୮ମାସର ଗର୍ଭବତୀ ହୋଇ ମଧ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି ଏସପି ନିବେଦିତା
ଭୋପାଳ: ଏସପି ନିବେଦିତା ନାଇଡୁ, ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଆଠ ମାସର ଗର୍ଭବତୀ ହୋଇ ମଧ୍ୟ... The post ୮ମାସର ଗର୍ଭବତୀ ହୋଇ ମଧ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି ଏସପି ନିବେଦିତା appeared first on .
ଭୋପାଳ: ଏସପି ନିବେଦିତା ନାଇଡୁ, ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଆଠ ମାସର ଗର୍ଭବତୀ ହୋଇ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି।
ନିବେଦିତା ନାଇଡୁ ମା ହେବାକୁ ଯାଉଥିଲେ ମଧ୍ୟ ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି । ଆଠ ମାସର ଗର୍ଭବତୀ ଥିବା ସତ୍ବେ ନିବେଦିତା ନାଇଟ୍ ପାଟ୍ରୋଲିଂ ଠାରୁ ଆରମ୍ଭ କରି ଜିଲ୍ଲା ଚେକିଂ ପର୍ଯ୍ୟନ୍ତ ସବୁ କରୁଛନ୍ତି। ଖାଲି ଏତିକି ନୁହେଁ ତାଙ୍କ ସ୍ୱାମୀ ବାହାର ସହରରେ କାମ କରୁଥିବା ବେଳେ ସେ ନିଜକୁ ସମ୍ଭାଳିବା ସହ ଘରେ ତିନି ବର୍ଷର ଝିଅର ମଧ୍ୟ ଲାଳନପାଳନ ଏକାକୀ କରୁଛନ୍ତି । ଏହାସହିତ ସେ ଦେଶ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବାରେ ଆଦୌ ଦ୍ୱିଧା କରିନାହାଁନ୍ତି। ଏହି କର୍ତ୍ତବ୍ୟନିଷ୍ଠ ଏସପିଙ୍କ ଏକ ଭିଡ଼ିଓ ଭାଇରାଲ୍ ହୋଇଛି, ଯାହା ପରେ ସବୁଠୁ ତାଙ୍କୁ ପ୍ରଶଂସା କରାଯାଉଛି ।
ଭିଡିଓରେ ସେ ଜଣେ ପୋଲିସ କର୍ମଚାରୀଙ୍କ ସହ ରାତିରେ କାହା ଘରେ ପହଞ୍ଚିଛନ୍ତି। ଭିଡିଓରେ ତାଙ୍କ ବେବି ବମ୍ପ୍ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ତେବେ ସାଧାରଣତଃ ଗର୍ଭବତୀ ସମୟରେ ମହିଳାମାନେ ଆରାମ କରିଥାନ୍ତି । ଏପରିକି ସମସ୍ତ କାର୍ଯ୍ୟରତ ମହିଳାଙ୍କ ପାଖରେ ମାଟରନିଟି ଛୁଟି ନେବା ଅଧିକାର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଉମରିଆର ଏସପି ନିବେଦିତା ଜଣେ ମା’ର କର୍ତ୍ତବ୍ୟ ପାଳନ କରିବା ପୂର୍ବରୁ ଦେଶ ପ୍ରତି କର୍ତ୍ତବ୍ୟକୁ ଆଗ ପାଳନ କରିଚାଲିଛନ୍ତି।
The post ୮ମାସର ଗର୍ଭବତୀ ହୋଇ ମଧ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି ଏସପି ନିବେଦିତା appeared first on .