୮୪୩ ଜିଓ ଟ୍ୟାଗ୍ଡ ଅଧିକାରୀଙ୍କ ଦରମା ବନ୍ଦ
ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି ା ଏ ନେଇ ଜିଲାପାଳ ହେମକାନ୍ତ ସୟ ବିଭାଗୀୟ ଚିଠି ନଂ. ୮୪୫୯/୨୮ ଅକ୍ଟୋବର ୨୦୨୪ ଅନୁଯାୟୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ […] The post ୮୪୩ ଜିଓ ଟ୍ୟାଗ୍ଡ ଅଧିକାରୀଙ୍କ ଦରମା ବନ୍ଦ appeared first on Dharitri Odia News.
ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି ା ଏ ନେଇ ଜିଲାପାଳ ହେମକାନ୍ତ ସୟ ବିଭାଗୀୟ ଚିଠି ନଂ. ୮୪୫୯/୨୮ ଅକ୍ଟୋବର ୨୦୨୪ ଅନୁଯାୟୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩ଜଣ ଠିକ୍ ଭାବେ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଅବଶିଷ୍ଟ ୮୪୩ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜଣାପଡ଼ିଥିଲା ା ଟ୍ୟାଗ୍ଡ ଅଫିସରମାନଙ୍କ କ୍ଷେତ୍ର ପରିଦର୍ଶନ ଏବଂ ନିରନ୍ତର ମନିଟରିଂ ଅଭାବରୁ ୬୩ ପ୍ରତିଶତ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ା ଫଳରେ ଏକ ବର୍ଷ ଧରି ପଡ଼ିରହିଥିବା ଗୃହଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାରେ ବିଳମ୍ବ ଦେଖାଯାଇଛି। ଫଳରେ ସରକାରଙ୍କ ଯୋଜନା ସଫଳ ହେବାରେ ବହୁ ବାଧା ଉପୁଜିଥିବା ଦର୍ଶାଯାଇଛି। ଏହାକୁ ନେଇ ଟ୍ୟାଗଡ ଅଫିସରଙ୍କ ଦରମାକୁ ଅକ୍ଟୋବର ୨୦୨୪ରୁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଜିଲାରେ ନିର୍ମାଣ ହେଉଥିବା ଗୃହର ଜିଓ ଗ୍ୟାଗ୍ ନିମନ୍ତେ ଅତିରିକ୍ତ ଡାଟା ଏଣ୍ଟ୍ରିି ଅପରେଟର ଓ ପଞ୍ଚାୟତ ସମ୍ପ୍ରସାରଣ ଅଫିସରମାନେ ନିୟୋଜିତ ଥିଲେ।
The post ୮୪୩ ଜିଓ ଟ୍ୟାଗ୍ଡ ଅଧିକାରୀଙ୍କ ଦରମା ବନ୍ଦ appeared first on Dharitri Odia News.