୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’
ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା କରିଛନ୍ତି। ଏହାପରେ ସେ ତାଙ୍କ ସାବତ ଝିଅଙ୍କ ମୃତଦେହକୁ ଜାଳି ଦେଇଥିଲେ। ପ୍ରମାଣ ଲୁଚାଇବା ପାଇଁ ସେ ମୃତଦେହର ଅବଶେଷକୁ ଏକ ଅଖା ମଧ୍ୟରେ ଲୁଚାଇ ରଖି ଏହାକୁ ଏକ ବାକ୍ସ ମଧ୍ୟରେ ପୁରାଇ ଦେଇଥିଲେ। ଶନିବାର ପୀଡ଼ିତାଙ୍କ ପରିବାର ପକ୍ଷରୁ ସେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ […] The post ୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’ appeared first on Dharitri Odia News.
ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା କରିଛନ୍ତି। ଏହାପରେ ସେ ତାଙ୍କ ସାବତ ଝିଅଙ୍କ ମୃତଦେହକୁ ଜାଳି ଦେଇଥିଲେ। ପ୍ରମାଣ ଲୁଚାଇବା ପାଇଁ ସେ ମୃତଦେହର ଅବଶେଷକୁ ଏକ ଅଖା ମଧ୍ୟରେ ଲୁଚାଇ ରଖି ଏହାକୁ ଏକ ବାକ୍ସ ମଧ୍ୟରେ ପୁରାଇ ଦେଇଥିଲେ।
ଶନିବାର ପୀଡ଼ିତାଙ୍କ ପରିବାର ପକ୍ଷରୁ ସେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ରବିବାର ପୀଡ଼ିତାଙ୍କ ଘରେ ତଲାସୀ ଅଭିଯାନ ବେଳେ ପୋଲିସକୁ ଏକ ବାକ୍ସ ମଧ୍ୟରେ ମୃତଦେହର ଅବଶେଷ ମିଳିଥିଲା। ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ସାବତ ମା’ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ମୃତଦେହର ଅବଶେଷକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୀଡ଼ିତାଙ୍କ ବାପା ଦିଲ୍ଲୀରେ ରହୁଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’ appeared first on Dharitri Odia News.