୮ ଥର ପଲଟିଲା କାର୍‌, ତଥାପି... : ଦେଖନ୍ତୁ ଭିଡିଓ

ସେମାନେ କାର୍‌ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।

୮ ଥର ପଲଟିଲା କାର୍‌, ତଥାପି... : ଦେଖନ୍ତୁ ଭିଡିଓ

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ଗୋଟିଏ ଦ୍ରୁତଗାମୀ କାର୍‌ ଜାତୀୟ ରାଜପଥରେ ଆଶ୍ଚର୍ଯ୍ୟଜନକ ଭାବେ ୮ଥର ପଲଟିଛି। ଏପରି କି ଗାଡ଼ିଟି ପୂରା ଛିନଛତ୍ର ହୋଇ ଗୋଟିଏ ଶୋ’ ରୁମର ଗେଟରେ ଝୁଲି ପଡ଼ିଛି। କିନ୍ତୁ ଚମତ୍କାରର କଥା ହେଉଛି ଯେ ଗାଡ଼ି ଭିତରେ ଥିବା ୫ ଜଣ ପୂରା ସୁରକ୍ଷିତ ରହିଛନ୍ତି।

ସେମାନେ କାର୍‌ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି। ରାଜସ୍ଥାନର ନାଗୌର ସ୍ଥିତ ଜାତୀୟ ରାଜପଥରେ ପୂରା ଘଟଣା ଘଟିଛି। ଏହାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭି ଫୁଟେଜ ଅନୁଯାୟୀ, ଗୋଟିଏ ଏସ୍‌ୟୁଭିରେ ୫ ଜଣ ଦ୍ରୁତଗତିରେ ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ତେବେ କାରର ଡ୍ରାଇଭର ଗୋଟିଏ ଟର୍ଣ୍ଣ ନେଉଥିବା ବେଳେ ହଠାତ୍‌ ସେ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍‌ଟି ରାସ୍ତାରେ ୮ଥର ପଲଟି ମାରିଥିଲା।

ଏହାପରେ ରାସ୍ତା କଡ଼ରେ ଥିବା ଗୋଟିଏ ଶୋ’ ରୁମର ଗେଟ୍‌ରେ ଓଲଟା ଢଙ୍ଗରେ ଝୁଲି ପଡ଼ିଥିଲା। ଶୋ’ ରୁମର ମୁଖ୍ୟ ଫାଟକରେ ପିଟି ହେବା ପରେ ଗାଡ଼ିଟି ଛିନଛତ୍ର ହୋଇ ଗେଟରେ ଲାଖିଥିଲା।

ଗାଡ଼ିଟି ଛିନଛତ୍ର ହୋଇଯାଇଥିଲେ ହେଁ ଏଥିରେ କେହି ବି ମୃତାହତ ହୋଇନାହାନ୍ତି। ଗାଡ଼ିଟି ପ୍ରଥମଥର ପଲଟି ମାରିବା କ୍ଷଣି କାର ଚାଳକ ବାହାରି ଯାଇଥିଲେ। ହେଲେ ବାକି ୪ ଜଣ କାର ଭିତରେ ରହି ଯାଇଥିଲେ। କାରଟି ଶୋ’ ରୁମ ଗେଟରେ ଝୁଲିବା ପରେ ସେମାନେ ବାହାରିଥିଲେ।

କାରରୁ ଅକ୍ଷତ ଅବସ୍ଥାରେ ବାହାରିବା ପରେ ସେମାନେ ଶୋ’ ରୁମ ଭିତରୁ ଯାଇଥିଲେ ଓ ଆମକୁ ଚା’ ପିଆଇ ଦିଅନ୍ତୁ ବୋଲି କହିଥିଲେ। କାର ଏଜେନ୍ସିରେ କାମ କରୁଥିବା ଜଣେ ଅଧିକାରୀ କହିଛନ୍ତି, “କେହି ବି ଘଟଣାରେ ଆହତ ହୋଇନାହାନ୍ତି। କାହା ଦେହରେ ଛୋଟ ଦାଗ ଟିଏ ମଧ୍ୟ ହୋଇନି। ସେମାନେ କାରରେ ନାଗୌର ଠାରୁ ବିକାନେର ଯାଉଥିଲେ।”