୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ସବୁଠୁ କମ୍‌ ବୟସ୍କ ଭାବେ ସର୍ବାଧିକ ଦେଶ ଭ୍ରମଣ କରିବା ବର୍ଗରେ ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ ହାସଲ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ଭିଡିଓରେ ସେ ଭ୍ରମଣ କରିସାରିଥିବା ତାଙ୍କର ୬ ପସନ୍ଦଯୋଗ୍ୟ ଦେଶର ତାଲିକାକୁ […] The post ୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ appeared first on Dharitri Odia News.

୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ସବୁଠୁ କମ୍‌ ବୟସ୍କ ଭାବେ ସର୍ବାଧିକ ଦେଶ ଭ୍ରମଣ କରିବା ବର୍ଗରେ ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ ହାସଲ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ଭିଡିଓରେ ସେ ଭ୍ରମଣ କରିସାରିଥିବା ତାଙ୍କର ୬ ପସନ୍ଦଯୋଗ୍ୟ ଦେଶର ତାଲିକାକୁ ମଧ୍ୟ ପ୍ରକାଶ କରିଛନ୍ତି। ଉକ୍ତ ତାଲିକାରେ ସେ ତାଞ୍ଜାନିଆକୁ ଷଷ୍ଠ ସ୍ଥାନରେ ରଖିଛନ୍ତି। ସେହିପରି ସେ ଫ୍ରାନ୍ସକୁ ପଞ୍ଚମ ସ୍ଥାନରେ, କୋଷ୍ଟାରିକାକୁ ଚତୁର୍ଥ ସ୍ଥାନରେ, ଜର୍ଜିଆକୁ ତୃତୀୟ ସ୍ଥାନରେ ଏବଂ ଥାଇଲାଣ୍ଡକୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି। ଅନ୍ୟପକ୍ଷରେ ଭ୍ରମଣ ପାଇଁ ଭାରତ ତାଙ୍କର ସର୍ବୋତ୍ତମ ପସନ୍ଦଯୋଗ୍ୟ ଦେଶ ବୋଲି ସୋଫିଆ କହିଛନ୍ତି।

The post ୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ appeared first on Dharitri Odia News.