୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ

ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।

୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ

ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭଜିତ। ଗତ ବୁଧବାରର ଘଟଣା। ସକାଳୁ ସକାଳୁ ଖୁସି ମନରେ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଗଲା। ହେଲେ କିଛି ସମୟ ପରେ ସ୍କୁଲରୁ ଫୋନ୍‌ ଆସିଲା ଯେ, କ୍ଲାସରୁମରେ ବସିଥିବା ବେଳେ ହଠାତ୍ ସିଜର୍ ବା ଫିଟ୍ସର ଶିକାର ହୋଇଥିଲେ ଶୁଭଜିତ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି, କିଛି ଫଳ ମିଳିଲାନି। ଶେଷରେ ଗୁରୁବାର ବ୍ରେନ୍ ଡେଡ୍ ଘୋଷିତ ହେବା ପରେ, ନିଜ ସୁନା ଶଙ୍ଖାଳିର ସବୁତକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଦେବାକୁ ନିଷ୍ପତ୍ତି ନେଲେ ବାପାମାଆ।