୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ,୩ା୬: ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଇୠଚ ର ଏକ ରିପୋର୍ଟ ଅନୁଯାୟୀ, ମର୍ଡକ ଅବସରପ୍ରାପ୍ତ ଜୀବବିଜ୍ଞାନୀ ଏଲିନା ଜୁକୋଭାଙ୍କୁ ବିବାହ କରିଛନ୍ତି। ଏପ୍ରିଲ୍ ୨୦୨୩ ରେ ପୂର୍ବତନ ପୋଲିସ୍ ଅଧିକାରୀ ଆନ୍ ଲେସଲି ସ୍ମିଥଙ୍କ ସହ ତାଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ମର୍ଦ୍ଦ ଜୁକୋଭାଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଥିଲା। […] The post ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ? appeared first on Dharitri Odia News.

୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ,୩ା୬: ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଇୠଚ ର ଏକ ରିପୋର୍ଟ ଅନୁଯାୟୀ, ମର୍ଡକ ଅବସରପ୍ରାପ୍ତ ଜୀବବିଜ୍ଞାନୀ ଏଲିନା ଜୁକୋଭାଙ୍କୁ ବିବାହ କରିଛନ୍ତି।

ଏପ୍ରିଲ୍ ୨୦୨୩ ରେ ପୂର୍ବତନ ପୋଲିସ୍ ଅଧିକାରୀ ଆନ୍ ଲେସଲି ସ୍ମିଥଙ୍କ ସହ ତାଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ମର୍ଦ୍ଦ ଜୁକୋଭାଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଥିଲା। ଜୁକୋଭା ଋଷରୁ ଆମେରିକାକୁ ଯାଇ ବାସ କରୁଥିବା ଜଣେ ଅବସରପ୍ରାପ୍ତ ମଲିକୁଲାର ଜୀବବିଜ୍ଞାନୀ ଅଟନ୍ତି।

ମର୍ଡକଙ୍କର ପୂର୍ବରୁ ୬ ସନ୍ତାନ ଅଛନ୍ତି, ସେ ପ୍ରଥମେ ଅଷ୍ଟ୍ରେଲୀୟ ବିମାନ କର୍ମଚାରୀ ପାଟ୍ରିସିଆ ବୁକର୍ଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ୧୯୬୦ ଦଶକରେ ଛାଡପତ୍ର ଦେଇଥିଲେ।

୧୯୯୯ ରେ ଛାଡପତ୍ର ହେବା ପୂର୍ବରୁ ସେ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଆନ୍ନା ତୋରଭ ୩୦ ବର୍ଷରୁ ଅଧିକ ସମୟ ଏକାଠି ରହିଥିଲେ। ୱେଣ୍ଡି ଡେଙ୍ଗଙ୍କ ସହ ତାଙ୍କର ତୃତୀୟ ବିବାହ ୨୦୧୩ ରେ ଶେଷ ହୋଇଥିଲା।

ତାଙ୍କର ଚତୁର୍ଥ ବିବାହ ରୋଲିଂ ଷ୍ଟୋନ୍ସ ଫ୍ରଣ୍ଟମ୍ୟାନ୍ ମିକ୍ ଜାଗରଙ୍କ ଦୀର୍ଘ ଦିନର ସାଥୀ ମଡେଲ୍ ଜେରୀ ହଲ୍ ସହିତ ହୋଇଥିଲା ଜ୍ଝ

ଅଷ୍ଟ୍ରେଲୀୟ ଜନ୍ମିତ ମର୍ଡକ, ଯାହାର ମିଡିଆ ସାମ୍ରାଜ୍ୟରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍, ଫକ୍ସ ନ୍ୟୁଜ୍ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ଆଉଟଲେଟ୍ ସଂସ୍ଥାର ମାଲିକ ଅଟନ୍ତି, ଫୋର୍ବସ୍ ଅନୁଯାୟୀ ଏହାର ମୂଲ୍ୟ ୨୦ ବିଲିୟନ ଡଲାରରୁ ଅଧିକ। ଗତ ନଭେମ୍ବରରେ ମର୍ଡକ ତାଙ୍କ ବିଶ୍ୱ ଗଣମାଧ୍ୟମ ସାମ୍ରାଜ୍ୟର ନିୟନ୍ତ୍ରଣକୁ ତାଙ୍କ ପୁଅ ଲାଚଲାନଙ୍କୁ ଦେଇଥିଲେ।

The post ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ? appeared first on Dharitri Odia News.