ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ।

ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ। ପ୍ରାୟ 30 ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ମୋଦି ଆଲୋଚନା କରିଛନ୍ତି। ନିର୍ବାଚନ ପରିଚାଳନାର ସମୀକ୍ଷା ସହ, କିଏ କେଉଁ ଦାୟିତ୍ୱରେ ଅଛି, କାର୍ଯ୍ୟକ୍ରମ କେମିତି ଚାଲିଛି ଏନେଇ ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି। ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ଏସବୁର ସମୀକ୍ଷା କରିଛନ୍ତି ମୋଦି। ନିର୍ବାଚନ ପରିଚାଳନା ଓ ବିଜୟ ନେଇ ମୋଦି ଦେଇଛନ୍ତି ଗୁରୁମନ୍ତ୍ର।

ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା ବି କରିଛନ୍ତି। ୧୯୮୬ରେ ସଂଗଠନ ମନ୍ତ୍ରୀ ବେଳେ ସେ ପାର୍ଟି ଅଫିସ ଆସିଥିଲେ। ସେତେବେଳର କଥା ମନେ ପକାଇ ଭାବବିହ୍ବଳ ହୋଇଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମୋଦି ମନେ ପକାଇଥିଲେ। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ।

ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ । ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ। ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବେ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ।