୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡ଼ାଯିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଭାତୀ କହିଛନ୍ତି ଯେ, ସମୀକ୍ଷା ମୁତାବକ ପ୍ରତ୍ୟହ ୩୦ ହଜାର ମହିଳା ଯୋଡ଼ି ହେଉଛନ୍ତି। ଯେହେତୁ ୧ କୋଟି ମହିଳା ଯୋଡ଼ି ହୋଇଛନ୍ତି, […] The post ୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌… appeared first on Dharitri Odia News.

୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡ଼ାଯିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ପ୍ରଭାତୀ କହିଛନ୍ତି ଯେ, ସମୀକ୍ଷା ମୁତାବକ ପ୍ରତ୍ୟହ ୩୦ ହଜାର ମହିଳା ଯୋଡ଼ି ହେଉଛନ୍ତି। ଯେହେତୁ ୧ କୋଟି ମହିଳା ଯୋଡ଼ି ହୋଇଛନ୍ତି, ଆଗକୁ ଏହି ସଂଖ୍ୟା କମିପାରେ। ହେଲେ ଯେଉଁଭଳି ଭାବେ ସାଧାରଣ ଘରର ମହିଳା ଯୋଜନାକୁ ଗ୍ରହଣ କରିଛନ୍ତି, ଏହା ତାଙ୍କ ସମୃଦ୍ଧିର ଏକ ବଡ଼ କାରଣ ହେବ। କେବଳ ଏତିକି ନୁହେଁ କମ୍‌ ଦିନ ମଧ୍ୟରେ ଯୋଜନାରେ ସାମିଲ ହେବାକୁ ଯେଉଁଭଳି ଭାବେ ଆବେଗ ଦେଖିବାକୁ ମିଳୁଛି ସୌଭାଗ୍ୟର କଥା। ଏବେ ‘ଘରେ ଘରେ ସୁଭଦ୍ରା’ ଏକ ସ୍ଲୋଗାନରେ ପରିଣତ ହୋଇଛି। ତେବେ ୯ ତାରିଖ ଅପରାହ୍ନ ୧୨ଟା ସୁଦ୍ଧା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ପହଞ୍ଚିଯିବ ବୋଲି ସେ କହିଛନ୍ତି।

The post ୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌… appeared first on Dharitri Odia News.