ୱାଇନାଡ ପ୍ରାକୃତିକ ବିତ୍ପାତ ନେଇ ରାଜ୍ୟସଭାରେ ବୟାନ ରଖିଲେ ଅମିତ ଶାହ, କହିଲେ- ଆମେ ଦେଇଥିଲୁ ଚେତାବନୀ
ନୂଆଦିଲ୍ଲୀ : କେରଳ ୱାଇନାଡରେ ହୋଇଥିବା ପ୍ରାକୃତିକ ବିତ୍ପାତ ଯୋଗୁ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି। ଅନେକ ଲୋକେ ବାସହରା ହୋଇଥିବା ବେଳେ ଅନେକ ଗାଁ ଜଳମଗ୍ନ ହୋଇଛି। ୱାଇନାଡରେ ହୋଇଥିବା ଭୂ-ସ୍ଖଳନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ବୁଧବାର ରାଜ୍ୟସଭାରେ ବୟାନ ରଖିଛନ୍ତି। ଏଥିରେ ଶାହ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେରଳ ସରକାରଙ୍କୁ ଲ୍ୟାଣ୍ଡ ସ୍ଲାଇଡ ନେଇ ୟର୍ଲି ୱାର୍ଣ୍ଣିଂ ଜାରି କରାଯାଇଥିଲା। ଚେତାବନୀ ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ନଥିଲେ। ଫଳରେ ଏପରି ଧନଜୀବନ ହାନୀ ହୋଇଛି। ଶାହ କହିଛନ୍ତି ଯେ ରାଜ୍ୟ ସରକାର ଚେତାବନୀ ପ୍ରତି ଅବହେଳା କରିଛନ୍ତି। ରାଜ୍ୟ ସରକାର ଚେତାବନୀ ଦିଆଯାଇଥିବା ଅଞ୍ଚଳରୁ ଲୋକଙ୍କୁ ହଟାଇ ନଥିଲେ ଓ କେନ୍ଦ୍ର ସରକାରଙ୍କ ଚେତାବନୀକୁ ଅଣଦେଖା କରିଥିଲେ। ଅମିତ ଶାହ କହିଥିଲେ ଯେ ମୁଁ କିଛି ଜିନିଷ ସ୍ପଷ୍ଟ କରିବା ପାଇଁ ଛିଡା ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେତେ ଲୋକେ ହତାହତ ହୋଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମ୍ବେଦନା। ସୂଚନା ଅଭାବରୁ କିଛି ଟିପ୍ପଣୀ ହୋଇଛି, ତେବେ ଦେଶ ଭୁଲ ଧାରଣାରେ ନ ରହୁ ଏଥି ପାଇଁ ସ୍ପଷ୍ଚିକରଣ ଦେଉଛି। ସେ କହିଛନ୍ତି ଯେ ଜୁଲାଇ ୨୩ ତାରିଖ ଦିନ ଭାରତ ସରକାର କେରଳ ସରକାରଙ୍କୁ ୟର୍ଲି ୱାର୍ଣ୍ଣିଂ ଜାରି କରିଥିଲେ। ଏହା ପରେ ୨୪,୨୫ ଓ ୨୬ ଜୁଲାଇରେ ୱାର୍ଣ୍ଣିଂ ଦିଆଯାଇଥିଲା। ସେ କହିଛନ୍ତି ଯେ ସବୁ ଚେତାବନୀରେ ୨୦ ସେ
ନୂଆଦିଲ୍ଲୀ : କେରଳ ୱାଇନାଡରେ ହୋଇଥିବା ପ୍ରାକୃତିକ ବିତ୍ପାତ ଯୋଗୁ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି। ଅନେକ ଲୋକେ ବାସହରା ହୋଇଥିବା ବେଳେ ଅନେକ ଗାଁ ଜଳମଗ୍ନ ହୋଇଛି। ୱାଇନାଡରେ ହୋଇଥିବା ଭୂ-ସ୍ଖଳନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ବୁଧବାର ରାଜ୍ୟସଭାରେ ବୟାନ ରଖିଛନ୍ତି। ଏଥିରେ ଶାହ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେରଳ ସରକାରଙ୍କୁ ଲ୍ୟାଣ୍ଡ ସ୍ଲାଇଡ ନେଇ ୟର୍ଲି ୱାର୍ଣ୍ଣିଂ ଜାରି କରାଯାଇଥିଲା। ଚେତାବନୀ ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ନଥିଲେ। ଫଳରେ ଏପରି ଧନଜୀବନ ହାନୀ ହୋଇଛି।
ଶାହ କହିଛନ୍ତି ଯେ ରାଜ୍ୟ ସରକାର ଚେତାବନୀ ପ୍ରତି ଅବହେଳା କରିଛନ୍ତି। ରାଜ୍ୟ ସରକାର ଚେତାବନୀ ଦିଆଯାଇଥିବା ଅଞ୍ଚଳରୁ ଲୋକଙ୍କୁ ହଟାଇ ନଥିଲେ ଓ କେନ୍ଦ୍ର ସରକାରଙ୍କ ଚେତାବନୀକୁ ଅଣଦେଖା କରିଥିଲେ। ଅମିତ ଶାହ କହିଥିଲେ ଯେ ମୁଁ କିଛି ଜିନିଷ ସ୍ପଷ୍ଟ କରିବା ପାଇଁ ଛିଡା ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେତେ ଲୋକେ ହତାହତ ହୋଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମ୍ବେଦନା। ସୂଚନା ଅଭାବରୁ କିଛି ଟିପ୍ପଣୀ ହୋଇଛି, ତେବେ ଦେଶ ଭୁଲ ଧାରଣାରେ ନ ରହୁ ଏଥି ପାଇଁ ସ୍ପଷ୍ଚିକରଣ ଦେଉଛି।
ସେ କହିଛନ୍ତି ଯେ ଜୁଲାଇ ୨୩ ତାରିଖ ଦିନ ଭାରତ ସରକାର କେରଳ ସରକାରଙ୍କୁ ୟର୍ଲି ୱାର୍ଣ୍ଣିଂ ଜାରି କରିଥିଲେ। ଏହା ପରେ ୨୪,୨୫ ଓ ୨୬ ଜୁଲାଇରେ ୱାର୍ଣ୍ଣିଂ ଦିଆଯାଇଥିଲା। ସେ କହିଛନ୍ତି ଯେ ସବୁ ଚେତାବନୀରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ଓ ଲ୍ୟାଣ୍ଡସ୍ଲାଇଡର ଆଶଙ୍କା କରାଯାଇଥିଲା। ଏହା ଯୋଗୁ ଲୋକଙ୍କ ପ୍ରାଣହାନୀର ମଧ୍ୟ ଆଶଙ୍କା କରାଯାଇଥିଲା। ଏହା ସତ୍ତ୍ୱେ ଏବେ ଭାରତ ସରକାରଙ୍କ ୱାର୍ଣ୍ଣିଂ ସିଷ୍ଟମ ଉପରେ ପ୍ରଶ୍ନ କରାଯାଉଛି।
ଶାହ କହିଛନ୍ତି ଯେ ଦେଶର ଅନେକ ରାଜ୍ୟ ଏହି ସିଷ୍ଟମ ଉପରେ ଭରସା କରି ଜିରୋ କାଜୁଆଲ୍ଟି ଦେଖିଛନ୍ତି। ଗୁଜରାଟ ସରକାର ଏବଂ ଓଡିଶା ସରକାର ଏହି ସିଷ୍ଟମର ବ୍ୟବହାର କରିଛନ୍ତି। ଗୁଜରାଟରେ ଏହି ୱାର୍ଣ୍ଣିଂ ସିଷ୍ଟମ ଯୋଗୁ ଏକ ପଶୁ ମଧ୍ୟ ମରି ନାହିଁ। ଭାରତ ସରକାର ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଲାଗି ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ୱାର୍ଣ୍ଣିଂ ସିଷ୍ଟ ୭ ଦିନ ପୂର୍ବରୁ ରାଜ୍ୟକୁ ସତର୍କତା ଜାରି କରିଥାଏ। ଏହା ଛଡା ଇଣ୍ଟରନେଟ୍ ରେ ମଧ୍ୟ ଏହି ସୂଚନା ଉପଲବ୍ଧ ହେଉଛି।