ସନ ଟେକ୍ନିକ୍ ରହିଛି । ଏଫଆରଏସ ସିଷ୍ଟମ ଲାଗିଥିବା ଗାଡ଼ି ମଧ୍ୟ ମୁତୟନ ହେବ । ପୋଲିସ ଅଧିକାରୀ କହିଛନ୍ତି, ଏହା ଦ୍ବାରା କ୍ୟାମେରା ଡାଟାବେସରୁ ଅପରାଧୀଙ୍କୁ ତୁରନ୍ତ ଚିହ୍ନି ହେବ । ଦିଲ୍ଲୀ ପୋଲିସ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ପୋଲିସ ଟିମ୍ ଅଧିକାଂଶ ସ
ନୂଆଦିଲ୍ଲୀ: ରବିବାର ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ସମାରୋହ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମାରୋହରେ ଦେଶ-ବିଦେଶର ବହୁ ନେତା ଏବଂ ବିଶିଷ୍ଟ ଅତିଥି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହାକୁ ସଫଳ ପରିଚାଳନା ପାଇଁ ଦିଲ୍ଲୀରେ ଆଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ- ଏନସିଆର ଡ୍ରୋନ୍ ଏବଂ କ୍ୟାମେରା ନଜରରେ ରହିବ । ଏହାର ପରିଚାଳନା ପାଇଁ ସାଉବର ବିଶେଷଜ୍ଞ ନିୟୋଜିତ ହେବେ ।
ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ମଲ୍ଟିଲେଭଲ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚେକିଂ-ବ୍ଲକିଂ ଏବଂ ଛାନଭୀନ ପାଇଁ ୬ ସ୍ତରୀୟ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ମଲ୍ଟିଲେଭଲ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ନୂଆଦିଲ୍ଲୀରେ ହଜାରରୁ ଅଧିକ ସ୍ଥାନରେ ସିସିଟିଭି କ୍ୟାମେରା ଇନଷ୍ଟଲ୍ କରାଯାଇଛି । ଯେଉଁଥିରେ ଫେସ୍ ଡିଟେକ୍ସନ ଟେକ୍ନିକ୍ ରହିଛି । ଏଫଆରଏସ ସିଷ୍ଟମ ଲାଗିଥିବା ଗାଡ଼ି ମଧ୍ୟ ମୁତୟନ ହେବ ।
ପୋଲିସ ଅଧିକାରୀ କହିଛନ୍ତି, ଏହା ଦ୍ବାରା କ୍ୟାମେରା ଡାଟାବେସରୁ ଅପରାଧୀଙ୍କୁ ତୁରନ୍ତ ଚିହ୍ନି ହେବ । ଦିଲ୍ଲୀ ପୋଲିସ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ପୋଲିସ ଟିମ୍ ଅଧିକାଂଶ ସୁରକ୍ଷା ଏଜେନ୍ସିଙ୍କ ସହିତ ସାମିଲ୍ ଅଭ୍ୟାସ ମଧ୍ୟ କରୁଛି । ୭୦ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାରରୁ ଅଧିକ ପୋଲିସକର୍ମୀ ରାଜଧାନୀ ସୁରକ୍ଷା ଦାୟିତ୍ବରେ ରହିବେ ।