୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର କ୍ୟାବିନେଟ ବୈଠକରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି। ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ […]

୯ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି
9 proposals approved in the state cabinet meeting

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜିର କ୍ୟାବିନେଟ ବୈଠକରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି। ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ମାସିକ ଭତ୍ତାକୁ ୧୨୦୦ରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ୍ ମୋହର ପ୍ରଦାନ କରିଛି।

ଏଥି ସହିତ ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ ହିତାଧିକାରୀ। ଆଜିର କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ଅଧିନରେ ୫ ବର୍ଷରେ ୮୭୪ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଅନୁମୋଦନ ମିଳିଛି। ଏହା କୃଷି ଉଦ୍ୟୋଗୀଙ୍କୁ ସବସିଡ ଆକାରରେ ଦିଆଯିବ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାନେଇ ସବ୍‌ସିଡି ଧାର୍ଯ୍ୟ କରାଯାଇଛି। ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ମିଳିବ ସହାୟତା। ୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫ ହଜାର। କେନ୍ଦ୍ରର ୩୦ ହଜାର ସବସିଡ୍ ବାଦ୍ ରାଜ୍ୟ ସରକାର ୨୫ ହଜାର ସବ୍‌ସିଡି ଦେବେ। ଏଥି ସହିତ ୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ସରକାର ମୋଟ ୬୦ ହଜାର ସବ୍‌ସିଡି ଦେବେ । ଏଥି ସହିତ ରାଜ୍ୟ ଯୋଗାଣ ନିଗମ ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କା ଋଣ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ଗ୍ୟାରେଣ୍ଟି ରହିବେ ।