ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ
କାନ୍ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବାନିଜ କହିଛନ୍ତି। ଏହି ଆଇନ ଅନ୍ତର୍ଗତ ଫେସ୍ବୁକ, ଇନ୍ଷ୍ଟାଗ୍ରାମ, ଟିକ୍ଟକ୍ ପରି ସୋସିଆଲ ମିଡିଆରେ ପ୍ଲାଟ୍ଫର୍ମଗୁଡ଼ିକରେ ଲଗ୍ଇନ କରିବା ପାଇଁ ସର୍ବନିମ୍ନ ବୟସ ୧୪ରୁ ୧୬ ବୟସ ପର୍ଯ୍ୟନ୍ତ ରହିପାରେ। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଅଲ୍ବାନିଜ କହିଛନ୍ତି। ଅଷ୍ଟ୍ରେଲିଆର ପିଲାମାନେ ମୋବାଇଲ, […] The post ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ appeared first on Dharitri Odia News.
କାନ୍ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବାନିଜ କହିଛନ୍ତି। ଏହି ଆଇନ ଅନ୍ତର୍ଗତ ଫେସ୍ବୁକ, ଇନ୍ଷ୍ଟାଗ୍ରାମ, ଟିକ୍ଟକ୍ ପରି ସୋସିଆଲ ମିଡିଆରେ ପ୍ଲାଟ୍ଫର୍ମଗୁଡ଼ିକରେ ଲଗ୍ଇନ କରିବା ପାଇଁ ସର୍ବନିମ୍ନ ବୟସ ୧୪ରୁ ୧୬ ବୟସ ପର୍ଯ୍ୟନ୍ତ ରହିପାରେ।
ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଅଲ୍ବାନିଜ କହିଛନ୍ତି। ଅଷ୍ଟ୍ରେଲିଆର ପିଲାମାନେ ମୋବାଇଲ, ଟ୍ୟାବ୍ଲେଟ, କମ୍ପ୍ୟୁଟର ଆଦି ଡିଭାଇସ୍ରୁ ଦୂରରେ ରହି କ୍ରିକେଟ, ଫୁଟ୍ବଲ, ଟେନିସ୍, ସୁଇମିଂ ଆଦି ଶାରୀରିକ କ୍ରିଡ଼ା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଅପିଲ କରିଛନ୍ତି। ସୋସିଆଲ ମିଡିଆର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ସବୁଠାରୁ ବେଶି ପଡ଼ୁଥିବା ଅଲ୍ବାନିଜ କହିଛନ୍ତି।
The post ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ appeared first on Dharitri Odia News.