ୱଣ୍ଡେର୍ଲାରେ ବାଏ ୧ ଗେଟ୍‌ ୧ ଅଫର

ଭୁବନେଶ୍ୱର,୩୦।୭: ୱଣ୍ଡେର୍ଲା ହଲିଡେଜ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଅଫର ‘ବାଏ ୧ ଗେଟ ୧’ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର କେବଳ ୨୦୨୪ ଅଗଷ୍ଟ ୪ ରେ ଦିନକ ପାଇଁ ଉପଲବ୍ଧ। ଏପରିକି ଏହି ସ୍ବତନ୍ତ୍ର ଅଫର ଏବଂ ସୀମିତ ସଂଖ୍ୟକ ଟିକେଟ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ବିଶେଷ କରି ଚଳିତ ବର୍ଷ ବନ୍ଧୁତ୍ୱ ଦିବସ (ଫ୍ରେଣ୍ଡଶିପ ଡେ) ପାଳନ ନିମନ୍ତେ କମ୍ପାନୀର ବେଙ୍ଗାଲୁରୁ, ହାଇଦ୍ରାବାଦ, ଭୁବନେଶ୍ୱର ଓ କୋଚି ଆଦି ପାର୍କରେ […] The post ୱଣ୍ଡେର୍ଲାରେ ବାଏ ୧ ଗେଟ୍‌ ୧ ଅଫର appeared first on Dharitri Odia News.

ୱଣ୍ଡେର୍ଲାରେ ବାଏ ୧ ଗେଟ୍‌ ୧ ଅଫର

ଭୁବନେଶ୍ୱର,୩୦।୭: ୱଣ୍ଡେର୍ଲା ହଲିଡେଜ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଅଫର ‘ବାଏ ୧ ଗେଟ ୧’ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର କେବଳ ୨୦୨୪ ଅଗଷ୍ଟ ୪ ରେ ଦିନକ ପାଇଁ ଉପଲବ୍ଧ। ଏପରିକି ଏହି ସ୍ବତନ୍ତ୍ର ଅଫର ଏବଂ ସୀମିତ ସଂଖ୍ୟକ ଟିକେଟ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ବିଶେଷ କରି ଚଳିତ ବର୍ଷ ବନ୍ଧୁତ୍ୱ ଦିବସ (ଫ୍ରେଣ୍ଡଶିପ ଡେ) ପାଳନ ନିମନ୍ତେ କମ୍ପାନୀର ବେଙ୍ଗାଲୁରୁ, ହାଇଦ୍ରାବାଦ, ଭୁବନେଶ୍ୱର ଓ କୋଚି ଆଦି ପାର୍କରେ ଏହି ସ୍ବତନ୍ତ୍ର ଅଫର ଏବଂ ଅନନ୍ୟ ଆକର୍ଷଣ ନିମନ୍ତେ ଉଲ୍ଲାସର ସହିତ ଘୋଷଣା କରୁଛି।

ଅପରପକ୍ଷରେ ସମସ୍ତ ରୋମାଞ୍ଚକାରୀ ପାର୍କ ରାଇଡ ଏବଂ ସୁବିଧା ସୁଯୋଗ ସହିତ ଲାଇଭ ଡିଜେ, ସ୍ବତନ୍ତ୍ର ସାନ୍ଧ୍ୟକାଳୀନ ଜୁମ୍ବା ସେସନ, ଫନ ଗେମସ ଏବଂ ପୁରସ୍କାର ସହିତ ୱଣ୍ଡେର୍ଲା ଆପଣଙ୍କର ଏକମାତ୍ର ବନ୍ଧୁତ୍ୱ ଦିବସ ପାଳନ ଲକ୍ଷ୍ୟ ସ୍ଥଳ ହେବ।
ଏ ସମ୍ପର୍କରେ ୱଣ୍ଡେର୍ଲା ହଲିଡେଜ ଲିମିଟେଡର ଏମଡି ଅରୁଣ କେ. ଚିଟ୍ଟିଲାପିଲ୍ଲି କହିଛନ୍ତି, ଆମେ ୱଣ୍ଡେର୍ଲା ପାର୍କ ସମୂହରେ ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ ବନ୍ଧୁତ୍ୱ ଦିବସ ପାଳନ ସୁଯୋଗ ଆଣି ଦେଉଛୁ, ଆମର ଲକ୍ଷ୍ୟ ହେଉଛି ଏକ ଚଳଚଞ୍ଚଳ ପରିବେଶ ସୃଷ୍ଟି କରିବା। ଯେଉଁଠାରେ ଜନସାଧାରଣ ସମବେତ ହୋଇ ରୋମାଞ୍ଚକାରୀ ରାଇଡ, ବାନ୍ଧି ରଖିବା ଭଳି ଲାଇଭ ସୋ ଏବଂ ବହୁବିଧ ଆକର୍ଷଣୀୟ କାର୍ଯ୍ୟକଳାପ ଉପଭୋଗ କରିପାରିବେ। ଆପଣ ଆମ ଡିଜେ ସହିତ ତାଳଦେଇ ନାଚନ୍ତୁ, ଫନ ଗେମସରେ ଅଂଶଗ୍ରହଣ କରନ୍ତୁ ଅଥବା ଏକ ଜୁମ୍ବା ସେସନରେ ଯୋଗ ଦିଅନ୍ତୁ, ୱଣ୍ଡେର୍ଲାରେ ପ୍ରତ୍ୟେକଟି ମୁହୂର୍ତ୍ତକୁ ଆପଣଙ୍କ ଦିନକୁ ସ୍ବତନ୍ତ୍ର କରି ଗଢି ତୋଳିବାକୁ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଆସନ୍ତୁ ଏବଂ ଆମ ସହିତ ୱଣ୍ଡେର୍ଲାରେ ବନ୍ଧୁତ୍ୱର ସମ୍ପର୍କକୁ ପାଳନ କରନ୍ତୁ।

The post ୱଣ୍ଡେର୍ଲାରେ ବାଏ ୧ ଗେଟ୍‌ ୧ ଅଫର appeared first on Dharitri Odia News.