୯୦ ତୋପ ମାଡ଼ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୮।୧ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ କ୍ରମାଗତ କଳହ ଲାଗିଛି । ଏହି ସମୟରେ ଦକ୍ଷିଣ କୋରିଆ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଦକ୍ଷିଣ କୋରିଆ ପଶ୍ଚିମ ଉପକୂଳ ନିକଟରେ ୯୦ ଟି ତୋପ ଚଳାଇଛି। ଉତ୍ତର କୋରିଆ ତିନି ଦିନ ଧରି ଲଗାତାର ଏହି ଅଭ୍ୟାସ କରୁଛି, ଯେଉଁ କାରଣରୁ ସାମୁଦ୍ରିକ ସୀମା ନିକଟରେ ଏବଂ ଦୁଇ ଦେଶର ସୈନ୍ୟବାହିନୀ […] The post ୯୦ ତୋପ ମାଡ଼ କଲେ କିମ୍‌… appeared first on Dharitri Odia News.

୯୦ ତୋପ ମାଡ଼ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୮।୧ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ କ୍ରମାଗତ କଳହ ଲାଗିଛି । ଏହି ସମୟରେ ଦକ୍ଷିଣ କୋରିଆ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଦକ୍ଷିଣ କୋରିଆ ପଶ୍ଚିମ ଉପକୂଳ ନିକଟରେ ୯୦ ଟି ତୋପ ଚଳାଇଛି। ଉତ୍ତର କୋରିଆ ତିନି ଦିନ ଧରି ଲଗାତାର ଏହି ଅଭ୍ୟାସ କରୁଛି, ଯେଉଁ କାରଣରୁ ସାମୁଦ୍ରିକ ସୀମା ନିକଟରେ ଏବଂ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ସୀମା ଲାଇନର ଉତ୍ତରରେ ଥିବା ସାମୁଦ୍ରିକ ବଫର୍‌ ଜୋନରେ ତୋପମାଡ କରିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଦୁଇ କୋରିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା, ଯାହା ଅନ୍ତର୍ଗତ ଏକ ବଫର୍‌ ଜୋନ ପ୍ରତିଷ୍ଠା କରାଯାଇଥିଲା। ଜଣେ ଜେସିଏସ ଅଧିକାରୀ କହିଛନ୍ତି ଉତ୍ତର କୋରିଆର ଆକ୍ରମଣରେ ଆମର ସେନା କିମ୍ବା ସାଧାରଣ ନାଗରିକଙ୍କର କୌଣସି କ୍ଷତି ହୋଇନାହିଁ। ଆମେ ଏହି ସମୟରେ କୌଶସି ପ୍ରତିକ୍ରିୟା ଦେବାକୁ ଚାହଁୁନାହୁଁ।

ଖବର ଅନୁଯାୟୀ, ସୀମାନ୍ତ ଦ୍ୱୀପପୁଞ୍ଜ ପାଇଁ ଅଙ୍ଗଜିନ କାଉଣ୍ଟି ଚେତାବନୀ ଦେଇଛି। ଦକ୍ଷିଣ କୋରିଆର ଉତ୍ତର-ପଶ୍ଚିମ ଦ୍ୱୀପପୁଞ୍ଜ କାଉଣ୍ଟିର ଦାୟିତ୍ୱରେ ଅଛି। ଦ୍ୱୀପ ବାସିନ୍ଦାଙ୍କୁ ପଠାଯାଇଥିବା ଚେତାବନୀରେ କାଉଣ୍ଟି କହିଛି ୟୋନପିୟୋଙ୍ଗ ବାସିନ୍ଦା ବାହାରକୁ ନ ଯିବା ଉଚିତ। ତଥାପି, ଯଦି ବାହାରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି ତେବେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଗୋଟିଏ ଦିନ ପୂର୍ବରୁ ଉତ୍ତର କୋରିଆ ଦକ୍ଷିଣ-ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୨୦୦ ଟି ତୋପ ମାଡ଼ କରିଥିଲା। ଏହି କାରଣରୁ ଦକ୍ଷିଣ କୋରିଆ ସୈନିକମାନେ ମଧ୍ୟ ପାଲଟା ଜବାବ ଦେବାକୁ ବାଧ୍ୟ ହୋଇଥିଲେ।

The post ୯୦ ତୋପ ମାଡ଼ କଲେ କିମ୍‌… appeared first on Dharitri Odia News.