୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’
ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା ଅଞ୍ଚଳର ସେହିପରି ଜଣେ ମା’ ୮ ବର୍ଷ ପରେ ନିଜ ପାଗଳ ପୁଅକୁ ଖୋଜି ପାଇଛନ୍ତି। ନୟାଗଡ଼ ଜିଲା ସାତପାଟଣା ଗାଁର ସୁରେନ୍ଦ୍ର ମେହେର ୮ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସେ ମିଳି ନ ଥିଲେ। […] The post ୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’ appeared first on Dharitri Odia News.
ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା ଅଞ୍ଚଳର ସେହିପରି ଜଣେ ମା’ ୮ ବର୍ଷ ପରେ ନିଜ ପାଗଳ ପୁଅକୁ ଖୋଜି ପାଇଛନ୍ତି।
ନୟାଗଡ଼ ଜିଲା ସାତପାଟଣା ଗାଁର ସୁରେନ୍ଦ୍ର ମେହେର ୮ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସେ ମିଳି ନ ଥିଲେ। ଶେଷରେ ପରିବାର ଲୋକେ ପୁଅ ଆଶା ଛାଡ଼ି ଦେଇଥିଲେ।
ମୋହନାରେ ଥିବା ତାଙ୍କର କେତେ ଜଣ ସମ୍ପର୍କୀୟ ସୁରେନ୍ଦ୍ରଙ୍କୁ ଠାବକରି ପରିବାର ଲୋକଙ୍କୁ ଜଣାଇଥିଲେ। ଭିଡିଓ କଲ୍ କରି ତାଙ୍କୁ ଦେଖାଇଥିଲେ। ଶେଷରେ ମା’ ସୁବାସନୀ ମୋହନାରେ ପହଞ୍ଚି ହାଇସ୍କୁଲ ଛକ ନିକଟରେ ଥିବା ପରିତ୍ୟକ୍ତ ବିଶ୍ରାମଗାରଠାରୁ ପୁଅ ସୁରେନ୍ଦ୍ରଙ୍କୁ ପାଇଥିଲେ।
ସୁବାସିନୀ ପୁଅକୁ ଗାଁକୁ ନେବା ପାଇଁ ସହାୟତା କରିବାକୁ ମୋହନା ବିଡିଓଙ୍କୁ ଅନୁରୋଧ କରିଛନ୍ତି। ବିଡିଓ ସମସ୍ତ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
The post ୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’ appeared first on Dharitri Odia News.