୯ଦିନ ପରେ ମନ୍ଦିର କୁ ବାହୁଡ଼ିଲେ ମୁତ୍ୟାଲୁମା…ଶେଷ ଦିନରେ ପ୍ରବଳ ଗହଳି.

ଲକ୍ଷ୍ମୀପୁର ୨୩/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିଲା ମୁତ୍ୟାଲୁମ୍ମା ଙ୍କ ନବ ଦିନ ବ୍ୟାପି ଘଣ୍ଟ ଯାତ୍ରା। ଜିଲ୍ଲା ପ୍ରସିଦ୍ଧ ଏହି ଘଣ୍ଟ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ ୮ ଟି ଘଟହାଣ୍ଡି ଓ ଗୋଟିଏଫୁଲ ପରଡ଼ା କୁ ଘଟ ବୁହାଳୀ ମାନେ ଧରି ୭ ଦିନ ପ୍ରତ୍ୟକ ଘରକୁ ଯାଇଥିଲେ। ପ୍ରତ୍ୟକ ଘରେ ବିଭିନ୍ନ ପ୍ରକାର ଫଳ ପୁଷ୍ପ ସହ ନଡ଼ିଆ କଦଳୀ ଦେଇ […] The post ୯ଦିନ ପରେ ମନ୍ଦିର କୁ ବାହୁଡ଼ିଲେ ମୁତ୍ୟାଲୁମା…ଶେଷ ଦିନରେ ପ୍ରବଳ ଗହଳି. appeared first on Odisha.News.

୯ଦିନ ପରେ ମନ୍ଦିର କୁ ବାହୁଡ଼ିଲେ  ମୁତ୍ୟାଲୁମା…ଶେଷ ଦିନରେ ପ୍ରବଳ ଗହଳି.

ଲକ୍ଷ୍ମୀପୁର ୨୩/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିଲା ମୁତ୍ୟାଲୁମ୍ମା ଙ୍କ ନବ ଦିନ ବ୍ୟାପି ଘଣ୍ଟ ଯାତ୍ରା। ଜିଲ୍ଲା ପ୍ରସିଦ୍ଧ ଏହି ଘଣ୍ଟ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ ୮ ଟି ଘଟହାଣ୍ଡି ଓ ଗୋଟିଏଫୁଲ ପରଡ଼ା କୁ ଘଟ ବୁହାଳୀ ମାନେ ଧରି ୭ ଦିନ ପ୍ରତ୍ୟକ ଘରକୁ ଯାଇଥିଲେ। ପ୍ରତ୍ୟକ ଘରେ ବିଭିନ୍ନ ପ୍ରକାର ଫଳ ପୁଷ୍ପ ସହ ନଡ଼ିଆ କଦଳୀ ଦେଇ ପୂଜା କରିଥିଲେ।
୯ଦିନ ଧରି ଅନୁଷ୍ଠିତ ହୋଇ ଥିବା ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ରହିଥିଲା ଥାନା ନିଆଁ,ବନ ବିଭାଗ ଓ ଆର ଆଇ କାର୍ଯ୍ୟାଳୟ ର ନିଆଁ। ମା ଙ୍କୁ କଣ୍ଟା ଦୋଳି ରେ ବସାଇବା , ବାଘ ବେସ ରେ ଗାଁ ପରିଭ୍ରମଣ କରିବା, ବିହନ ବଣ୍ଟନ କରିବା, ଛେଳି ର ରକ୍ତ ଶୋଷଣ କରିବା, ବରତ ଟାଣିବା, ପିଲକି ଅଲକାମ, ଗାଁ ବାନ୍ଧିବା  ଭଳି ଅନେକ ଅଲୌକିକ କାର୍ଯ୍ୟକ୍ରମ ଗୁଡିକ କରାଯାଇ ଥିଲା । ଯାତ୍ରା କୁ ଅବସରରେ ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବ ଙ୍କ ଗହଳି ଲାଗୁ ରହିଥିଲା ।ଯାତ୍ରା ର ଶେଷ ୪ ଦିନ ହଜାର ହଜାର ଲୋକଙ୍କ  ଗହଳି କୁ ଦୃଷ୍ଟି ରେ ରଖି କମିଟି ତରଫରୁ ୪ ଦିନ ଆଧୁନିକ ଓ ପୌରାଣିକ ନାଟକ ର ବ୍ୟବସ୍ଥା କରାଯାଇ ଥିବା ବେଳେ ଗୋଟିଏ ଦିନ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ମୁତ୍ୟଲୁମା ଅସ୍ଥାୟୀ ମନ୍ଦିର ରୁ ଫେରିବା ବାଟରେ ହଜାର ହଜାର ଭକ୍ତ ସେମାନଙ୍କ ଛୁଆ ମାନଙ୍କୁ ତଳେ ଶୁଆଇଥିଲେ, ସେମାନଙ୍କ ଉପରେ ଘଟ ବୁହାଳୀ ମାନେ ଚକୁଡି କି ଯାଇଥିଲେ। ପରମ୍ପରା ଅନୁଯାୟୀ ସ୍ଥାୟୀ ମନ୍ଦିର ରେ ନାଚ ର ଆସର ପରେ ଫେରିଥିଲେ ମୁତ୍ୟାଲୁମା। ଗହଳି କୁ ଦୃଷ୍ଠି ରେ ରଖି ଏସ ଡି ପିଇ ଓ ବିରଞ୍ଚି ନାରାୟଣ ଜଗତ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସହ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ।

The post ୯ଦିନ ପରେ ମନ୍ଦିର କୁ ବାହୁଡ଼ିଲେ ମୁତ୍ୟାଲୁମା…ଶେଷ ଦିନରେ ପ୍ରବଳ ଗହଳି. appeared first on Odisha.News.